ଯୁବ ବୈଜ୍ଞାନିକ ଡକ୍ଟର ଆରୋବ୍ରତ ଦାସ ଙ୍କ ର ଆଇ ଆଇ ଟି ଖଡକପୁର ରୁ ପି ଏଚ ଡି ଲାଭ

ପ୍ରକୃତି ପରିବେଶ ସୁରକ୍ଷା ଓ ସମାଜସେବା ରେ ଆଗ୍ରହ ରଖୁଥିବା ଜଣେ ସରଳ ବିନମ୍ର ବୈଜ୍ଞାନିକ ସେ ।

ଗାଁ ମାଟି ପ୍ରତି ଅତିଶୟ ଅନୁରକ୍ତି ଆଉ ଅନୁରାଗ ରହିଛି ତାଙ୍କର । ନିଜ ଭିତରେ ନିଜ ସ୍ବପ୍ନ ଭିତରେ ନ ରହି ସମାଜ ପାଇଁ ବହୁତ୍ କିଛି କରୁଛନ୍ତି ଆଉ ବହୁତ୍ କିଛି କରିବାକୁ ଚାହାନ୍ତି ସେ ।

କତକ ରୁ ଜିତେନ୍ଦ୍ର ପଣ୍ଡା

୭୧ ଟମ୍ ସମାବର୍ତ୍ତନ ଉତ୍ସବ ରେ

ଆଇ ଆଇ ଟି ଖଡକପୁର ଇଞ୍ଜିନିୟରିଂ ପଢିଥିବା ଯୁବ ବୈଜ୍ଞାନିକ ଡକ୍ଟର ଅରୋବ୍ରତ ଦାସ ଖଡକପୁର ଆଇ ଆଇ ଟି ରୁ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରି ପି ଏଚ ଡି ଲାଭ କରିଛନ୍ତି । ତାଙ୍କ ପି ଏଚ୍ ଡି ସନ୍ଧର୍ବ ଟି କାଲିଫର୍ଣ୍ଣିଆ ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ଓ ଆଇ ଆଇ ଏସ ସି ବାଙ୍ଗାଲୋର ର ପ୍ରଫେସର ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି । ସେ ମାହାଙ୍ଗା ର ଭଗବତୀ ବିଦ୍ୟାଳୟ ଶୁକ୍ଲେଶ୍ୱର୍ ର ଜଣେ ପୁର୍ବତନ ଛାତ୍ର । ଜଣେ ସରଳ ମିଷ୍ଟଭାଷି ଓ ସମାଜ ସେବା ରେ ଆଗ୍ରହ ରଖୁଥିବା ଡକ୍ଟର ଦାସ ଇଟାଲୀ ର ଫ୍ଲୋରେନ୍ସ ବିଶ୍ଵବିଦ୍ୟାଳୟ ଓ ଟୋକିଓ ବିଶ୍ଵବିଦ୍ୟାଳୟ ରେ ଯୋଗ ଦେବାକୁ ଚୟନ ହୋଇଥିଲେ ମଧ୍ୟ ଏବେ ସେ ଆଇ ଆଇ ଟି ରୁର୍କୀ ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ସ୍ବର୍ଗତ ଆନନ୍ଦ ଚନ୍ଦ୍ର ଦାସ ଓ ସ୍ବର୍ଗତ ଛାୟାମଣି ଦାସ ଙ୍କ ପୌତ୍ର ଡକ୍ଟର ଅରୋବ୍ରତ

ସାଲେପୁର ର ଧର୍ମାଗତପୁର ନିବାସୀ ରବିନାରାୟଣ ଦାସ ଙ୍କ ପୁଅ ଓ ବିଶିଷ୍ଟ ଶିକ୍ଷାବିତ୍ ସୁଶ୍ରୀ ରାଜଲକ୍ଷ୍ମୀ ଦାସ ଙ୍କ ପୁତୁରା ଅଟନ୍ତି । ତାଙ୍କ ଦାଦା ମାନବାଧିକାର କର୍ମୀ ତଥା ସମାଜସେବୀ ଆଇନଜୀବୀ ସତ୍ୟ ନାରାୟନ ଦାସ ଙ୍କ ସମାଜସେବା ଟିମ୍ ରେ ସେ ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ।

ତାଙ୍କର ଏହି ସଫଳତା ରେ ବିଶିଷ୍ଟ ସାମ୍ବାଦିକ ଶ୍ରୀ ଅମ୍ବିକା କାନୁ ନ ଗୋ ଭଗବତୀ ବିଦ୍ୟାଳୟ ର ପୂର୍ବତନ ଛାତ୍ର ବର୍ଷୀୟାନ ସମାଜସେବୀ ଶିକ୍ଷାବିତ୍ ପ୍ରଫେସର ଦେବୀ ପ୍ରସାଦ ଦାସ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ପଶୁଧନ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସାତ୍ୟ ରଞ୍ଜନ ରାଉତ ପୂର୍ବତନ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଉପେନ୍ଦ୍ର ନାଥ ବେହେରା ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଶ୍ରୀ ପ୍ରଦୀପ ଶତପଥି କନିମୁଲ ମହାବିଦ୍ୟାଳୟ ର ଭାର ପ୍ରାପ୍ତ ଅଧକ୍ଷ ଡକ୍ଟର ବିବେକାନନ୍ଦ ସିଂ ଇ ସହଦେବ ଖଟୁଆ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂ ଯୋଗ ଗୁରୁ ସ୍ଵୟଂ ପ୍ରକାଶ ଜି କୈଳାସ ବେହେରା ସି ଏମ ଏ ସନ୍ତୋଷ କୁମାର ବେହେରା ଅଧ୍ୟାପକ ବୀରବର ଖଟୁଆ

ଭାରତ ଭୂଷଣ ପଟ୍ଟନାୟକ ସାମ୍ୱାଦିକ ଉମାକାନ୍ତ ଜେନା ଭଗବତୀ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ୍ ର ସମ୍ପାଦକ ଅରୁଣ ବାରିକ ସୁପ୍ରିମ କୋର୍ଟ ର ଆଇନଜୀବୀ ଦେବଦତ୍ତ କାନୁନଗୋ ସ୍ବେଚ୍ଛାସେବୀ ସଂଗଠନ ସାହା ର ସ୍ୱେଚ୍ଛାସେବୀ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ପରିବେଶ ପ୍ରକୃତି ପାଇଁ ତାଙ୍କର ଏହି ଜଟିଳ ଗବେଷଣା ବିଶ୍ଵ ପାଇଁ ନିଶ୍ଚୟ ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.