ଜିଲ୍ଲାସ୍ତରୀୟ ପ୍ରଥମ ପାରା ଆଥଲେଟିକ କୁ ଉଦ୍ଘାଟନ କଲେ ପାରା ଅଲମ୍ପିକ୍ସ ଚମ୍ପିୟାନ ଓ ଖେଳରତ୍ନ ପୁରସ୍କାର ବିଜେତା ପଦ୍ମଶ୍ରୀ ପ୍ରମୋଦ ଭଗତ
କଟକ ଜିଲ୍ଲା ରେ ପ୍ରଥମ୍ ପାରା ଆଥଲେଟିକ୍ସ ପ୍ରତିଯୋଗିତା କୁ ଲୋକାର୍ପଣ କଲେ ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ବିଜେତା ପାରା ଅଲମ୍ପିକ୍ସ ଚମ୍ପିୟାନ ପଦ୍ମଶ୍ରୀ ପ୍ରମୋଦ ଭଗତ
ନିଉଜ୍ ଡେସ୍କ ୦୮/୧୨
କଟକ ଜିଲ୍ଲା ର ପ୍ରଥମ ପାରା ଆଥଲେଟିକ୍ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସାଲେପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ରେ ବିଭିନ୍ନ ବର୍ଗ ରେ ୨୫ ଜଣ ଦିବ୍ୟାଙ୍ଗ କ୍ରୀଡାବିତ୍ ଭାଗ ନେଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ରାଜ୍ୟ ସ୍ତରୀୟ ପାରା ଅଥଲେଟିକ୍ ରେ ଖେଳିବା ପାଇଁ ଚୟନ କରାଯାଇଛି ।
ଏହି କ୍ରୀଡା ପ୍ରତିଯୋଗିତା ରେ ପାରା ଅଲମ୍ପିକ୍ସ ଚମ୍ପିୟାନ ତଥା ଖେଳରତ୍ନ ଅର୍ଜୁନ ପୁରସ୍କାର ବିଜେତା ପଦ୍ମଶ୍ରୀ ଶ୍ରୀ ପ୍ରମୋଦ ଭଗତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ବିଚାର ରଖୁ ଏହି ପରି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିବା ସହ ଏହି କ୍ରୀଡା ଗ୍ରାମାଞ୍ଚଳ ରେ ଯୁବ ଦିବ୍ୟଙ୍ଗ କ୍ରୀଡାବିତ୍ ମାନଙ୍କ ପାଇଁ ସଫଳତା ଓ ସ୍ବପ୍ନ ଦେଇ ପାରିବ ବୋଲି କହିଥିଲେ । ସର୍ଟଫୁଟ୍ ଫେପାଡ଼ି ସେ ଏହି କ୍ରୀଡା ର ଶୁଭରମ୍ଭ କରିଥିଲେ ।
ଜାତୀୟ ପାରା ଫେନ୍ସିଂ ରେ ସ୍ଵର୍ଣ୍ଣପଦକ ବିଜେତା ତଥା ଶୁଟର ପ୍ରଭାକର ବେହେରା ଙ୍କ ସଭା ପତିତ୍ଵ ରେ ଅନୁଷ୍ଠିତ ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବିଶିଷ୍ଟ ଅଧିବକ୍ତା ତଥା ସମାଜସେବୀ ଶ୍ରୀ ରାମ ରାୟ ଯୋଗ ଦେଇ ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କ ଏହି କ୍ରୀଡା ପ୍ରତିଯୋଗିତା ରେ ଯୋଗ ଦାନ ଓ ତାଙ୍କ ସଫଳତା ର କାହାଣୀ ଏହି ଅଞ୍ଚଳ ରେ ଯୁବ ଶକ୍ତି କୁ ଅସୀମ ପ୍ରେରଣା ଦେବ ବୋଲି କହିଥିଲେ । ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କୁ ଜିଲ୍ଲା ପାରା ଆଥଲେଟିକ୍ ସଂଗଠନ ପଖ୍ୟରୁ ଗୋଟିଏ ବୃକ୍ଷ ଚାରା ଉତ୍ତରୀୟ ସ୍ମୁତି ସନ୍ତକ ଦେଇ ସମ୍ମାନିତ କରାଯାଇଛି ।
ଆନ୍ତର୍ଜାତୀୟ ଫେଂସର ଦେବାମୃତ୍ ସାହୁ ଫିଯିଓ ଥେରାପିଷ୍ଟ ଶ୍ରୀ ମହେନ୍ଦ୍ର ଦାସ ସମାଜସେବୀ ଅଶୋକ କର ବାବୁଲି ଦାସ ସଂଗଠନ ର ସମ୍ପାଦକ ଜିତେନ୍ଦ୍ର ବେହେରା ଯୁବ ସଂଗଠକ କିରଣ ଭୂୟାଁ ରାଜେଶ ବେହେରା ସାଲେପୁର ସ୍ୱାୟଙ୍ଗ ଶାସିତ ମହାବିଦ୍ୟାଳୟ ରେ କ୍ରୀଡା ଶିକ୍ଷକ ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସଂଗଠନ ର ଉପଦେଷ୍ଟା ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀ ର ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଥିଲେ ।
।