ଭଗବତ୍ ସପ୍ତାହ ଓ ପ୍ରବଚନ କାର୍ଯ୍ୟକ୍ରମ
ମାହାଙ୍ଗା ବାଗଶରପୂର୍ ର ମା
ସୁନପେଈ ମନ୍ଦିର ପ୍ରାଙ୍ଗଣ ରେ ସପ୍ତାହ ବ୍ୟାପି ଭାଗବତ ପରାୟଣ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ପରାୟଣ ଡିସେମ୍ବର ୧ ରୁ ଆରମ୍ଭ ହୋଇ ୭ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିଲା ବେଳେ ୮ ତାରିଖ ରେ ଗୀତା ଯଜ୍ଞ ଅନୁଷ୍ଠିତ ହେବେ ।
ପ୍ରତି ସନ୍ଧ୍ୟା ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ବେଳେ ଏହି ଭଗବତ୍ ଜ୍ଞାନ ଯଜ୍ଞ ରେ ଦୁଇ ଜଣ ସାଧୁ ଯୋଗ ଦେଇ ପ୍ରତିଦିନ ଭାଗବତ ସତ୍ ସଙ୍ଗ ଅନୁଷ୍ଠିତ ହେଉଛି । ଚିଲିକା ଅଞ୍ଚଳ ରୁ ବିଶିଷ୍ଟ ସମାଜସେବୀ ସାଧୁ ଶ୍ରୀ ପଞ୍ଚୁପଣ୍ଡବ ଦାସ ଓ ସଫ୍ଟୱେର ଇଞ୍ଜିନିୟର ଭାବେ ବହୁଦେଶୀୟ କମ୍ପାନୀ ରୁ ଚାକିରୀ ପରିତ୍ୟାଗ କରି ସନ୍ନ୍ୟାସି
ଣେଇ ନେଇ ସାରା ଦେଶ ରେ କୃଷ୍ଠ କଥା କଥା ପ୍ରଚାର ରେ ଲାଗିଥିବା ସନ୍ୟାସୀ ଶ୍ରୀ ନିତାଇ ଗୁଣମଣି ପ୍ରତିଦିନ ସନ୍ଧ୍ୟା ରେ ଭାଗବତ ଆଲୋଚନା କରୁଥିଲା ବେଳେ ସାଧୁବାଣି ଶୁଣିବା ଲାଗି ଶହ ଶହ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବାର ଦେଖା ଯାଉଛି । କଥା ବାଚକ ସନ୍ଥ ମାନେ ଭାଗବତ ଓ ଶ୍ରୀ ମ ଦ ଗୀତା ରେ ଗଛ ଓ ଗୋ ମାତା ଙ୍କ ସୁରକ୍ଷା ଉପରେ ବିଚାର ରଖିବା ସହ ଶ୍ରଦ୍ଧାଳୁ ମାନଙ୍କୁ ବୃକ୍ଷ ରୋପଣ ଓ ଦେଶୀୟ ପ୍ରଜାତି ର ଗୋ ବଂଶ ର ସୁରକ୍ଷା ପାଇଁ ଆହ୍ବାନ ଦେବା ସହ କୃଷ୍ଣ କଥା ରେ ଶ୍ରୀ କୃଷ୍ଣ ବନମାଳୀ ଙ୍କ ପ୍ରକୃତି ପ୍ରେମ ଉପରେ ଉପସ୍ଥିତ ଜନ ସାଧାରଣ ଙ୍କୁ ବୁଝାଇ ପ୍ରକୃତି ପରିବେଶ ର ରକ୍ଷା ପାଇଁ ଆହ୍ବାନ ଦେବା ସହ ପ୍ରତି ଦିନ ବୃକ୍ଷ ଦେବତା ଙ୍କ ପୂଜନ ସହ ରୋପଣ ର ମଧ୍ୟ ବ୍ୟବସ୍ଥା କରାଯାଉଛି । ତେବେ ଏମିତି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବୟସ୍କ ଙ୍କ ସମେତ ଯୁବକ ଯୁବତୀ ମହିଳା ପିଲା ମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ।