ଆସିଲାଣି ଅକ୍ଟୋବର ପଶିଲାଣି ଛନକା

ଅକ୍ଟୋବର ଆସିଲେ ୧୯୯୯ ର ମହାବାତ୍ୟା ଆଉ ତାର ବିଭୀଷିକା ର କଥା ମନେ ପଡେ । ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭବନା ଥିବାରୁ ଛନକା ପଡଶିଲାଣି ଓଡ଼ିଶାରେ ।ତେବେ
ଅକ୍ଟୋବର 19 ତାରିଖକୁ ଉତ୍ତର ଆଣ୍ଡମାନ ସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିଲା ବେଳେ ଏହା ଘନୀଭୂତ ହୋଇ 21 ତାରିଖରେ ଲଘୁଚାପର ରୂପ ନେବ । ଲଘୁଚାପ ହେବା ପରେ ତାର ଗତି ପଶ୍ଚିମ
ଉତ୍ତର ପଶ୍ଚିମ ଦିଗକୁ ରହିବ । ପରେ ତା ଆହୁରି ଅଧିକ ଘନୀଭୂତ ହୋଇ 23 ତାରିଖରେ ବାତ୍ୟାର ରୂପ ନେବ । ବିଭିନ୍ନ ମଡେଲର ଆକଳନ ଅନୁସାରେ ଓଡ଼ିଶାରେ ବାତ୍ୟାର ସମ୍ଭାବନାକୁ ଦିଆଯାଇ ପାରିବନି ବୋଲି ପାଣିପାଗ ବିଶେଷଜ୍ଞ ମାନ ଙ୍କ ପକ୍ଷରୁ କୁହାଯାଉଛି । ଛଅ ବର୍ଷ ପରେ ପୁଣି ଓଡ଼ିଶାର ଉପକୁଳ ରେ ବାତ୍ୟା ର ଭୟ ରେ ଉପକୁଳ ବାର୍ତ୍ତା ଅଞ୍ଚଳ ରେ ଭୟ ସୃଷ୍ଟି କରିଛି

Leave A Reply

Your email address will not be published.