ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ବ୍ୟାପକ କରାଗଲା ତାଳ ଗଛ ରୋପଣ ଓ ସଚେତନତା ଅଭିଯାନ

ଜଗତପୁର ପଟ୍ଟାମୁଣ୍ଡାଇ କେନାଲ ର କୁଆଁପାଲ ଠାରୁ କେନାଲ କଡ ରେ ରୋପଣ କରାଗଲା ତିନି ହଜାର ରୁ ଅଧିକ ଚାରା

ସେବା ସଂଗଠନ ସାହା ର ସଂଯୋଜନା ତଥା ପରିବେଶ ଲୋକ ସ୍ବାର୍ଥ ସୁରକ୍ଷା ଅଭିଯାନ ବନ୍ଧୁ ଓ ମା ରାଧା ଦେବୀ ଦତ୍ତ ନ୍ୟାସ ର ମିଳିତ ର ସହଯୋଗ ରେ ତାଳ ଗଛ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ କରାଯିବ ସହ ଏହା କୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯାଉଛି ।

ଜଗତପୁର ରୁ ପଟ୍ଟାମୁଣ୍ଡାଇ କେନାଲ ର କୁଆଁପାଲ୍ ଠାରେ ବନ୍ଧ କଡ ରେ ପ୍ରାୟ ତିନି ହଜାର ରୁ ଅଧିକ ତାଳ ଚାରା ସ୍ଵେଚ୍ଛାସେବୀ ମାନେ ନିଜ ଉଦ୍ୟମ ରେ ରୋପଣ କରିଛନ୍ତି । ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବାବାଜୀ ଗୌରାଙ୍ଗ ଦାସ ମହାରାଜ ଶୁଭାରମ୍ଭ କରିଥିଲା ବେଳେ
ବିଶିଷ୍ଟ ବ୍ୟାଙ୍କର ସୁଧାଂଶୁ ମୋହନ ରାଉତ ସାମ୍ବାଦିକ ବିଜୟ ଜେନା ଫିଯିଓଥେରାପିଷ୍ଟ ମହେନ୍ଦ୍ର ଦାସ ଶ୍ରିକୃଷ୍ଣପୂର୍ ପଞ୍ଚାୟତ ନୋମିନି ସୁରେନ୍ଦ୍ର ମହାନ୍ତି ଗୋବିନ୍ଦ ମହାନ୍ତି ଅଜୟ ଦାସ ଧୀରେନ୍ଦ୍ର ତ୍ରିପାଠୀ ମନୋରଞ୍ଜନ ବିଶ୍ଵାଳ ଗଛ କିଶୋର ସାମ୍ବାଦିକ ଉମାକାନ୍ତ ଜେନା ଭାରତ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତାଳ ଚାରା ରୋପଣ କରିବା ସହ ବିଭିନ୍ନ ସ୍ଥାନ ରେ ତାଳ ଚାରା ରୋପଣ କାର୍ଯ୍ୟକ୍ରମ କୁ ଆଗାମୀ ଦିନ ରେ ଆହୁରି ଅଧିକ କରାଯିବା ସହ ଲୋକ ମାନଙ୍କୁ ତାଳ ଗଛ ଚାରା କୁ ସୁରକ୍ଷା ଦେଇ ବଢ଼ାଇବାକୁ ଅନୁରୋଧ କରାଯାଉଛି ବୋଲି ପ୍ରକାଶ କରିଥିଲେ ।


ଏହା ହେଲେ ବଜ୍ରପାତ ରୁ ରକ୍ଷା ପାଇବା ସହ ପରିବେଶ ସୁରକ୍ଷା କରାଯାଇପାରିବ ବୋଲି କୁହାଯାଉ ଥିଲା ବେଳେ ସର୍ବ ସାଧାରଣ ନିଜ ନିଜ ଉଦ୍ୟମ ରେ ତାଳ ଚାରା ରୋପଣ ପାଇଁ ସ୍ଵେଚ୍ଛାସେବୀ ମାନେ ଆହ୍ବାନ ଦେଇଛନ୍ତି ।

ଅନ୍ୟାନ ଖବର କାଗଜ ପୃଷ୍ଠା ରେ

Leave A Reply

Your email address will not be published.