ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ ରେ ବୈତରଣୀ ଅବବାହିକା ର ମୁଖ୍ୟଯନ୍ତ୍ରୀ.

ମାହାଙ୍ଗା ର ପୈତୃକ ଘରେ ମଧ୍ୟ ଚାଲିଛି ଚଢାଉ ।

.
କେନ୍ଦୁଝର ଜିଲ୍ଲାର ବୈତରଣୀ ବେସିନ ମ୍ୟାନେଜର ତଥା ମୁଖ୍ୟ ଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଅଫିସ ସମେତ ଭୁବନେଶ୍ୱର,ଯାଜପୁର ,କଟକ ର ୧୦ ଟି ସ୍ଥାନରେ ଚାଲିଛି ରେଡ । ତେବେ ଚଢାଉ ସମୟ ରେ
କଳିଙ୍ଗନଗର ,ବ୍ୟାସନଗରରେ ରେ ୩୬ ଟି ପ୍ଲଟ ପୁରୀ,ଯାଜପୁର,ଭୁବନେଶ୍ୱରରେ ୩ ଟି ଫ୍ଲାଟ୍ କୋରେଇ ରେ ଗୋଟିଏ ୩ ମହଲା ଘର ଦାମି ଗାଡ଼ି ଠାବ ହୋଇଛି। କୈଳାଶ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ଦାୟିତ୍ୱରେ ଅନେକ ଦିନ ହେଲା ରହିଥିଲେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଥିଲା ବେଳେ ଆଜି ଏକା ସାଙ୍ଗରେ ବିଭିନ୍ନ ସ୍ଥାନ ରେ ଚଢାଉ ଆରମ୍ଭ ହୋଇଛି ।ତେବେ ଏଥିରେ କଟକ ଜିଲ୍ଲା ମାହାଙ୍ଗା ର ରାମକାପୂର୍ ଠାରେ ଥିବା ତାଙ୍କ ପୈତୃକ ବାସ ଭବନ ଓ ସାଲେପୁର ବଣହରା….ରେ ଥିବା ତାଙ୍କ ଶଶୁର ଘର ମଧ୍ୟ ଚଢାଉ ଅବ୍ୟାହତ ରହିଛି ।…..

Leave A Reply

Your email address will not be published.