ଚିକିତ୍ସା ରେ ଆର୍ଥ ସାଜିଛି ବାଧକ । ବଦାନ୍ୟ ବ୍ୟକ୍ତି ଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ

ସାହା ବଢାଇଲା ସହାୟତା ର ହାତ

ସାମାଜିକ ସକ୍ତିକରଣ ମାନବିକ ଅଧିକାର ଓ ପରିବେଶ ସୁରକ୍ଷା ରେ ସମର୍ପିତ ସ୍ଵେଚ୍ଛାସେବୀ ସଂଗଠନ ସାହା ଜଣେ ପୀଡ଼ିତ ଙ୍କ ପାଇଁ ବଢ଼େଉଛି ସହାୟତା ଓ ଶୁଭକାମନା ର ହାତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମ ପଞ୍ଚାୟତ
ଅଢ଼ଖଣ୍ଡ ଗାଁ ର କୃତିବାସ ସାହୁ କିଛି ଦିନ ଧରି ବୃକକ ରୋଗ ରେ ଆକ୍ରାନ୍ତ ହୋଇ ଦୁଇଟି ବୃକକ ନଷ୍ଟ ହୋଇଗଲା ପରେ ମାତ୍ର ୨୧ ବର୍ଷ ବୟସ ରେ ଆର୍ଥିକ ଅଭାବ ରୁ ଚିକିତ୍ସା ହୋଇପାରୁ ନଥିଲେ । ସ୍ବାସ୍ଥ୍ୟ କାର୍ଡ ରେ ଥିବା ସବୁ ଅର୍ଥ ସରି ଯାଇଥିବାରୁ ଏବଂ ଅସ୍ତ୍ରୋପଚାର ପାଇଁ ୧୫ ଲକ୍ଷ ଟଙ୍କା ର
ଆବଶ୍ୟକତା ଥିଲା ବେଳେ ଓ ତାଙ୍କ ର ଆର୍ଥିକ ଅବସ୍ଥା ଅତି ଦୟନୀୟ ହୋଇ ଥିଲା ବେଳେ ସେ ସାମାଜିକ ଗଣମାଧ୍ୟମ ରେ ସହାୟତା ପାଇଁ ଅନୁରୋଧ କରିଥିଲେ ।ସାହା ର ସ୍ଵେଚ୍ଛାସେବୀ ମାନେ ନିଜେ କିଛି କିଛି ଶ୍ରଦ୍ଧା ରାଶି ଦାନ ଦେଇ ଗଠନ କରିଥିବା ସେବା କୋଷ ସାଇ ପ୍ରସାଦ ରୁ ପୀଡ଼ିତ ଙ୍କ ପିତା ନୃସିଂହ ସାହୁଙ୍କୁ ନଗନ୍ୟ ଶ୍ରଦ୍ଧା ରାଶି ପ୍ରଦାନ କରିଛନ୍ତି ଓ ବଦାନ୍ୟ ବ୍ୟକ୍ତି ଅନୁଷ୍ଠାନ ମାନଙ୍କୁ ସାହାଯ୍ୟ କରିବାକୁ ସାହା ପକ୍ଷରୁ ଅଧ୍ୟାପକ ସୁଦୀପ୍ତ ଦାସ ଅସିତ୍ ଜେନା ସାରଦା ପ୍ରସାଦ ଦାସ ପ୍ରମୋଦ ଓଝା ସତ୍ୟବ୍ରତ ମହାନ୍ତି

ପ୍ରମୁଖ ନିବେଦନ କରିଛନ୍ତି

Leave A Reply

Your email address will not be published.

sixteen − fifteen =