ଅନ୍ତର୍ଜାତୀୟ ଯୋଗ ଦିବସ ରେ ଜରାଶ୍ରମ ରେ ସେବାଦିନ

ଜରାଜୀର୍ଣ୍ଣ ବାର୍ଧ୍ୟକ୍ୟ ରେ ନିଜ ଲୋକ ଙ୍କ ଦ୍ଵାରା ଅଲୋଡ଼ା ହେବା ସତରେ ଆହୁରି ଯନ୍ତ୍ରଣାଦାୟକ । ତେବେ ବେଦନା ର ବନ୍ଧନୀ ଭିତରେ ହନ୍ତ ସନ୍ତ ହେଉଥିବା ଏଇ ମଣିଷ ମାନଙ୍କ ଗହଣ ରେ ଯୋଗ ଦିବସ ଦିନ ମାନସିକ ସ୍ତର ରେ ସେମାନଙ୍କ ନିସଂଗତା ସହ କିଛି ଆତ୍ମୀୟତା ଆଉ ଆପଣା ପଣରେ ଯୋଡ଼ି ହେବାକୁ ହୋଇଥିଲା ଏକ ନିଆରା ପ୍ରୟାସ ।

ଛତିଆ ସ୍ଥିତ ସେବକ ଜରଶ୍ରମ ର ଏକ ମିଳିତ ପ୍ରୟାସ ରେ ସାଇ ସେବା ସଂଗଠନ ପଳାଇ ଓ ସାମାଜିକ ସେବା ସଂଗଠନ ସାହା ସୌଜନ୍ୟ ରୁ ଏକ ସେବା ଦିନ ଆୟୋଜିତ ହୋଇ ଯାଇଛି ।
ସ୍ବାସ୍ଥ୍ୟ ସେବା ଶିବିର ରେ ପ୍ରାୟ ୧୬୦ ଜଣ ଅନ୍ତେବାସୀଙ୍କୁ ଚିକିତ୍ସା ଔଷଧ ବିତରଣ ସହ ପ୍ରସାଦ ସେବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଏଥିରେ ଯୋଗ ଦେଇ ସ୍ବାସ୍ଥ୍ୟ ଶିବିର ରେ ଚିକିତ୍ସା ସେବା ଦାନ କରିଥିବା ଯୁବ ଡାକ୍ତର ଜ୍ଞାନ ରଞ୍ଜନ ନାୟକ ବିଶିଷ୍ଟ ସାଇ ଭକ୍ତ ତଥା ଆଧ୍ୟାତ୍ମିକ ସଂଯୋଜକ ପ୍ରଶାନ୍ତ ସାମଲ ମହୋଦୟ ଓ ଅନ୍ୟାନ୍ୟ। ସାଇ ଭକ୍ତ ବୃନ୍ଦ ସାଲେପୁର ରୁ ସମାଜସେବୀ ଶିଶିର ପଣ୍ଡା ଯୁବ ସମାଜସେବୀ ଇଞ୍ଜିନିୟର ଶ୍ରୀ ସୁମନ ପଣ୍ଡା ଯୁବ ଗୋ ସେବକ ଇଞ୍ଜିନିୟର ଜ୍ଞାନ ରଞ୍ଜନ ବାରିକ ଯୁବ ସମାଜସେବୀ କୈଳାସ ସ୍ବାଇଁ ଆରକ୍ଷୀ ବିଭାଗରେ କାର୍ଯ୍ୟରତ ମୁକୁନ୍ଦ କୁମାର ଅଧ୍ୟାପିକା ସିନ୍ଧୁ ଦର୍ଷିନି ଯୋଗ ଦେଇଥିଲେ ବେଳେ ଶ୍ରୀକୃଷ୍ଣ ଚେତନାର ର ପ୍ରବକ୍ତା ଶ୍ରୀ ପ୍ରଭୂଜୀ ଓ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିରେଖା ବେହେରା ଙ୍କ ସମେତ ସାହା ର ଯୁବ କର୍ମୀ ମାନଙ୍କ ସହଯୋଗ ରେ ସଫଳତା ର କାଜ୍ୟ କ୍ରମ ସମ୍ପାଦିତ ସଂଚାଲିତ ହୋଇଛି । ଆଶ୍ରମ ପକ୍ଷରୁ ସୁରେଶ

ବିଶ୍ଵାଳ ଅଶୋକ ସ୍ୱାଇଁ ମାନବାଧିକାର କର୍ମୀ ଦୀପକ ଆଚାର୍ଯ୍ୟ ସାମ୍ୱାଦିକ କାର୍ତ୍ତିକ ପାତ୍ର ସହଯୋଗ କରିଥିଲା ବେଳେ ମାନବାଧିକାର ଅଧିବକ୍ତା ଆଇନଜୀବୀ ସତ୍ୟ ନାରାୟଣ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ବିଶ୍ଵାଳ

Leave A Reply

Your email address will not be published.

3 × four =