ସ୍ୱର୍ଣ୍ଣ ମନ୍ଦିର ରେ ଶିରୋମଣି ଅକାଳି ଦଳ ମୁଖ୍ୟ ଙ୍କୁ ଗୁଳି ମାଡ ରେ ଅଳ୍ପ କେ ରକ୍ଷା ପାଇଲେ ସେ /ଓଡ଼ିଶା ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ,ପୁରୀ ରେ ରାଷ୍ଟ୍ରପତି ମହାପ୍ରଭୁ ଙ୍କୁ ଦର୍ଶନ କଲେ
ବାତ୍ୟା ‘ଫେଙ୍ଗାଲ’ ନେଲା ୩ ଜୀବନ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ର ସମ୍ଭାବନା
ତାମିଲନାଡୁ ପଣ୍ଡିଚେରୀ ଉପକୁଳ ରେ ବାତ୍ୟା ରେ ଗଲା ୩ ଜୀବନ
ବଙ୍ଗୋପସାଗରରେ ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ଫେଙ୍ଗାଲ ରେ ପରିଣତ ହେଲା ପରେ ଗତ ଶନିବାର ରାତିରେ ପୁଡୁଚେରୀ ରେ ଉପକୂଳ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇଛି। ଏହା ର ପ୍ରଭାବରେ ୯୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହୋଇଛି। ଶନିବାର ଓ ରବିବାର ଦୁଇଦିନ ଧରି ଚେନ୍ନଇ, ତିରୁଭାଲୁର, ଚେଙ୍ଗାଲପାଟୁ, କାଞ୍ଚିପୁରମ୍, ରାଣୀପେଟ୍, ତିରୁଭାନାମେଲାଇ, ଧରମପୁରୀ, ସାଲେମ୍, ଆରିୟାଲୁର, ପେରାମ୍ବୁଲାର, ଥାଞ୍ଜଭେର, ତିରଭାରୁର୍, ନାଗାପାଟ୍ଟିନମ୍, କରାଇକାଳଲା, କୁଡାଲୁର ଓ ପୁଡୁଚେରୀରେ ପ୍ରବଳ ବର୍ଷା ପବନ ଲାଗି ହୋଇଛି । ବର୍ଷା ଓ ପବନ ଯୋଗୁ ଚେନ୍ନଇରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ଚେନ୍ନଇର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ବିମାନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ବି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତାମିଲନାଡୁ ଓ ପୁଡୁଚେରୀର ପ୍ରଶାସନ ଆଜି ପାଇଁ ଜିଲାରେ ବିଦ୍ୟାଳୟ ମହାବିଦ୍ୟାଳୟ ରେ ଛୁଟି ଘୋଷଣା କରିଛନ୍ତି