ଆମେରିକାର ର ନୂତନ ରାଷ୍ଟ୍ରପତି ହେବେ ଟ୍ରମ୍ପ୍

ହ୍ୱାଇଟ ହାଉସ୍ କୁ ଦୂତିୟ ଥର ପାଇଁ ୪୭ ତମ
ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରତିପକ୍ଷ କମଳା ହାରିଶ୍ ଙ୍କୁ ହରାଇ ରିପବ୍ଲିକାନ ପାର୍ଟି ର ପାର୍ଥି ଭାବେ ବିପୁଳ ଭୋଟ ରେ ନିର୍ବାଚିତ ହୋଇଛନ୍ତି ।

ଏହାକୁ ଏକ ଐତିହାସିକ ଅବିଶ୍ଵସ୍ନୀୟ ବିଜୟ ଭାବେ ଅଭିହିତ କରି ଆମେରିକା ବାସୀ ଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ପ୍ରତି ମୁହୂର୍ତ୍ତ ସେ ଦେଶ ପାଇଁ କାର୍ଯ୍ୟ କରିବେ ବୋଲି କହିବା ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।


ଆତଙ୍କବାଦ ଉପରେ ସେ ବଡ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଉଛି । ମୋଟ ୫୩୮ ଭୋଟ ରୁ ସେ ୨୭୭ ଏଲେକ୍ଟରାଲ ଭୋଟ ପାଇଥିଲା ବେଳେ କମଳା ୨୨୬ ଭୋଟ ପାଇଛନ୍ତି । ତେବେ ଟ୍ରମ୍ପ ଙ୍କ ସମୟ ରେ ଭାରତ ଆମେରିକା ସମର୍କ ରେ ଏକ ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଭାରତ ର ପ୍ରଧାନ ମନ୍ତ୍ରୀ ମୋଦୀ ଓ ଟ୍ରୁମ୍ପ ଉଭୟ ଦୁଇ ଭଲ ବନ୍ଧୁ ହୋଇଥିଲା ବେଳେ ସେମାନଙ୍କ ପରସ୍ପର ଭିତରେ ନିବିଡ ସଂପର୍କ ଦୁଇ ଦେଶ ଭିତରେ ଥିବା ବନ୍ଧୁତା କୁ ଆହୁରି ଦୃଢ଼ କରିବ ବୋଲି ଉଭୟ ଦେଶ ର ଜନତା ଆଶା କରୁଛନ୍ତି ।

Leave A Reply

Your email address will not be published.