ବାତ୍ୟା ଦାନା ର ଭିତରକନିକା ନିକଟ ରେ ଲ୍ୟାଣ୍ଡ ଫଲ + ସକାଳ ୮ ରୁ ଭୁବନେଶ୍ବର ରେ ବିମାନ ସେବା ସ୍ଵାଭାବିକ

୨୫/୧୦/ ଭଏସ ଅଫ କମନ୍ସ ନିଉଜ

ବାତ୍ୟା ଦାନା ଭୀଷଣ ଆକାର ଧାରଣ କରି ପାଣିପାଗ ବିଭାଗ ର ଆକଳନ ଅନୁସାରେ ଗତ କାଲି ରାତି ୧୨ .୫ ରେ ହବାଳିଖଟି ନେଚର କ୍ୟାମ୍ପ ନିକଟ ରେ ଉପକୁଳ ଛୁଇଁ ୫ ଘଣ୍ଟା ତାଣ୍ଡବ ରଚନା କରିଛି ବିଗତ ୧୦୦ ବର୍ଷ ଭିତରେ ଓଡ଼ିଶା ରେ ୧୬୦ ଟି ଝଡ ବାତ୍ୟା ସଂଗଠିତ ହୋଇଛି ଏଥିରୁ ୧୮୦ ଟି ଅବପାତ ୫୭ ଟି ବାତ୍ୟା ଓ ୨୩ ଟି ଭୟଙ୍କର ବାତ୍ୟା ସଂଗଠିତ ହୋଇଛି ।

ଲ୍ୟାଣ୍ଡ ଫଲ ସମୟ ରେ ୧୨୦ କିମି ବେଗ ରେ ପବନ ବହୁଥିଲା ବେଳେ କେନ୍ଦ୍ରାପଡ଼ା ଜଗତିଂହପୁର ଭଦ୍ରକ ବାଲେଶ୍ବର ରେ ତୁହାକୁ ତୁହା ବର୍ଷା ହୋଇଛି ଓ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି ।ଚାଲ ଛପର ଘର ଭାଙ୍ଗି ଯାଇଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସରବରାହ ବିଛିନ୍ନ ହୋଇଛି ।ଭିତରକନିକା ରେ ୧ ମିଟର ଜୁଆର ଉଠିଛି ।ଭାରତୀୟ ପାଣିପାଗ ବିଭାଗ ଆକଳନ ଆଜି ବି ବର୍ଷା ହେବାର ସମ୍ଭାବନା ଥିବାରୁ ୯ ଜିଲ୍ଲାକୁ ରେଡ ସହ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଁ ଦିଆଯାଇଛି ।

ରାଜନଗର ର ଜଣେ ଆଶାକର୍ମୀ ଶିବାନୀ ମଣ୍ଡଳ ବାତ୍ୟା ସମୟ ରେ ଜଣେ ବୃଦ୍ଧା ଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କୁ ନେବାର ଦୃଶ୍ୟ

ବାତ୍ୟା ପାଇଁ ସରକାର ଙ୍କ ପକ୍ଷରୁ ୧୪ ଜିଲ୍ଲାରେ ୮୩୮୨ ଆଶ୍ରୟ ସ୍ଥଳୀ ଓ ରିଲିଫ କେନ୍ଦ୍ର ରେ ଛଅ ଲକ୍ଷ ରୁ ଅଧିକ ଲୋକ ଙ୍କୁ ରଖାଯାଇଥିଲା ବେଳେ ସେମାନଙ୍କ ପାଇଁ ଖାଦ୍ୟ ପେୟ ର ବ୍ୟବସ୍ଥା କରାଯାଇଥିଲା ।ବାତ୍ୟା ସମୟ ରେ ବିଭିନ୍ନ ଡାକ୍ତରଖାନା ରେ ୧୬୦୦ ଶିଶୁ ଜନ୍ମ ହୋଇଛନ୍ତି ।

ଏକ ବାତ୍ୟା ଆଶ୍ରୟ ସ୍ଥଳ ରେ କଟକ ଜିଲ୍ଲାପାଳ

ରାତି ତମାମ ମୁଖ୍ୟ ମନ୍ତ୍ରୀ ନିଜେ ସମ୍ଭାବ୍ୟ ବାତ୍ୟା ର ସ୍ଥିତି ସମୀକ୍ଷା କରୁଥିଲା ବେଳେ ମୁଖ୍ୟ ସଚିବ ସ୍ଵତନ୍ତ୍ର ରିଲିଫ କମିଶନ ଙ୍କ ସହ ବୈଠକ ରେ ମିଳିତ ହୋଇଥିଲେ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ସହ କଥା ହେଇ ବାତ୍ୟା ପରିଚାଳନା ସହ ସମସ୍ତ ତଥ୍ୟ ଅବଗତ କରେଇ ଥିଲା ବେଳେ ସବୁ ସହଯୋଗ କରିବାକୁ ପ୍ରଧାନ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ପ୍ରତିଶ୍ରୁତି ଦେଇତ୍ସନ୍ତି । ତେବେ ରାଜ୍ୟ ସରକାର ଅକ୍ଲାନ୍ତ ପରିଶ୍ରମ କରିବା ସହ ମନ୍ତ୍ରୀ ଓ ଅଧକାରୀ ମାନେ ତୃଣ ମୂଳ ସ୍ତର କୁ ଯାଇ ମିଶନ ମୋଡ ରେ ବାତ୍ୟା ପରିଚାଳନା କରିଥିବାରୁ ରାଜ୍ୟ ବ୍ୟାପି ସାଧାରଣ ରେ ବେଶ୍ ପ୍ରସଂଶା କରାଯାଉଛି । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଏସ ଆର ସି ଙ୍କ ଦପ୍ତର ରେ ପହଞ୍ଚି ବାତ୍ୟା ପରବର୍ତ୍ତୀ ସ୍ଥିତି ର ସମୀକ୍ଷା କରୁଛନ୍ତି । ତେବେ ପନ୍ଦର ଘଣ୍ଟା ଧରି ବ୍ୟାହତ ହୋଇଥିବା ବିମାନ ସେବା ଭୁବନେଶ୍ବର ରେ ଆଜି ସକାଳ ୮ ଟା ରୁ ସ୍ଵାଭାବିକ ହେଉଥିବାର ଜଣାପଡିଛି ।

ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ବାତ୍ୟା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସହିତ ଏହା ଧୀରେ ଧୀରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ସୂତ୍ର ରୁ ପ୍ରକାଶ।

ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇ ଥିଲା ବେଳେ କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୨୫ ତାରିଖରେ ହାଲୁକା କିମ୍ବା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.