ରାଜ୍ୟ ରେ ଜାରି ରହିଛି ଲଘୁ ଚାପ୍ ଜନିତ ବର୍ଷା । ଆଜି ଦିନ ସୁଦ୍ଧା ଗଭୀର ଅବପାତ ଉପକୂଳ ଅତିକ୍ରମ କରିବାର ରହିଛି ସମ୍ଭାବନା

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ,ନେଲା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଲାଗି ରହିଛି । ପୁରୀଠାରୁ ୧୧୦ କି.ମି, ଗୋପାଳପୁରଠାରୁ ୧୫୦ ଓ ପାରାଦୀପଠାରୁ ୧୬୦ କି.ମି ଦୂରରେ ଏହି ଗଭୀର ଅବାପାତ କେନ୍ଦ୍ରୀଭୂତ ହୋଇ ରହିଛି।
ଆଜି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗୀର ଓ ଗଜପତି ଜିଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ ସମେତ ୧୬ଜିଲା ପାଇଁ ହଳଦିଆ ସତର୍କତା ମଧ୍ୟ ଜାରି ହୋଇଛି।

Leave A Reply

Your email address will not be published.

14 + two =