ଆତ୍ମାହୁତି ଦେଇଥିବା ମହିଳା ଙ୍କ ଜଳିଲା ଆନ୍ତିମ ଚିତା

ଥାନା ଆଗରେ ଆତ୍ମାହୁତି ଦେଇଥିବା ରଶ୍ମିତା ଙ୍କ ଦୁଃଖଦ ପରଲୋକ ।

, ପରପାରିକୁ ଚାଲିଗଲେ ରଶ୍ମିତା । ମା ଛେଉଣ୍ଡ ହୋଇଗଲେ ଦୁଇ ଦୁଇ ଟି ପିଲା ଅପରାଧ କରି ନଥିଲେ ସେ । ନିଜ ସ୍ବାମୀ ଙ୍କୁ ନିର୍ଦ୍ଦୋଷ ପ୍ରମାଣ କରି ଛାଡି ଦେବାକୁ ଥାନା ବାବୁ ଙ୍କ ପାଖରେ କେତେ କାକୁତି ମିନତି ହୋଇଥିଲେ । ହେଲେ ସ୍ବାମୀ ଙ୍କୁ ଛାଡି ନଥିଲା ପୋଲିସ । ଶେଷ ରେ ଥାନା ଆଗରେ ନିଜ ଦେହ ରେ ପେଟ୍ରୋଲ ଢାଳି ନିଜର ଜିଅନ୍ତା ଦେହ କୁ ଜଳି ପୋଡ଼ି ଅଙ୍ଗାର କରିଦେଲେ ସେ । ଆଇନ ବ୍ୟବସ୍ଥା ର ସମ୍ବେଦନଶୀଳ ପରିଚଳନ ଉପରେ ଲଗେଇ ଦେଲେ ପ୍ରଶ୍ନବାଚକ।

ଅପରାଧୀ ଙ୍କୁ ଙ୍କୁ ନ୍ୟାୟ ଦେବା ପାଇଁ ବଦଳିଲା ଆଇନ ।ରାଜ୍ୟ ରେ ବଦଳିଲେ ମୁଖିଆ ।ବିଗତ ନିର୍ବାଚନ ରେ ବଦଳିଲେ ସରକାର । ଥାନା ଗୁଡ଼ିକ ରେ ସାଧାରଣ ଲୋକ ଙ୍କୁ ଭଲ ବ୍ୟବହାର ଦେଖାଇବା ପାଈଁ ନୂଆ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲା ବେଳେ କଟକ ଜିଲ୍ଲା ର ମାହାଙ୍ଗା ଥାନା ପୁଣି ବିବାଦୀୟ ହୋଇ ପଡ଼ିଛି ।ଏକ ଚୋରି କେସ ରେ ମାହାଙ୍ଗା ପୋଲିସ ଜଣେ ଅଭିଯୁକ୍ତ ଙ୍କୁ ଉଠାଇ ଆଣି ଥିଲା ବେଳେ ତାଙ୍କ ପତ୍ନୀ ନିଜ ସ୍ଵାମୀ ଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରି ସ୍ବାମୀ ଙ୍କୁ ମୁକୁଲାଇବାକୁ ଆସି ଥାନା ର କିଛି କର୍ମଚାରୀ ଙ୍କ କଟୁ ବ୍ୟବହାର ର ଅତିଷ୍ଠ ହୋଇ ନିଜ ଦେହ ରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ର ଅଭିଯୋଗ ମୃତ ରଶ୍ମିତା ଙ୍କ ପରିବାର କରିଥିଲା ବେଳେ ଶେଷରେ ଜୀବନ ସଂଗ୍ରାମ ରେ ହାରି ଯାଇ ଚିକିତ୍ସିତ ଅବସ୍ଥା ରେ କଟକ ବଡ ଡାକ୍ତର ଖାନା ରେ ପର ପାରିକି ଚାଲିଯିବା ବ୍ୟବସ୍ଥା ଉପରେ ଲଗେଇଛି କକଙ୍କ ର କଳାଦାଗ।

ଭଏସ ଅଫ କମନ୍ସ ନିଉଜ

ନିଆଁ ରେ ପୋଡ଼ି ହୋଇ ଆତ୍ମହତ୍ୟା ଉଦ୍ୟମ କରି ଥିବା ରଶ୍ମିତା ଦାସ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ମୃତ୍ୟୁବରଣ କରିଛନ୍ତି । ମାହାଙ୍ଗା ଥାନା ସମ୍ମୁଖ ରେ ନିଜ ସ୍ବାମୀ ଙ୍କୁ ମାହାଙ୍ଗା ଥାନା ପାକ୍ଷ ରୁ ଚୋରି ଅଭିଯୋଗ ରେ ଗିରଫ କରାଯାଇଥିବା ରୁ ଖର୍ତଙ୍ଗ ଗାଁ ର ରଶ୍ମିତା ଏହାର ପ୍ରତିବାଦ କରି ଏହା ଏକ ମିଥ୍ୟା ମକଦ୍ଦମା ବୋଲି ଦାବି କରି ନିଜ ସ୍ବାମୀ ଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ । ହେଲେ ଥାନା ପକ୍ଷ ରୁ ନ ଛଡ଼ା ଯିବାରୁ ଓ ତାଙ୍କୁ କଟୁ ଭାଷା ରେ ଗାଳିଗୁଲଜ କରାଯିବାର ଅଭିଯୋଗ କରି ସେ ନିଜ ଦେହ ରେ ଥାନା ସମ୍ମୁଖ ରେ ନିଆଁ ଲଗେଇ ଦେଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମନ୍ଧିୟ ଏକ ମାମଲା ମାନ୍ୟବର ଜାତୀୟ ମାନବିକ ଅଧିକାର ଆୟୋଗ ଠାରେ ମଧ୍ୟ ଉପସ୍ଥାପିତ କରାଯାଇଛି ।

ତେବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ଡାକ୍ତର ଖନା କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା । ରଶ୍ମିତା ଙ୍କ ମୃତ୍ୟୁ ପରେ ଛୁଆ ଦୁଇଟି ମା ଛେଉଣ୍ଡ ହୋଇଥିଲା ବେଳେ ଥାନା ସମ୍ମୁଖ ରେ ଆତ୍ମାହୁତି ଦେଇ ଜଣେ ନିରୀହ ମହିଳା ଙ୍କ ଜୀବନ ର ଦୀପ ଲିଭି ଯାଇଥିବାରୁ ସରକାରୀ ସାହାଯ୍ୟ ପାଇଁ ଦାବି କରାଯାଉଛି ଓ ପରିବାର କୁ ନ୍ୟାୟ ଦେବା ଲାଗି ସାଧାରଣ ରେ ଦାବି ହେଉଛି ।

ତେବେ ଗତ ଗୁରୁବାର ରଶ୍ମିତା ଙ୍କ ମୃତ ଦେହ ପରିବାର ଲୋକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ରୁ ଘରକୁ ନେବା ପରେ ମାହାଙ୍ଗା ଥାନା ସମ୍ମୁଖ ରେ ରାସ୍ତାରେ ଶବ ରଖି ପରିବାର ଓ ସାଧାରଣ ଜନତା ଧାରଣା ରେ ବସି ରହିଥିଲେ ।ପୋଲିସ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯିବା ସହ ତଦନ୍ତ ରେ ଯେଉଁ ମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପରିସ୍ଥ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଲା ପରେ ବିଳମ୍ବିତ ରାତି ରେ ଧାରଣା ପ୍ରତ୍ୟାହୁତ ହୋଇଥିଲା ।

Leave A Reply

Your email address will not be published.

12 + 7 =