ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅଙ୍ଗଦାନ ସଚେତନତା ବୃକ୍ଷ ରୋପଣ ଓ ଦାତବ୍ୟ ହୋମୀଓ ଚିକିତ୍ସା ସେବା ରେ ସମର୍ପିତ ହେଲା ସ୍ୱାଧୀନତା ଦିବସ ଓ ସମାଜସେବୀ ଙ୍କ ସ୍ଵନକ୍ଷତ୍ର ।

ବର୍ଷୀୟାନ ଶିକ୍ଷାବିତ୍ ସମାଜସେବୀ ପ୍ରଫେସର୍ ଦେବୀ ପ୍ରସାଦ ଦାସ ଙ୍କ ଜନ୍ମ ତିଥିରେ ସମର୍ପିତ ହେଲା ରକ୍ତ ଦାନ ଶିବିର ଓ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ । ବ୍ରୁକ୍ଷ ପୂଜା ବୃକ୍ଷ ରୋପଣ ମିଷ୍ଟାନ୍ନ ବିତରଣ ନିଶୁଳ୍କ ଚଷମା ବିତରଣ ଦାତବ୍ୟ ହମିଓ ଚିକିତ୍ସା ସେବା ରେ ସମର୍ପିତ ହେଲା ସାର ଦିନ ର କାର୍ଯ୍ୟକ୍ରମ

ସ୍ୱାଧୀନତା ଦିବସ ରେ ମା ରାଧାଦେବି ଦତ୍ତ ନ୍ୟାସ ରମକାପୂର୍ ଅନୁକୁଲ୍ୟ ରେ ସ୍ଵେଚ୍ଛାସେବୀ ସଂଗଠନ ସାହା ର ସହଯୋଗ ଓ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ବିଳମ୍ବିତ ସଞ୍ଜ ରେ ଆୟୋଜିତ ଏଇ ରକ୍ତ ଦାନ ଶିବିର ରେ ସ୍ୱଳ୍ପ ସମୟ ମଧ୍ୟ ରେ ,୧୮ ୟୁନିଟ ରକ୍ତ ଦାନ ହୋଇଥିଲା ବେଳେ ଅଙ୍ଗ ଦାନ ସଚେତନତା ମଧ୍ୟ କରାଯାଇଥିଲା । ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ଯୁବ କର୍ମୀ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ସକାଳ ରେ ଜାତିୟ ପତାକା ଉତ୍ତୋଳନ ସହ ଶ୍ରୀ କୃଷ୍ ଚେତନାର ର ବିଶିଷ୍ଟ ପ୍ରବଚକ୍ ଶ୍ରୀ ପର୍ଭୂଜୀ ଙ୍କ ସଭାପତିତ୍ବ ରେ ମାଟି ପାଇଁ ମାନସ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରକ୍ତଦାନ ପାଇଁ ସ୍ବତନ୍ତ୍ର ଭାବେ ରେଡ୍ କ୍ରସ୍ର ଦ୍ଵାରା ସମ୍ମାନିତ ହେଲା ମା ରାଧା ଦେବୀ ଦତ୍ତ ନ୍ୟାସ

ଏହି ଦିନ ବିଶିଷ୍ଟ ତଥା ବର୍ଷୀୟାନ ସମାଜସେବୀ ଶିକ୍ଷାବିତ୍ ପ୍ରଫେସର ଦେବୀ ପ୍ରସାଦ ଦାସ ଙ୍କ ୭୯ ତମ ଜନ୍ମ ଦିନ ଥିବାରୁ ପ୍ରଦୀପ ପ୍ରଜ୍ବଳନ ବୃକ୍ଷ ରୋପଣ ମିଷ୍ଟାନ୍ନ ବିତରଣ ଓ ନ୍ୟାସ ପାଖରୁ ଜଳ ଯୋଗ ର ଆୟୋଜନ କରାଯାଇଥିଲା । ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟନାରାୟନ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ଯୋଗ ଦେଇ ଥିବା ବକ୍ତା ମାନେ ଦେବୀ ସାର ଙ୍କ ନିରାମୟ ଜୀବନ ପାର୍ଥନା କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ପଣ୍ଡିତ ବିନୟ ଭୂଷଣ ମିଶ୍ର ପ୍ରଫେସର ଡକ୍ଟର ଚନ୍ଦନ ବାରିକ ଡାକ୍ତର ରବୀନ୍ଦ୍ର କୁମାର କର ଅଧ୍ୟାପକ ପ୍ରଦୀପ୍ତ ମହାନ୍ତି ଅଧ୍ୟାପକ ଅନିଲ ଜେନା ଡକ୍ଟର ବି ସୁଶାନ୍ତ ମୁଖ୍ୟ ଗ୍ରନ୍ଥାଗାରିକ ଦେବାଶିଷ କର ପିଜୀଓ ଚିକିତ୍ସକ ଡାକ୍ତର ମହେନ୍ଦ୍ର ଦାସ ଇଞ୍ଜିନିୟର ସୁଦର୍ଶନ ବେହେରା ଡକ୍ଟର ସନତ ମିଶ୍ର ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଟି ନୃସିଂହ ସାମ୍ବାଦିକ ଉମାକାନ୍ତ ଜେନା ଦୈନିକ ସମାଜ ରେ ପ୍ରତିନିଧି ସାମ୍ବାଦିକ ବିଜୟ ଜେନା ସାମ୍ବାଦିକ ଧନେଶ୍ଵର ସେଠୀ ଅଜୟ ପଣ୍ଡା ଅମରେନ୍ଦ୍ର ଜେନା ସୁଶିଲ ପଣ୍ଡା ସଙ୍ଗୀତଜ୍ଞ ଶରତ ମହାନ୍ତି ନରେନ୍ଦ୍ର କୁମାର ମିଶ୍ର ଡାକ୍ତର ଦୀପକ ମହାନ୍ତି ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର ପରିବେଶ କର୍ମୀ ଗଛ କିଶୋର ପ୍ରମୁଖ ଯୋଗ ଦେଇ ନିଜର ବିଚାର ବ୍ୟକ୍ତ କରିବା ସହ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ନୌବହିନୀ ରୁ ସେବା ନିବୃତ୍ତ ଅଧିକାରୀ ଶ୍ରୀ ଭାରତ ପଟ୍ଟନାୟକ ଉପସ୍ଥିତ ଅତିଥି ରକ୍ତଦାତା ଅଙ୍ଗଦାନ ପାଇଁ ଶପଥ ପତ୍ର ଦେଇଥିବା ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମ ର ସଂଚାଳକ ଙ୍କୁ ଧନ୍ୟବାଦ୍ବା ଦେଇଥିଲେ ।

କାର୍ଯ୍ୟକ୍ରମ ରେ ସୁଦୂର କଲିକତା ରେ ଥିବାରୁ ଯୋଗ ଦେଇ ନ ପାରି ସେଇ କଲିକତା ରେ ସ୍ୱାଧୀନତା ଦିବସ ଦିନ ରକ୍ତ ଦାନ କରୁଛନ୍ତି ବରିଷ୍ଠ ବ୍ୟାଙ୍କର ସୁଧାଂଶୁ ମୋହନ ରାଉତ୍

ସୁଶ୍ରୀ ମିନତି ରାଉତ୍ ରଞ୍ଜିତା ସାହୁ ପ୍ରମୋଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା ରେ ସହଯୋଗ କରିଥିଲେ ।

କୈଳାସ ସ୍ବାଇଁ ଶ୍ରୀକାନ୍ତ ନାୟକ ମନୋଜ୍ ସାହୁ ଭାଗବତ ମହାରଣା ଦୁର୍ଗାପ୍ରସାଦ ରାୟ ରମେଶ କର ନଗେନ୍ଦ୍ର ନାଥ ରାକେଶ କୁମାର କର ଜୟଦେବ ମହାରଣା ଲୋକ ନାଥ ବେହେରା ଶାନ୍ତନୁ ସାହୁ ସମେତ ବହୁ ଯୁବକ ଏହି ଶିବିର ରେ ରକ୍ତ ଦାନ କରିଥିଲେ ।

ରେଡ୍ କ୍ରସ୍ ତରଫରୁ ଡାକ୍ତର ଦୀପକ ମହାନ୍ତି ଙ୍କ ନେତ୍ରୁତ ରେ ହୋଇ ଥିବା ଏହି ରକ୍ତ ଦାନ ଶିବିର ରେ ତାପସ ମହାନ୍ତ ବିଜୟ ସ୍ବାଇଁ ଭଗ୍ୟଧର ସାହୁ ଗଣେଷ ବେହେରା ସଞ୍ଜୟ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । ପରିବେଶବିତ୍ ଗଛ କିଶୋର ଜନ୍ମ ଦିନ ପାଇଁ ସ୍ଵତନ୍ତ୍ର ଭାବେ ଏକ ବଉଳ ଗଛ ଦେବୀ ସାର ଙ୍କୁ ଉପହାର ଦେବ ସହ ଏହାକୁ ପୋଷ୍ୟ ବୃକ୍ଷ ଭାବେ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

14 + 6 =