ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସି ଆର ପି ଏଫ୍
ଚେକ୍ପୋଷ୍ଟ ଉପରେ ଗୁଳିମାଡ଼। ତିନି ଯବାନ ଆହତ
ଆକ୍ରନ୍ ନିକଟ ମୀର ବଜାର ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ମୋଟର ସାଇକେଲରେ ଆସିଥିବା ଅଜଣା ଆକ୍ରମଣକାରୀ ମାନେ ଡ୍ୟୁଟି କରୁଥିବା ସି ଆର ପି ଏଫ୍ ଯବାନଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲା ବେଳେ ଏହି ଆକ୍ରମଣରେ ରାକେଶ ଦାସ, ସନ୍ତୋଷ ଚନ୍ଦ୍ରୁ ଓ ସୋମବୀର ସିଂହଙ୍କ ସମେତ ୩ ଜଣ ଯବାନ ଆହତ ହୋଇଛନ୍ତି। ଯବାନ ମାନଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ବେଳେ ଅପରାଧୀ ମାନଙ୍କୁ ଖୋଜା ଚାଲିଛି ।ଏମିତି ଏକ କାଣ୍ଡ କରି ଅପରାଧୀ ମାନେ ନିଜ ଅସ୍ତିତ୍ୱ ରହିଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଥିଲା ବେଳେ ଅପରାଧୀକୁ ଧରିବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି ।