କଳାକାର ନୁହେଁ ସେ କ୍ରାନ୍ତିବୀର

ସତରେ ତୁମେ କାହାଣୀ ରେ ନୁହେଁ ବାସ୍ତବ ଜୀବନ ରେ ବି ଥିଲ ଅଗ୍ନିସାକ୍ଷୀ ,ବ୍ୟବସ୍ଥା ଓ ରାଜନୀତି କୁ ପ୍ରହାର କରି ତ୍ରିରଙ୍ଗା କୁ ଧରିଥିବା କ୍ରାନ୍ତିଵୀର ଜସ୍ଵନ୍ତ୍,,


ସତ କୁ ସତ କହିବାକୁ ସାହସ ରଖୁଥିବା ଜଣେ ପର ଉପକାରି ପରିନ୍ଦା,,ଶବ୍ଦ ରେ ସଂଳାପ ରେ ନିଆଁ ଲଗେଇ ଶୋଇ ଥିବା ସମାଜ ଉଠାଇ ବାକୁ ସାହସ ରଖୁଥିବା ନଟ ସମ୍ରାଟ ସେ ,,

ଯୁଦ୍ଧ ବେଳେ ସୀମା ରେ ବଙ୍କର ଭିତରେ ସେନା ସହ ରହି ସଂଗ୍ରାମ ରେ ସହାୟତା ହେଉ କି ଅଭାବ ଅନଟନ ରେ ଚାଷୀ ଆତ୍ମହତ୍ୟା କଲେ ନିଜ ଦେଢ଼ କୋଟି ର କାର କିଣା ପ୍ରସ୍ତାବ କୁ ଶୀତଳ ଭଣ୍ଡାର ରେ ଥୋଇ ସବୁ ପଇସା କୁ ଦୁର୍ଗତ ପରିବାର ଭିତରେ ବାଣ୍ଟିବା ମଣିଷ ଜଣଙ୍କ ତୁମେ ଥିଲା ନା ,? ସତ ସତିକା ଜୟ ଜୱନ୍ ଜୟ କିଶାନ ର ସ୍ଲୋଗାନ କୁ ସାର୍ଥକ କରୁଥିବା ଜ୍ୱାଳାମୁଖୀ ମଞ୍ଚ ମଣିଷ

ତୁମେ କହିଥିଲ ନା ତୁମେ ରୂପେଲି ଦୁନିଆ ର ମଣିଷ ନୁହଁ
ଗାଉଁଲୀ ଚଷା ଟି ଏ ,ଯିଏ ସିନେମା ରୁ ପଇସା କମେଇ ପୁଣି ଗାଁ କୁ ଫେରିଯାଏ ।
ସେଠୀ ମୟୂର ମାନଙ୍କ ଡାକ ରେ ସକାଳେ ଉଠେ ,,,ପାହାଡ ର ପାଚେରୀ ଭିତରେ ଗଛ ଲତା
ଗାଈ ବଳଦ ଙ୍କ ସହ ରୁହେ,,ଜାଳ ହାଣେ ରୋଷେଇ କରେ । ସିନେମା ରୁ କରୁଥିବା ଆୟ କୁ ଗରିବ ଗୁରୁବା ଙ୍କ ସେବା ରେ ଲଗେଇ ଦିଏ । ଅଭିନୟ ର ଚରିତ୍ର ଭିତରେ ଏତେ ପଶି ଯାଏ ଯିଏ ଦେଖେ ସିଏ କାନ୍ଦେ ହସେ ରାଗେ ଆଉ ଦର୍ଶକ ବି କିଛି ସମୟ ପାଇଁ ବିପ୍ଳବ କରିବାକୁ ସ୍ୱପ୍ନ ଦେଖେ,,

ବେକ ରେ ଗାମୁଛା ଗୁରେଇ ନିଜକୁ ସବୁ ବେଳେ ମାମୁଲି ସାଧାରଣ ମଣିଷ ଟେ ଭଳି ଉପସ୍ଥାପିତ କରୁଥିବା ଦରଦୀ ପରିନ୍ଦା,,,,
ସରଳ ନିରାଡ଼ମ୍ବର ଜୀବନ ଜୀଇଁ ଥିବା ଆଉ କୋଟି କୋଟି ଟଙ୍କା ସିନେମା ଜଗତ ର ଆୟ କରି ସମାଜ ସେବା କରୁଥିବା ଗାଉଁଲି ଚଷା ପୁଅ,,,
ଆଜି ସାରା ଦେଶ କୁ କନ୍ଦେଇ ଚାଲିଗଲେ ।

ତୁମେ ଥିଲ ମା ମାଟି ଆଉ ଗାଁ ର ମଣିଷ ,,,ପ୍ରକୃତି ପରିବେଶ ପଶୁ ପକ୍ଷୀ ଙ୍କ ପ୍ରତି ଥିଲା ଅଦମନୀୟ ଦରଦ,,,,
🙏

ନାନା ପାଟେକର
ଗାଁ କୁ ପ୍ରାଣ ଦେଇ ଭଲ ପାଉଥିଲ

ଆୟ ର ନବେ ପ୍ରତିଶତ ସମାଜ ସେବା ରେ ଖର୍ଚ୍ଚ କରୁଥିଲ
ଜ
ସରଳ ନିରାଡ଼ମ୍ବର ଜୀବନ ବଞ୍ଚୁଥିଲ
ମରୁଡ଼ି ଗସ୍ତ ମହାରାଷ୍ଟ୍ର ର କିଛି ଜିଲ୍ଲା ରେ

କୃଷି କୃଷକ ଜଳ ସେଚନ ପାଇଁ
ବ୍ୟାପକ ବ୍ୟବସ୍ଥା ସହ ବିପୁଳ ଅର୍ଥ ବ୍ୟୟ କରୁଥିଲ,

କାର୍ଗିଲ ଯୁଦ୍ଧ ସମୟ ରେ ସେନା ସହ ରହିଥିଲ ଷାଠିଏ ଦିନ

ସୀମାନ୍ତ ରେ ଉତ୍ତେଜନା ବେଳେ ୟୁନିଫର୍ମ ପିନ୍ଧି ବୋର୍ଡର ରେ ରହି
ସୈନିକ ଙ୍କ ମନୋବଳ ବଢାଉ ଥିଲ

ଅଭାବ ପାଇଁ ଆତ୍ମ ହତ୍ୟା କରୁଥିବା କୃଷକ ମାନଙ୍କ ପରିବାର କୁ ଆର୍ଥିକ ସାହାଯ୍ୟ ଦେବା ସହ ପିଲା ମାନଙ୍କ ର ସ୍ୱାସ୍ଥ୍ୟ ଶିକ୍ଷା ର ଦାୟିତ୍ୱ ନେଉଥିଲ ।

ସମାଜ ର ସେବା ପାଇଁ ଗଢ଼ିଥିଲ ଏକ ଫାଉଣ୍ଡେସନ ।

ସମାଜ କୁ ଆପଣା ପଣ ରେ ଆଦରି ନେଇଥିବା ର ତାଲିକା ବେଶ୍ ଲମ୍ବା ।
ଗୋଟେ ମିଛ ଦୁନିଆ ର ସତ୍ ମଣିଷ ଯିଏ ପରାପାରିକି ଯିବା ଆଗରୁ ସାଇତି ରଖୁଥିବା ଶୁଖିଲା କାଠ କେତେ ଖଣ୍ଡ ଭିତରେ ଆବେଗ ଭରା କଣ୍ଠ ରେ କହିଥିବା କଥା ଆଜି ବି ଆମକୁ ଆନ୍ଦୋଳିତ କରେ ଆଉ କରୁଥିବ ବି

ମହାନ୍ ଆତ୍ମା ଙ୍କ ପାଇଁ ଆମର ଗଭୀର ଭକ୍ତି ଅର୍ଘ୍ୟ

Leave A Reply

Your email address will not be published.