ଦୁର୍ଗମ ଅଞ୍ଚଳ ରେ କମ୍ବଳ ଶୀତବସ୍ତ୍ର ବିତରଣ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ବୈଠକ

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସ୍ୱେଚ୍ଛାସେବୀ ଙ୍କ ଏକ ଗୋଷ୍ଠୀ ଦୁର୍ଗମ ଅଞ୍ଚଳ ରେ କମ୍ବଳ ଶୀତବସ୍ତ୍ର ବିତରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି

ଏ ବର୍ଷ ମାଲକାନଗିରି ର ଚିତ୍ର କୋଣ୍ଡା ବଣ୍ଡା ଘାଟି ଓ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳ
ରେ ଏହି କାଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଶିଶୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡକ୍ଟର ବନୋଜ ରାୟ ଙ୍କ ବାସ ଭବନ ଶ୍ରୀ ନିବାସ ର ସଭା ଗୃହ ଅନୁଷ୍ଠିତ ହୋଇ ଥିଲା ବେଳେ ପ୍ରଥମେ ମହାପ୍ରଭୁ ଙ୍କୁ ପୁଷ୍ପଞ୍ଜଳି ଦିଆ ଗଲା ପରେ ସାମୂହିକ ଭାଗବତ ପାଠ କରା ଯାଇ ଥିଲା ।

ବ୍ୟସ୍ତ ବହୁଳ ଜୀବନ ରେ ସମୟ କାଢ଼ି ସମାଜ ପାଇଁ ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯାଉଥିବାରୁ ନିରତାର ର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି ସ୍ୱେଚ୍ଛାସେବୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ।

ଏହି ବୈଠକ ରେ ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ସମାଜସେବୀ ଶ୍ରୀ ରାମ ରାୟ ଓଲଟ ପୁର ସ୍ଥିତ ଭାରତ ସରକାର ଙ୍କ ଅଧୀନରେ ଥିବା ଏସ ଭି ନିର୍ତର ର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଶ୍ରୀ ପତିତପାବନ ମହାନ୍ତି ଯୁବ ନ୍ୟୁରୋଲୋଜିଷ୍ଟ ସହକାରୀ ପ୍ରଫେସର ମାନସୀ ଦାସ ଯୁବ ଗୋବସେବକ ଭୌତିକ ଚିକିତ୍ସକ ଶ୍ରୀ ମହେନ୍ଦ୍ର ଦାସ ପଣ୍ଡିତ ଡକ୍ଟର ବିନୟ ମିଶ୍ର ସାମ୍ବାଦିକ ପ୍ରଦୀପ ମହାନ୍ତି ଟିକସ ପରାମର୍ଶ ଦାତା ଅଭିମନ୍ୟୁ ସାହୁ ମନୋଜ ରାୟ ଶିକ୍ଷାବିତ୍ ଅକ୍ଷୟ ବେହୁରା ଶିକ୍ଷାବିତ୍ ଡକ୍ଟର ଦେବ ଯିତ୍ ଯୁବ ସଫ୍ଟୱାରେ ଇଞ୍ଜିନିୟର ପ୍ରମୋଦ
ସେବା ଚକ୍ରଧର ଭାଇ କୃଷ୍ଣ ଭାଇ ନିବୃତ୍ତ ବ୍ୟାଙ୍କ୍ ଅଧିକାରୀ ସୁନନ୍ଦା ମହାନ୍ତି ଗଞ୍ଜାମ ରୁ ପ୍ରଭୂଜି ପଞ୍ଚୁ ପାଣ୍ଡବ ଦାସ ଓ ପ୍ରାଭୂଜି ରାଜ କିଶୋର ପ୍ରମୁଖ ଯୋଗ ଦେଇ ବିଚାର ବିନିମୟ ର ଭାଗ ନେବା ସହ ଆଗାମୀ ଦିନ ରେ ଏହି କାଯ୍ୟକ୍ରମ ର ସୂ ପରିଚଳନା ପାଇଁ ନିଜ ପରାମର୍ଶ ଦେଇ ଥିଲେ ।


ଯୁବ ସମାଜସେବୀ ଓମ୍ ପ୍ରକାଶ ମହାନ୍ତି ଙ୍କ ସଭାପ ତି ତ୍ଵ ରେ ଅନୁଷ୍ଠିତ କାଯ୍ୟକ୍ରମ କୁ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ ସଂଯଜନା କରି ଥିଲେ।

ସେବା କାର୍ଯ୍ୟ ପୂର୍ବରୁ ସାମ୍ବାଦିକ ପ୍ରଦୀପ ମହାନ୍ତି ଓ ଅଭିମନ୍ୟୁ ସାହୁ ଙ୍କ ନେତ୍ରୁତ ରେ ତୃଣମୂଳ ସ୍ତର ରେ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା ।

ବିଗତ ବହୁ ବର୍ଷ ଧରି ବର୍ଷ ର ବିଭିନ୍ନ ସମୟ ରେ ଏହି ସ୍ୱେଚ୍ଛାସେବୀ ଦଳ ରେ ସଦସ୍ୟ ସଦସ୍ୟା ମାନେ ନିଜେ ଆର୍ଥିକ ବ୍ୟବସ୍ଥା କରି ରାଜ୍ୟ ର ଜନଜାତି ଭାଇ ଭଉଣୀ ବାସ କରୁଥିବା କୋରାପୁଟ କଳାହାଣ୍ଡି ରାୟଗଡ଼ା ମୟୂରଭଞ୍ଜ ଶିମିଳିପାଳ ଢେଙ୍କାନାଳ ନୟାଗଡ଼ ଫୁଲବାଣୀ କନ୍ଧମାଳ କେ୍ଦୁଝର ଗଞ୍ଜାମ ନବରଙ୍ଗପୁର ଗଜପତି ପ୍ରଭୁତି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ରେ ଚିକିତ୍ସକ ଦଳ ସହ ସେବା କର୍ଯ୍ୟ କରିବା ସହ ସେମାନଙ୍କ ବସତି ରେ ରାତ୍ରି ଜାପନ କରି ସେମାନଙ୍କ ଜୀବନ ଶୈଳୀ କୁ ପାଖରୁ ଦେଖିବା ସହ ପଙ୍କ୍ତି ଭୋଜନ ଆୟୋଜନ କରି ସୁଖ ଦୁଃଖ ରେ ସାମିଲ ହେଇ ଥାଆନ୍ତି ।

ତେବେ ଆଗାମୀ ଅକ୍ଟୋବର ଶେଷ ସପ୍ତାହ ରେ ହେବାକୁ ଯାଉଥିବା ଏହି ଅଭିଯାନ ରେ
୧୦୦୦ ଲୋକ ଙ୍କ ପାଇଁ କମ୍ବଲ ଶୀତବସ୍ତ୍ର ମା ମାନଙ୍କ ପାଇଁ ୫୦୦ ଶାଢ଼ି ପିଲାଙ୍କ ପାଇଁ ୨୦୦ ସାର୍ଟ ପ୍ୟାଣ୍ଟ ବିତରଣ ସହ ଯେଉଁ ଗାଁ ରେ ବିତରଣ କରାଯିବ ସେଠାରେ ପଙ୍କ୍ତି ଭୋଜନ ଆୟୋଜନ କରାଯିବାର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଥିଲା ।

ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ବନୋଜ ରାୟ ଙ୍କ ନେତୃତ୍ୱ ରେ ଏକ ଡାକ୍ତରୀ ଟିମ ଔଷଧ ସହ ଭ୍ରାମ୍ୟମାଣ ଚିକିତ୍ସା ସେବା ରେ ଭାଗ ନେବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା ।

ଇଞ୍ଜିନିୟର ସତ୍ୟବ୍ରତ ମହାନ୍ତି ଙ୍କ ସମେତ ଯୁବ ସମାଜ କର୍ମୀ ମାନେ କାଯ୍ୟକ୍ରମ ପରି ଚାଲନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.