ଆୟୁରବେଦ ଚିକିତ୍ସା ର ସର୍ବଶ୍ରେଷ୍ଠ ଅନୁଷ୍ଠାନ ଆଖିଲ ଭରତ ଆୟୁର୍ବେଦ ଚିକିତ୍ସା ଓ ଗବେଷଣା ସଂସ୍ଥାନ ରେ ଗବେଷଣା କରିବାକୁ ଯୋଗ୍ୟ ବିବେଚିତ ହେଲେ ଯୁବ ବିଶେଷଜ୍ଞ ଡାକ୍ତର ଅବିନାଶ କର
ଓଡ଼ିଶାରୁ ଏକମାତ୍ର ବିଶେଷଜ୍ଞ ଆୟୁର୍ବେଦିକ ଡାକ୍ତର ଭାବେ ଅଖିଳ ଭାରତ ଆୟୁର୍ବେଦିକ ଅନୁଷ୍ଠାନ ଦିଲ୍ଲୀ ରେ ପି ଏଚ ଡି କରିବା ପାଇଁ ଯୋଗ୍ୟ ବିବେଚିତ ହେଲେ ଡକ୍ଟର ଅବିନାଶ
ମାହାଙ୍ଗାର ଯୁବ ଆୟୁର୍ବେଦିକ ବିଶେସଜ୍ଞ ଚିକିତ୍ସକ ଡାକ୍ତର ଅବିନାଶ କର ଓଡ଼ିଶାରୁ ଆୟୁର ବେଦ ରେ ବି ଏ ଏମ ଏସ ରେ କୃତିତ୍ୱ ର ସହ ପ୍ରଥମ ହୋଇ ଶିକ୍ଷା ସମାପ୍ତ କଲା ପରେ ଦିଲ୍ଲୀ ର ପ୍ରସିଦ୍ଧ ଟିବିଆ କଲେଜ ରୁ ଆୟୁର୍ବେଦ ରେ ଏମ୍ ଡି ଶିକ୍ଷା ଏହି ବର୍ଷ ଶେଷ କରି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଡାକ୍ତର ରୂପେ ନିଯୁକ୍ତି ପାଇ ଥିଲା ବେଳେ ଆୟୁର୍ବେଦ ରେ ଦେଶ ର ସବୁଠାରୁ ବଡ ଗବେଷଣା ଓ ଶିକ୍ଷା ଅନୁଷ୍ଠାନ ଆଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଏଫ୍ ଆୟୁର୍ବେଦ ରେ ପି ଏଚ ଡି କରିବାକୁ ନିଜ ବିଭାଗରେ ପ୍ରଥମ ରାଙ୍କ ପାଇବାର ବିରଳ କୃତିତ୍ୱ ଅର୍ଜନ କରି ସମଗ୍ର ମାହାଙ୍ଗା ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ।
ସୂଚନା ଯୋଗ୍ୟ ଯେ ଦିଲ୍ଲୀ ର ଏହି ଅଖିଳ ଭାରତୀୟ ଆୟୁର୍ବେଦିକ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଦେଶ ର ସବୁଠାରୁ ବଡ ଓ ଏକମାତ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ର ଆୟୁର୍ବେଦିକ ଶିକ୍ଷା ଅନୁଷ୍ଠାନ ହୋଇ ଥିଲା ବେଳେ ଏବେ ଗୋଆ ରେ ଦ୍ୱିତୀୟ ଅନୁଷ୍ଠାନ ଲୋକାର୍ପିତ ହୋଇଛି ।
ପିଲାଟି ବେଳୁ ଅବିନାଶ ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ଗବେଷଣା କରିବାର ଲକ୍ଷ ରଖି ଏବେ ଦେଶ ର ସର୍ବୋଚ୍ଚ ଅନୁଷ୍ଠାନ ରେ ଗବେଷଣା କରିବାକୁ ଯାଉଥିଲା ବେଳେ ଏହା ନୂଆ ପିଢ଼ି ପାଇଁ ଏକ ସକାରାତ୍ମକ ସନ୍ଦେଶ ଦେଉଛି ।
ମହଙ୍ଗା ର ଚାଆଁପାଲ ରେ ଜନ୍ମିତ ଡାକ୍ତର ଅବିନାଶ ଜଣେ ଯୁବ ସମାଜ ସେବୀ । କରୋନା ସମୟ ରେ ସେ ସଦ୍ୟ ଡାକ୍ତରୀ ପାସ୍ କରି ଗାଁ କୁ ଆସିଥିଲା ବେଳେ ଶହ ଶହ କରୋନା ରୋଗୀ ଙ୍କୁ ଚିକିତ୍ସା କରି ଭଲ କରିଥିଲେ ।
ଦିଲ୍କୁ ରେ ଡାକ୍ତର ଅବିନାଶ ଉଚ୍ଚ ବେତନ ର ଚାକିରୀ ପାଇ ଥିଲେ ବି ଅଧ୍ୟୟନ ପାରେ ସେ ଓଡ଼ିଶା ଫେରି ଆସି ଗାଁ ଲୋକ ଙ୍କ ସେବା ପାଇଁ ରାଜ୍ୟ ସରକାର ଙ୍କ ଅଧିନ ରେ ନିଯୁକ୍ତି ଗ୍ରହଣ କରିଥିଲା ବେଳେ ଏବେ ସେ ପୁଣି ଉଚ୍ଚତର ଗବେଷଣା ପାଇଁ ଦିଲ୍ଲୀ ଯାଇ ପାଠ ସାରି ପୁଣି ଓଡ଼ିଶା କୁ ଫେରି ରାଜ୍ୟ ବାସୀ ଙ୍କ ସେବା କରିବେ ବୋଲି ଭଏସ ଏଫ୍ କମନ୍ସ କୁ କହିଛନ୍ତି ।
ଟେବେ ଏହି ବିରଳ କୃତିତ୍ୱ ରେ ବହୁ ଅନୁଷ୍ଠାନ ସମାଜସେବୀ ବିଶିଷ୍ଟ ବ୍ୟକ୍ତି ବିଶେଷ ଡକ୍ଟର ଅବିନାଶ ଙ୍କୁ ଶୁଭ କାମନା ଜଣାଇ ଛନ୍ତି । ବର୍ଷୀୟାନ ସମାଜସେବୀ ପ୍ରଫେସର ଦେବୀ ପ୍ରସାଦ ଦାସ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ର କୂଳପତି ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ବିଶିଷ୍ଟ ଭୌତିକ ଚିକିତ୍ସକ ସମାଜସେବୀ ମହେନ୍ଦ୍ର ଦାସ ଯୁବ ସମଜସେବି ତଥା ଆମ ମାହାଙ୍ଗା ର ଅଧକ୍ଷ ଡକ୍ଟର ଅମରେନ୍ଦ୍ର ମହାନ୍ତି ଅଧ୍ୟାପକ ପ୍ରଦୀପ ମହାନ୍ତି ଗାନ୍ଧିବାଦ ର ବରିଷ୍ଠ ପ୍ରବକ୍ତା ସେବା ନିବୃତ୍ତ ପ୍ରଶାସକ ମାନବାଧିକାର ଅଧିବକ୍ତା ଶ୍ରୀ ଜୟନ୍ତ ଦାସ ଅଧ୍ୟାପକ ପ୍ରଦୀପ୍ତ ମହାନ୍ତି ଅଧ୍ୟାପକ ଅନିଲ ଜେନା ସାମ୍ବାଦିକ ଉମାକାନ୍ତ ଜେନା ସାମ୍ବାଦିକ ବିବେକା ନନ୍ଦ ଦାସ ସୁପ୍ରିମ କୋର୍ଟ ର ଯୁବ ଅଧିବକ୍ତା ଦେବ ଦତ୍ତ କାନୁନ୍ ଗୋ ସି ଏମ ଏ ସନ୍ତୋଷ ବେହୁରା ସି ଏମ ଏ ବି ସୁଜିତ୍ ଗଛ କିଶୋର ବ୍ୟାଙ୍କର ସୁଧାଂଶୁ ମୋହନ ରାଉତ୍ ଅଧକ୍ଷ ଡକ୍ଟର ବିବେକାନନ୍ଦ ସିଂ ସାମ୍ବାଦିକ ବିଜୟ ଜେନା ଶିକ୍ଷାବିତ୍ ଅରୁଣ ବାରିକ ଅଧ୍ୟାପକ ବୀରବର ଖଟୁଆ ବୈଜ୍ଞାନିକ ଡକ୍ଟର ଅରୋବ୍ରତ ଦାସ ସାଧୁ ପ୍ରଭୂଜି ପଞ୍ଚୁ ପାଣ୍ଡବ ଦାସ ପରିବେଶବିତ୍ ଗଛ କିଶୋର ଭାରତ ଭୂଷଣ ପଟ୍ଟନାୟକ ଙ୍କ ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ରାଧା ଦେବୀ ଦତ୍ତ ନ୍ୟାସ , ଆମ ମାହାଙ୍ଗା ସାହା ଅନୁଷ୍ଠାନ ର କର୍ମ କର୍ତ୍ତା ମାନେ ଶୁଭ କାମନା ଜଣାଇଛନ୍ତି ।
