,,ବାପା,,
ସତ୍ୟ
ନିଦାଘ ଦୁଃଖ ର ଖରବେଳ ଟାରେ
ବାପା ବୁଢ଼ା ବର ଗଛ,,,
ବାପ ଛେଉଣ୍ଡ ର ନାଁ ଥାଏ ଆଗ
ନାଁ ଥାଏ ତାର ପଛ,,,
ନିରାଶା ର ଗୋଟେ ଭବ ଦରିଆ ରେ
ଯିଏ ଭରସା ର ତରୀ,,
କଣ୍ଟା ରେ ସୁଅନ୍ତି ଆମ ପାଇଁ ଯିଏ
ଗୋଲାପ ର ଶେଯ ପାରି,,
, ଛାତି ତଳେ ଯାର ବେଦନା ବରଫ
ତରଳେ ନା ଲୁହ ହୋଇ,,,
ଆମ ହସ ପାଇଁ ଲୁଚି ଲୁଚି କାନ୍ଦି
ଶେଷ ରେ ପଡନ୍ତି ଶୋଇ,,,
ଛିଣ୍ଡା ଚପଲ ସାତ ସିଆଁ ଜାମା
ଆମ ପାଇଁ ଯିଏ ପିନ୍ଧି,,
ଆମକୁ ହସାନ୍ତ୍ତି ଭିତରେ ଭିତରେ
ଯିଏ ଖାଲି କାନ୍ଦି କାନ୍ଦି,,,
ବାପା ମାନେ କେବେ ମରି ପାରିବେନି
ସରଗ ରେ ଯିଏ ଥାଇ,,,
ଆମରି ଉପରେ ଆଶିଷ ଢାଳନ୍ତି
ଆକାଶ ରେ ତାରା ହୋଇ,,,