ସାଇକଲ ଚଲାନ୍ତୁ ପରିବେଶ ଓ ନିଜକୁ ସୁସ୍ଥ ରଖନ୍ତୁ ଦେଶ ର ଅର୍ଥନୀତି କୁ ଦୃଢ଼ କରନ୍ତୁ

ଆପଣ ଙ୍କ ଛୋଟିଆ ଛୋଟିଆ କାମ ବି ଦେଶ ର ଭାଗ୍ୟ ବଦଳେଇ ଦେଇ ପାରେ

ଏବେ ଭୟଙ୍କର ଶକ୍ତି ସଙ୍କଟ ଭିତରେ ପେଟ୍ରୋଲ ଓ ଡିଜେଲ ର ତୀବ୍ର ଅଭାବ ପାଇଁ ପ୍ରଧାନମନ୍ତ୍ରୀ ଏହା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଆହ୍ୱାନ ଦେଇଥିଲା ବେଳେ ବାସ୍ତବ ପକ୍ଷରେ ଆମ ଗାଡ଼ି ରାସ୍ତାରେ ଗଡ଼ିବା ପାଇଁ ତୈଳ ଉତ୍ପାଦନ କରୁଥିବା ଦେଶ ଉପ ରେ ନିର୍ଭର କରୁଛି ।ସମୁଦାୟ ଚାହିଦା ର ସତୁରି ପ୍ରତିଶତ ରୁ ଅଧିକ ଆମେ ଏଥିଲାଗି ବିଦେଶ ର ହା ତ ଟ୍ଟେକା ଉପରେ ନିର୍ଭର କରୁଛୁ।
ଆମର ବିଦେଶୀ ମୁଦ୍ରା ଭଣ୍ଡାର ଅର୍ଥନୀତି ମଧ୍ୟ ଏହି ତେଲ ଦ୍ୱାରା ପ୍ରଭାବିତ । ବାହାଘର ବେଳେ ବାଇଗଣ ରୁଆ ପରି ଯୋଉ କଥା ଏବେ ଆମେ ଭାବୁଛେ ଯଥେଷ୍ଟ ପୂର୍ବରୁ ଏହାର ବିକଳ୍ପ ଉପରେ ଚିନ୍ତା କରିବାର ଥିଲା ।ଏହି ଶକ୍ତି ସଙ୍କଟ ର ବିକଳ ଦୃଶ୍ୟ ଭିତରେ ଏବେ ଯାତାୟାତ ପାଇଁ ମଟର ସାଇକଲ ବା ସ୍କଟୀ ଉପରେ ନିର୍ଭର କରୁଥିବା ଲୋକେ ପୁଣି ସାଇକଲ କଥା ଚିନ୍ତା କଲେଣି । କରୋନା ସମୟ ରେ ଯେମିତି ସବୁ ବର୍ଗ ର ଲୋକ ସାଇକଲ ଚଢ଼ିବାକୁ ଅଭ୍ୟାସ ଦୋହରେଇ ଥିଲେ ଏବେ ତାର ପୁନରାବୃତ୍ତି ହେବା ଏକ ଭଲ ସଙ୍କେତ ।

  • ସାଇକଲ ଚଳାଇବା ଏକ ଚମତ୍କାର ଏରୋବିକ ବ୍ୟାୟାମ

ସାଇକଲ ଚଢ଼ିବା ଦ୍ଵାରା ପରିବେଶ ପ୍ରଦୂଷଣ ହ୍ରାସ ପାଏ ଓ ଆରୋହୀ ର ପକେଟ୍ ରୁ ଅର୍ଥ ସଞ୍ଚୟ ହୁଏ ।

ପ୍ରତିଦିନ ୩୦ ରୁ ୪୫ ମିନିଟ୍ ର ସାଇକଲ ଚଳାଇବା ଓଜନ ହ୍ରାସ କରିବା ସହ ଶରୀର ର କାଡିଓ ଭସ୍କୁଳର ବ୍ୟବସ୍ଥା କୁ ସୁସ୍ଥ ରଖେ ।

ଏଣ୍ଡ୍ରଫିନ ର ନିଷ୍କାସନ କରି ମଣିଷ ର ମନ କୁ ସୁସ୍ଥ ରଖେ।


ଶରୀର ର ହୃଦ୍ ଯନ୍ତ୍ର ଓ ଫୁସଫୁସ ରେ ଅଧିକ ଅମ୍ଳଜାନ ପ୍ରବାହିତ କରି ହୃଦ୍ ଯନ୍ତ୍ର ଓ ଫୁସ୍ ଫୁସ୍ କୁ ସୁସ୍ଥ ରଖେ ।


ଆଣ୍ଠୁ ଓ ଗଣ୍ଠି କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।


ଶରୀର ର ମାଂସପେଶୀ କୁ ଦୃଢ଼ କରେ ।

ମଧୁମେହ ପରି ଟାଇପ ୨ ରୋଗ ସହ ଜଡ଼ିତ ବିପଦ କୁ ହ୍ରାସ କରେ ।
ମନ ରୁ ଅବସାଦ ଓ ମାନସିକ ଚାପ ସାଇକ୍ଲିଙ୍ଗ ଦ୍ଵାରା ହ୍ରାସ ପାଏ ।


ମସ୍ତିଷ୍କରେ ରକ୍ତ ପ୍ରବାହ ସ୍ୱାଭାବିକ ଭାବେ ଅଧିକ ହେବାରୁ ସ୍ମୁତି ଶକ୍ତି ବଢିବା ସହ ପ୍ରତି ଦିନ ର କର୍ଯ୍ୟ ଚାପ ମଧ୍ୟ ହ୍ରାସ ପାଏ ।


ଭଲ ନିଦ ହୁଏ ।

ହଜମ ହେବା ସହ ଭୋକ ମଧ୍ୟ ହୁଏ ।

ସାଇକେଲ ଚଳାଇବା ଦ୍ଵାରା ଟ୍ରାଫିକ ସମସ୍ୟା ଓ ଭିଡ ସୁଧୁରିଲା ବେଳେ ଆନେ ଦୈନଦିନ ଜୀବନ ରେ ଛୋଟିଆ ଛୋଟିଆ କାମ ପାଇଁ ଅଫିସ ବା ଅଳ୍ପ ଦୂରରେ ଥିବା କାର୍ଯ୍ୟ କ୍ଷେତ୍ର କୁ ଯିବା ଲାଗି ସାଇକଲ ଉପରେ ଅଧିକ ନିରଭର୍ଶିଲ ହେଲେ ସମାଜ କୁ ଏଇ ସକାରାତ୍ମକ ବାର୍ତ୍ତା ଯାଇ ପାରନ୍ତା।

ଗ୍ରୀନ କ୍ୟାମ୍ପସ ଗ୍ରୀନ ଜୋନ ଗ୍ରୀନ ଡେ ପରି କିଛି ବିଚାର ଉପରେ ବୁଦ୍ଧି ଯିବି ବର୍ଗ ଓକିଲ ବିଚାରପତି ପ୍ରଫେସର ପ୍ରାଶାସନିକ ଅଧିକାରୀ ସାଇକଲ ଚଢ଼ିବା ଉପରେ ଗୁରୁତ୍ୱ ଦେଲେ ଗୋଟିଆ ଛୋଟିଆ କାମ ଭିତରେ ଦେଶ ଅର୍ଥିନିତି ପରିବେଶ ଓ ଜନ ସ୍ବାସ୍ଥ୍ୟ ଉପରେ ବ୍ୟାପକ ଭଲ ପ୍ରଭାବ ପଡିପାରନ୍ତା

Leave A Reply

Your email address will not be published.