ଗାଁ ରୁ ସହର ଯାଏ ପେଟ୍ରୋଲ ଡିଜେଲ ର ବିକ୍ରି ହୋଇନି ସ୍ୱାଭାବିକ
ଭଏସ ଏଫ୍ କମନ୍ସ ନ୍ୟୁଜ୍ ୧୭/୦୫
ରାଜ୍ୟ ରେ ଗାଁ ରୁ ସହର ଯାଏ ପେଟ୍ରୋଲ ଓ ଡିଜେଲ ର ବିକ୍ରି ହୋଇ ପାରିନି ସ୍ୱାଭାବିକ । ଅନେକ ସ୍ଥାନ ରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ରହୁଥିଲା ବେଳେ ପ୍ରାୟ ପେଟ୍ରୋଲ ପମ୍ପ ରେ ସବୁ ବେଳେ ଲମ୍ୱା ଧାଡ଼ି ଲାଗି ରହୁଛି ।ଯେମିତି ପେଟ୍ରୋଲ ପାଇଁ ଏକ ପ୍ରକାର ପ୍ୟାନିକ କ୍ରୟ ଆରମ୍ଭ ହୋଇ ସାରିଛି ।କିଛି କିଛି ଲୋକ ବ୍ୟାରେଲ ରେ ପେଟ୍ରୋଲ ଡିଜେଲ ବୋହି ନେଇ ଥିଲା ବେଳେ କିଛି ଲୋକ ଙ୍କୁ ଗାଡ଼ି ରେ ପେଟ୍ରୋଲ ପ୍ରତିଦିନ ଭରି ପୁଣି କାଢି ନେଇ ଖୋଲା ବଜାର ରେ ଅଧିକ ମୂଲ୍ୟ ରେ ବିକିବାର ଦେଖା ଯାଉଛି । ୟା ଭିତରେ ପେଟ୍ରୋଲ ଡିଜେଲ ପିଛା ମୂଲ୍ୟ ମଧ୍ୟ ବଢିଛି ।ତେବେ ଏହି ମୂଲ୍ୟ ବୃଦ୍ଧି କୁ ଜାଳେଣି ର ଅଭାବ ପାଇଁ ଖାଉଟି ଏତେ ଗୁରୁତ୍ୱ ଦେଇ ଦେଖା ଯାଉଥିବା ଅଭାବ ପାଇଁ ମୂଲ୍ୟ ବୁର୍ଦ୍ଧି ପରେ ବି ଚାହିଦା ବଢ଼ୁ ଥିବାର ଦେଖା ଯାଉଛି ।ଉପସାଗରୀୟ କ୍ଷେତ୍ର ରେ ଯୁଦ୍ଧ ଓ ପରବର୍ତ୍ତୀ ସଂଶୁ ରେ ଅଶୋଧିତ ତେଲ ର ଯୋଗାଣ ଅଭାବ ପାଇଁ ଏହି ସ୍ଥିତି ସୃଷ୍ଟି ହୋଇ ଥିଲା ବେଳେ ପ୍ରାଶାସନିକ ହସ୍ତକ୍ଷେପ ଜରୁରୀ ହୋଇ ପଡିଛି ।ଯେତିକି ଜାଳେଣି ରହିଛି ତାହାର ଉପୁଜୁକ୍ତ ଓ ବ୍ୟବସ୍ଥିତ ବିକ୍ରୟ ହୋଇ ପାରିଲେ ସମସ୍ୟା ର ସମାଧାନ କିଛି ମାତ୍ରାରେ ହୋଇ ପାରିବ ।ତେବେ ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ବିହାର ରେ ଏମିତି ସ୍ଥିତି ନ ଥିଲା ବେଳେ ଓଡ଼ିଶା ରେ ଏମିତି କାହିଁକି ହୋଇଛି ତାହା ଅନୁସନ୍ଧାନ ସାପେଖ୍ୟ ।