ଏକ ଅନନ୍ୟ ଶୈବ ପୀଠ ସହସ୍ରଲିଙ୍ଗ ଙ୍କ ଗାଁ କୁଟନୀ ପଦର

କୋରାପୁଟ ରେ ଖାଲି ପ୍ରକୃତି ର ନୈସର୍ଗିକ ଶୋଭା ରାଜି ନାହିଁ ବରଂ ଏଠାରେ ରହିଛି ଅନେକ ଗୁପ୍ତ ଆଉ ରହସ୍ୟ ମୟ ଆଧ୍ୟାତ୍ମିକ ପୀଠ । ଯେମିତି କୁଟ ନି ପଦର ର ପାହାଡ ଉପରେ ଥିବା ସହସ୍ର ଶିବ ଲିଙ୍ଗ ଙ୍କ ପୀଠ

ଏଠାରେ ଶୈବ ଆଉ ବୈଷ୍ଣବ ପରମ୍ପରା ଅଦ୍ଭୁତ ମିଲନ ମଧ୍ୟ ଦେଖା ଯାଏ ।

ଶ୍ରୀ ଜଗନ୍ନାଥଙ୍କ ଅନନ୍ତଶାୟୀ ରୂପ ପୁଣି ନାଭି ଦେଶରୁ ବ୍ରହ୍ମାଙ୍କ ଆବିର୍ଭାବ ର ପ୍ରସ୍ତର ନିର୍ମିତ ବିରଳ ମୂର୍ତ୍ତି ଦେଖିଲେ ହୃଦୟ ଅଭିଭୂତ ହେଇଯାଏ ।

କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟୁଣୀ ପଦରର ସହସ୍ର ଲିଙ୍ଗ ଙ୍କ ଗାଁ ଭାବରେ ପ୍ରସିଦ୍ଧି ଲାଭ କରିଥିଲା ବେଳେ ଏହି କ୍ଷେତ୍ରରେ

ପାହାଡ ଶିଖର ରେ ହଜାର ହଜାର ଶିବ ଲିଙ୍ଗ ବାହାରିବା ସହ ପୋତି ହୋଇ ରହି ଥିବାର ଦେଖା ଯାଏ । ମାଟି ଖୋଲିଲେ ଛୋଟ ବଡ ଶିବ ଲିଙ୍ଗ ଏଇଠି ଦେଖା ଯାଆନ୍ତି । ତେବେ ଏଠାରେ

ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରାଚୀନ ପ୍ରାୟ ଦୁଇ ହଜାର ବର୍ଷରୁ ଅଧିକ ପୁରୁଣା ଆଉ ଦୁଇଟି ଅସ୍ପଷ୍ଟ ପ୍ରସ୍ତର ମୂର୍ତ୍ତି ମଧ୍ୟ ଅଛନ୍ତି | ଏଠାରେ
ବିଭିନ୍ନ ଉଚ୍ଚତା ବିଶିଷ୍ଟ ( ଛଅ ଇଞ୍ଚରୁ ଛଅ ମିଟର ) ପର୍ଯ୍ୟନ୍ତ ହଜାର ହଜାର ଶିବ ଲିଙ୍ଗ ଙ୍କୁ ଦେଖିଲେ ହୃଦୟ ଏକ ଦିବ୍ୟ ଅନୁଭୁତିରେ ପ୍ଲାବିତ ହୋଇ ଯାଏ ।

କୁଟୁଣୀ ପଦର ପାହାଡର ଏପର୍ଯ୍ୟନ୍ତ ଚାରୋଟି ଗୁମ୍ଫା ଗ୍ରାମବାସୀ ଙ୍କ ଦ୍ୱାରା ଖନନ ହୋଇ ହଜାରରୁ ଅଧିକ ଶିବ ଲିଙ୍ଗ, ଜଗନ୍ନାଥ, ଗଣେଶ, ଦଶଭୁଜା ଦୁର୍ଗା, ବିଶାଳ ଶଙ୍ଖ, ଚକ୍ର, ଗଦା, ପଦ୍ମ ସହିତ ଅନେକ ଅସ୍ପଷ୍ଟ ମୂର୍ତ୍ତି ଉଦ୍ଧାର ହୋଇଛନ୍ତି |

ଦୁଇଟି ଗୁମ୍ଫା ଭିତରେ ତିନିଟି ଶିବ ଲିଙ୍ଗ ମଧ୍ୟ ଅଛନ୍ତି | ହଜାର ହଜାର ସଂଖାରେ ପ୍ରାଚୀନ ଅସ୍ତ୍ର ଶସ୍ତ୍ର ଏକ ଗୁମ୍ଫାରୁ ବାହାରି ପୂଜା କରାଯାଉଛି | ନିକଟରେ ଥିବା ଅନ୍ୟ ଦୁଇଟି ପାହାଡରେ ଥିବା ଗୁମ୍ଫାରେ ମଧ୍ୟ୍ୟ ସତୁରୀରୁ ଅଧିକ ଶିବ ଲିଙ୍ଗ ଆବିଷ୍କୃତ ହୋଇ ଥିବାର ଶୁଣିବାକୁ ମିଳେ
ପଥର ନିର୍ମିତ ଅନନ୍ତ ଶାୟୀ ଜଗନ୍ନାଥ ଙ୍କ ମୂର୍ତ୍ତୀ ପୁରୀ ଶ୍ରୀମନ୍ଦିର ଦାରୁ ବ୍ରହ୍ମ ଜଗନ୍ନାଥ ଙ୍କ ମୂର୍ତ୍ତୀ ଠାରୁ ଆହୁରି ପୁରୁଣା ବୋଲି ଅନୁମାନ କରାଯାଏ | ଆଦିବାସୀ ଶବର ମାନଙ୍କର ପ୍ରସ୍ତର ନିର୍ମିତ ଦେବତା ( ଶବରୀ ନାରାୟଣ / ଜଗନ୍ତନାଥ / ଜଗାବୁଇ ) ଙ୍କର ଜଗନ୍ନାଥ ରୂପାନ୍ତରର ପରବର୍ତ୍ତୀ ଅବସ୍ଥା ବୋଲି କୁହାଯାଇ ପାରେ ।ଏଠାରେ ଶ୍ରୀ ଜଗନ୍ନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶା ଯାଇ ଥିଲା ବେଳେ ଓଡିଶା ତଥା ବିଶ୍ୱରେ ଏହି ମୂର୍ତ୍ତି ବିରଳ ବୋଲି କୁହାଯାଇ ପାରେ |

ତେବେ ଏହି ପୀଠ ଉପରେ ଅଧିକ ଗବେଷଣା ର ଅବଶ୍ୟକତା ରହି ଥିଲା ବେଳେ ସରକାରି ସ୍ତର ରେ ଏହା ବିକାଶ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟଟନ ଭିତ୍ତି ଭୂମି ର ବିକାଶ ପାଇଁ ପଦକ୍ଷେପ ନେବା ବିଲମ୍ୱିତ ହୋଇ ଯାଉଛି ।

Leave A Reply

Your email address will not be published.