ମହାନ୍ ଦେଶ ସେବକ ଜାତି ର ଅନ୍ୟତମ ବରପୁତ୍ର ଅଟଳ ବିହାରୀ ବାଜପେଇ ଙ୍କ ଜନ୍ମ୍ ଜୟନ୍ତୀ ଅଟଳ ସେନା ପକ୍ଷରୁ ପାଳିତ
ରାଷ୍ଟ୍ର ପ୍ରେମ ଜାତୀୟତାବାଦ ର ମୂର୍ତ୍ତିମନ୍ତ ପ୍ରତୀକ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୧ତମ ସ୍ଵନକ୍ଷତ୍ର ଜନ୍ମ ତିଥି ରେ ସେଇ ମହାନ୍ ବର୍ ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅଭୂତପୂର୍ବ ଦେଶ ଭକ୍ତି ର ସ୍ମୁତି ଚାରଣ ରେ ମୁଖର ଗାଁ ରୁ ସହର ।
ଅଟଳ ସେନା, ଓଡ଼ିଶା ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ୧୦୧ ତମ ଜନ୍ମ ବାର୍ଷିକୀ ଓ ଅଟଳ ସେନାର ୨୬ ତମ ପ୍ରତିଷ୍ଠା ଦିବସ ସାଲେପୁରସ୍ଥ ମଧୁସୂଦନ ମଣ୍ଡପ ଠାରେ ଅଟଳ ସେନା ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ପୌରହିତ୍ୟରେ ପାଳିତ ହୋଇ ଯାଇଅଛି ।
ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର୍ ଡକ୍ଟର ସତ୍ୟକାମ ମିଶ୍ର ଯୋଗ ଦେଇ ବାଜପେୟୀଙ୍କ ଜୀବନ ଦର୍ଶନକୁ ପାଥେୟ କରି ନିଜକୁ ଗଢ଼ି ତୋଳିବାକୁ ଅଟଳ ସୈନିକ ମାନଙ୍କୁ ଆହ୍ବାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରଦୀପର ପ୍ରାକ୍ତନ ସଂପାଦକ ଜଗବନ୍ଧୁ ମିଶ୍ର ଯୋଗ ଦେଇ ଅଟଳଜୀଙ୍କୁ ତ୍ୟାଗର ମୂର୍ତ୍ତିବନ୍ତ ପ୍ରତୀକ ବୋଲି ବର୍ଣନା କରିଥିଲେ ।ଅନ୍ୟତମ ଅତିଥି ଭାବେ ପ୍ରଫେସର୍ ଡକ୍ଟର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ ।ବୁଦ୍ଧିଜୀବୀ ସଂଘର ରାଜ୍ୟ ସଭାପତି ଡଃ ଉମେଶ ଚନ୍ଦ୍ର ପତି ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ।ଉପଦେଷ୍ଟା ଡଃ ପୂର୍ଣ୍ଣଚନ୍ଦ୍ର ଓଝା ସେନାର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଟଳ ସେନା ଚିନ୍ତନ ପରିଷଦ ଉପାଧ୍ୟକ୍ଷ ଡଃ ପ୍ରଭାତ କିଶୋର ନାୟକ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ କବି ଓ ଲେଖକ ବିରଜା ରାଉତରାୟଙ୍କୁ “ଅଟଳ ସାରସ୍ଵତ ସମ୍ମାନ” ଓ,ବିଶିଷ୍ଟ ସମାଜ ସେବୀ ହରିଶ୍ ଜେନାଙ୍କୁ ” ଅଟଳ ଜ୍ୟୋତି” , ବିଶିଷ୍ଟ ଟେରାକୁଟା ଶିଳ୍ପୀ ଧର୍ମେନ୍ଦ୍ର ବେହେରାଙ୍କୁ “ଅଟଳ ରତ୍ନ” ଓ ଶହୀଦ୍ ଗୋପିନାଥ ମହାରଣାଙ୍କୁ ମରଣୋତ୍ତର ଅଟଳ ବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା । ବାଜପେୟୀ ଜୀଙ୍କ ସମ୍ପର୍କରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହ ପ୍ରମାଣପତ୍ର ପ୍ରଦାନ୍ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସେନାର ଉପଦେଷ୍ଟା ପ୍ରଫେସର୍ ବ୍ରଜବନ୍ଧୁ ଚିନାରା, ପ୍ରଫେସର୍ ଯୁଧିଷ୍ଠୀର ଖଟୁଆ, ପ୍ରଫେସର ବଲାଇ ଚରଣ ନାୟକ, ଧ୍ରୁବ ଚରଣ ବେହେରା,ଶ୍ରୀନିବାସ ସାହୁ, ଉପାଧ୍ୟକ୍ଷ ଗୌତମ ରାୟ ଚୌଧୁରୀ, ସଂପାଦକ କାର୍ତ୍ତିକେୟ ରଥ, ସଂଗଠନ ସମ୍ପାଦକ ରବୀନ୍ଦ୍ର କୁମାର ବେହେରା, ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପ୍ରଧାନ,ତୁଷାର ମହାନ୍ତି,ଅନନ୍ତ ଚରଣ ଦାସ, ମହେଶ ଚନ୍ଦ୍ର କର,ଦିପ୍ତିମୟୀ ରାଉତ, ନାଗମଣି ସ୍ବାଇଁ, ମିନତୀ ନାୟକ, ବିଜୟିନୀ ନାୟକ, ପ୍ରମିଳା ଦାସ, ଅବତନ ଷଢ଼ଙ୍ଗୀ, ସଞ୍ଜୟ ତ୍ରିପାଠୀ,ବିନତୀ ପ୍ରଧାନ,, ଆଶୀର୍ବାଦ ସିଂହ, ଅନିରୁଦ୍ଧ ବେହେରା, ସନ୍ତୋଷ ସାମଲ, ଶୋଭନ ସ୍ଵରୂପ ମିଶ୍ର, ପ୍ରଶାନ୍ତ ମଲ୍ଲିକ, ମନୋରମା ଲେଙ୍କା, ସସ୍ମିତା ଚକ୍ରବର୍ତ୍ତୀ , କୁଞ୍ଜ ମୋହନ ସେଠୀ, ଅଭୟ କୁମାର କର, କବି କୁଳମଣି ବାରିକ୍, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ବିଶ୍ବାଳ, କୃଷ୍ଣଚନ୍ଦ୍ର ବାରିକ୍, ହରେକୃଷ୍ଣ ସାମଲ, ପ୍ରହ୍ଲାଦ ଷଡ଼ଙ୍ଗୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଶିକ୍ଷାବିତ୍ ଅଶୋକ କୁମାର୍ ସ୍ୱାଇଁ ଧନ୍ୟବାଦ୍ ଦେଇଥିଲେ ।
