ରାଜ୍ୟ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ନ ଦେଲେ ପଦୋନ୍ନତି ପାଇବା ପାଇବେ ନାହିଁ ।

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ର ସକ୍ରିୟ ପଦକ୍ଷେପ କୁ ବେଖାତିର୍ କରି ବଢ଼ୀ ଚାଲିଛି ଦିନ କୁ ଦିନ ଦୁର୍ନୀତି । ପି ସି ମୁକ୍ତ ହୋଇ ପାରିନି ପ୍ରଶାସନ । ରାଜ୍ୟ ସରକାରୀ କର୍ମଚାରୀ ଙ୍କୁ ସମ୍ପତି ତାଲିକା ଦେବାକୁ ବାଧ୍ୟତାମୂଳକ କରା ଯାଇଥିଲେ ବି ସମସ୍ତେ ଏହାକୁ ଅନୂପଳନ୍ କରୁ ନଥିଲା ବେଳେ ବିଭାଗୀୟ ପଦୋନ୍ନତି କୁ ସମ୍ପତ୍ତି ତାଲିକା ଦାଖଲ କରି ନଥିବା କର୍ମଚାରୀ ଙ୍କୁ ରହିଛି ବାରଣ। ତେବେ ଏଥିଲାଗି ଚିରାଚରିତ ଭାବେ କେବଳ ପଦୋନ୍ନତି ବନ୍ଦ୍ ଯଥେଷ୍ଟ ନୁହେଁ ବୋଲି ଏବେ ଜନସାଧାରଣ ରେ ମତ ପ୍ରକାଶ ପାଇଛି । ଏଥିଲାଗି ଆବଶ୍ୟକ ହେଲେ ଅଧିକ ଦୃଷ୍ଟାନ୍ତ୍ମୁଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।

ବର୍ଷ କୁ ବର୍ଷ ନିୟମିତ ବ୍ୟବଧାନ ରେ ରାଜ୍ୟ ସରକାରୀ କର୍ମଚାରୀ ମାନେ ସମ୍ପତ୍ତି ତାଲିକା ନ ଦେଲେପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ସରକାରୀ ନିର୍ଦ୍ଦେଶ ନାମା ରେ ସ୍ପଷ୍ଟ କରି ଦିଆ ଯାଇଛି ।

ପଦୋନ୍ନତି ପାଇଁ ବାର୍ଷିକ ସମ୍ପତ୍ତି ବିବରଣୀ ସମୟସୀମାରେ ଦାଖଲ କରିବାବାଧ୍ୟତାମୂଳକ। ତେଣୁ, ଯେଉଁ କର୍ମଚାରୀମାନେ ସେମାନଙ୍କର ଏହା କରିବାରେ ଏବଂ ବିବରଣୀ ଦାଖଲ କରିବାରେ ବିଫଳ ହୋଇଛନ୍ତି, ସେମାନେ ପରବର୍ତ୍ତୀ ବର୍ଷରେ ଅନୁପାଳନ ହାସଲ ନ କରିବା ପର୍ଯ୍ୟନ୍ତ, ଯେକୌଣସି ବିଭାଗୀୟ ପଦୋନ୍ନତି କମିଟି ବୈଠକରେ ପଦୋନ୍ନତି ପାଇଁ ବିଚାର ପାଇଁ ଯୋଗ୍ୟ ହେବେ ନାହିଁ।

ସରକାରୀ କର୍ମ ଚାରି ମାନେ ଜାନୁଆରି ୧ ରୁ ୩୧ ମଧ୍ୟରେ ୨୦୨୫ ବର୍ଷ ପାଇଁ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ବାଧ୍ୟ ହୋଇ ଥିଲା ଯେଉଁ ମାନେ ଏହା ନ କରିବେ ସେମାନଙ୍କୁ ପଦୋନ୍ନତି ରୁ ବଞ୍ଚିତ କରାଯିବାର ବିଧାନ ରହିଛି ।

Leave A Reply

Your email address will not be published.