ପ୍ରଜ୍ଞା ପୁରୁଷ ପଣ୍ଡିତ ଉପେନ୍ଦ୍ର ମିଶ୍ର ଙ୍କ ପରଲୋକ

ମାହାଙ୍ଗା ମାଟି ର ସେ ଥିଲେ ଜଣେ ମହାନ ସନ୍ତାନ ।
ସାଧାରଣ ମଣିଷ ଙ୍କ ଭିଡ ଭିତରେ ଅସାଧାରଣ ଜଣେ ସଂସାରୀ ଙ୍କ ଭିତରେ ସନ୍ୟାସୀ ଆଉ ଜଣେ ଗୁରୁ ଙ୍କ ଭିତରେ ଭିତରେ ଯେମିତି ଥିଲେ ସରଳ ନିଷ୍କପଟ ଛାତ୍ର ଟିଏ ସେ । ତାଙ୍କ ମନ ଭିତରେ ଯେମିତି ଭରି ରହିଥିଲା ଆଜୀବନ ଅନ୍ୟମାନଙ୍କ ଠାରୁ ଭଲ କିଛି ଶିଖିବାର ଅଦମ୍ୟ ଆଗ୍ରହ।
ଶ୍ରୀ ଜଗନ୍ନାଥ ଙ୍କ ର ସେ ଥିଲେ ପରମ ଭକ୍ତ ଆଉ ମା ଭାଗବତୀ ଙ୍କ ର ଉପାସକ । ସେଥିଲାଗି ବୋଧେ ମା ତାଙ୍କୁ ତାଙ୍କ ଅଭୟ ପଣତରେ ବସୁ ଧା କୁ ଆସିଥିଲା ବେଳେ ପାର୍ବଣ ର ପାବନ ଲଗ୍ନ ରେ ସାଥିରେ ନିଜ ପାଖକୁ କୋଳେଇ ନେଲେ।
ଚାରି ଦଶକ ରୁ ଅଧିକ କାଳ କରିଥିଲେ ଶିକ୍ଷକତା।ଜଣେ ଛାତ୍ର ବତ୍ସଲ୍ ଆଉ ଦେବ ତୁଲ୍ୟ ଗୁରୁ ର ପରିଚୟ ରେ ଅହରହ ସୃଷ୍ଠି କରିଥିଲେ ହଜର ହଜାର ଛାତ୍ର ଛାତ୍ରୀ । ମଣିଷ ତିଆରି କାରଖାନାରେ କୋମଳ ମତି ଛାତ୍ର ଛାତ୍ରୀ ଙ୍କୁ କେବଳ ଶିକ୍ଷା ଦାନ କରି ନୁହେଁ ବରଂ ତାଙ୍କ ଭିତରେ ଥିବା ମଣିଷ ପାଣିଆ ର ମୂଲ୍ୟବୋଧ ସଂସ୍କାର କୁ ଜଗେଇ ଦେଇ ସମାଜ ଆଉ ଦେଶ କୁ ଭଲ ମଣିଷ ଟିଏ ଦେବାର ଅସୀମ ଶକ୍ତି ଯେମିତି ତାଙ୍କୁ ଈଶ୍ୱର ଦେଇ ଥିଲେ । ଆଜି ସେଇ ଅକ୍ଲାନ୍ତ ପରିଶ୍ରମ ରେ ହଜାରେ ଭଲ ମଣିଷ ସେ ତିଆରି କରି ପାରିଛନ୍ତି ଏହାହିଁ ସେଇ ମାଟିର ମୂର୍ତ୍ତୀକାର ଙ୍କ ବିପୁଳ ପରିଚୟ।
ସତରେ ଯେମିତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଆସୁ ଗୁରୁ ଦେବ ମହେଶ୍ୱର ତାଙ୍କ ବିପୁଳ ବ୍ୟକ୍ତିତ୍ଵ ଭିତରେ ଏକକାର ହେଇ ଯାଇଥିଲା ସେ । ସେ ଥିଲେ ଆଯାତ ଶତ୍ରୁ । ସରଳ ନିଷ୍କପଟ ବିନମ୍ର ଆଉ ଜଣେ ଅନନ୍ୟ ଆଦର୍ଶ ର ଆପଣାର ମଣିଷ ।
କେତେ ଅନୁଷ୍ଠାନ ବିଦ୍ୟାଳୟ ସ୍ଥାପନ ର ସେ ଥିଲେ ନୀରବ ନାୟକ । ଅନେକ ଧର୍ମ ପୀଠ
ପୂଜା ଆରାଧନା ଯଜ୍ଞ ଅନୁଷ୍ଠାନ ର ସେ ଥିଲେ ପ୍ରମୁଖ ଆବାହକ ଆଉ ଆଧ୍ୟାତ୍ମିକ ପୀଠ ଗୁଡ଼ିକ ବିକାଶ ର ଅନ୍ୟତମ ବିଶ୍ଵ କର୍ମା
ଅବସର ପରେ ବି ତାଙ୍କ ଜୀବନ ଥିଲା ସମାଜ ଧର୍ମ ମାନବ ବାଦ ପଇଁ ସମର୍ପିତ ।
ଏମିତି ଜଣେ ଦିବ୍ୟ ଚେତନା ର ମହାନ୍ ବ୍ୟକ୍ତିତ୍ଵ ଙ୍କ ମହାପ୍ରୟାଣ ରେ ତାଙ୍କ ର ଅସଂଖ୍ୟ ଛାତ୍ର ଛାତ୍ରୀ ଓ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଆଉ ଜନ ସାଧାରଣ ଶୋକାକୁଳ ।