ଝଲକ ରେ ଖବର
ତାରିଖ:୧୧/୦୭/୨୫, ଶୁକ୍ରବାର

୧-ଆସନ୍ତା ୨୦ ତାରିଖରେ ହେବ ଓଟିଇଟି ପରୀକ୍ଷା , ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ ଓ କ୍ୟୁ ଆର କୋର୍ଡ।ରାଜ୍ୟର ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏ ପରୀକ୍ଷା ଦେଉଛନ୍ତି ।

୨-ଆଜି ଓଡ଼ିଶା ଆସିଛନ୍ତି ରାହୁଲ, ଭୁବନେଶ୍ୱରରେ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେଉଛନ୍ତି।

୩ ଅବ୍ୟାହତ ରହିଛି ଡ଼୍ରାଇଭର ଆନ୍ଦୋଳନ

୪-ଭୁବନେଶ୍ୱର:ଚଳିତ ମାସ ପିଡିଏସରେ ମିଳିବ ଗହମ : ଖାଦ୍ୟ ଯୋଗାଣ ମନ୍ତ୍ରୀ

୫-ତୃତୀୟ ଦିନରେ ଡ୍ରାଇଭର ସଂଘ ଆନ୍ଦୋଳନ, ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି, ପରିବା ଦରରେ ଲାଗିଲାଣି ନିଆଁ।

୬-୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ମୁମ୍ବାଇରେ ହୋଇଥିଲା ସର୍ଜରୀ।

୭-କଳାହାଣ୍ଡି:ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ, ଚାଷଜମିକୁ ମୋଟର ସାହାଯ୍ୟରେ ପାଣି ମଡାଉଥିଲେ।

୮-ଭୁବନେଶ୍ଵର: ଆଇଏଏସ ମନୋଜ କୁମାର ମହାନ୍ତି ,୬ ବର୍ଷ ପାଇଁ ଓପିଏସସି ସଦସ୍ୟ ନିଯୁକ୍ତ।

୯-ପୁରୀ:ରତ୍ନଭଣ୍ଡାର ଗଣତି ମଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଅଧିକାରୀ।

୧୦-ଦିଗପହଣ୍ଡି: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କାରେ ବାପପୁଅ ସମେତ ୩ ଜଣଙ୍କ ମୃତ୍ୟୁ।

୧୧-ଜର୍ମାନୀରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫, କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଜଣ ଖେଳାଳି ମନୋନୀତ।

୧୨-ସମ୍ବଲପୁର:ଗଞ୍ଜେଇ ତନଖି ବେଳେ ଧରାପଡ଼ିଲା କୋଟିଏରୁ ଅଧିକ ଟଙ୍କାର ରୂପା ଇଟା।

୧୩-ଓଡ଼ିଆ ଅଭିନେତା ପାର୍ଥସାରଥୀ ରାୟ ଗିରଫ, କୋର୍ଟଙ୍କ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରଓ୍ବାନା।

୧୪-ନବରଙ୍ଗପୁରର ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠକୁ ଅଚାନକ ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନୋତ୍ତର ଅଭ୍ୟାସ କରେଇଲେ।

୧୫-କଟକ:ଅଗଷ୍ଟ ୧୫ ତାରିଖ ମଧ୍ୟରେ ପ୍ରକାଶ ପାଇବସପ୍ଲିମେଣ୍ଟାରୀ-ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ।

୧୬-ନିଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଗିରଫ କରାଯାଉ, ଡିଜିପିଙ୍କ ଠାରେ ଫେରାଦ ହେଲା ବିଜେଡି।

୧୭-ମାଲକାନଗିରି:କମ୍ବିଂ ଅପରେସନ ଧରାପଡିଲେ ୬ ହାର୍ଡକୋର ମାଓବାଦୀ, ଦୁଇ ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି

୧୮-ତାଳଚେର:ସିବିଆଇ ପଞ୍ଝାରେ MCL ଚିଫ୍ ମ୍ୟାନେଜର ଅଖିଲେଶ କୁମାର ବର୍ମା , ୨୦ ହଜାର ଟଙ୍କା ଲାଞ୍ଜ ନେବା ବେଳେ ଧରିଲା ସିବିଆଇ।

୧୯-ଲର୍ଡସ୍ ଟେଷ୍ଟ:ରୁଟଙ୍କ ଅପରାଜିତ ୯୯ , ଇଂଲଣ୍ଡ ୪/୨୫୧

୨୦-ଆଇପିଏଲ ଟିକେଟ ଦୁର୍ନୀତି ମାମଲା, ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ ଗିରଫ।

୨୧-୧୦ ଲକ୍ଷ ଟଙ୍କାରେ ଇଲେକ୍ଟ୍ରିକ କାର୍ ଆଣିବ ଜେଏସ୍‌ଡବ୍ଲୁ: ୮୦% ପ୍ରଡକ୍ସସନ ହେବ ଇଲେକ୍ଟ୍ରିକ୍।

Leave A Reply

Your email address will not be published.