ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଡକ୍ଟର ଅକ୍ଷୟ ବନ୍ଧୁ ପଟ୍ଟନାୟକଙ୍କ ବିୟୋଗ
କଟକ ତା ୦୨.୦୨.୨୦୨୫ : ଓଡ଼ିଶାର ପ୍ରଥମ ଓଡ଼ିଆ ଭାବେ ସିଭିଲ ଇଞ୍ଜିନିୟରିଂରେ ପି.ଏଚ.ଡି ଡିଗ୍ରୀ ହାସଲ କରିଥିବା ସ୍ବର୍ଗତ ଡକ୍ଟର ଅକ୍ଷୟ ବନ୍ଧୁ ପଟ୍ଟନାୟକ ଗତ ୩୧.୦୧.୨୦୨୫ ଦିନ ତାଙ୍କ ଭୁବନେଶ୍ୱର ବାସଭବନରେ ସ୍ଵର୍ଗାରୋହଣ କରିଛନ୍ତି।
ସ୍ବର୍ଗତ ପଟ୍ଟନାୟକ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ.ସି ପାସ ପରେ ପାଟନା ବିଶ୍ୱବିଦ୍ୟାଳୟ ରୁ ବି . ଟେକ ରେ ଫାଷ୍ଟ କ୍ଲାସ ଫାଷ୍ଟ ଗୋଲଡ଼ ମେଡାଲ ସହିତ ଉତ୍ତୀର୍ଣ୍ଣ ହୋଇଥିଲେ।ରୁରକି ୟୁନିଭରସିଟିରୁ ଏମ. ଟେକ ରେ ଗୋଲଡ଼ ମେଡାଲ ହାସଲ କରିଥିଲେ। ଇଂଲଣ୍ଡ ର ମାଞ୍ଚେ ଷ୍ଟର ୟୁନିଭରର୍ସିଟି ରୁ ଫ୍ଲୁଇଡ ଡାଇନାମିକସ ରେ ପି.ଏଚ.ଡି ଡିଗ୍ରୀ ହାସଲ କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗରେ ହୀରାକୁଦ, ବାଲିମେଳା, ଅପର କୋଲାବ, ହରଭଙ୍ଗି ପ୍ରୋଜେକ୍ଟରେ କାର୍ଯ୍ୟ କରି ସୁନାମ ଅର୍ଜନ କରିବା ସହିତ ବୁର୍ଲା ଇଂଜିନିୟରିଙ୍ଗ କଲେଜ ରେ ଅଧ୍ୟାପନା କରିଥିଲେ । ଡେଲଟା ଓ ଫ୍ଲଡ କଣ୍ଟ୍ରୋଲ ର ମୁଖ୍ୟ ଯନ୍ତ୍ରୀ ଏବଂ ୱାଟର ଓ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଇନଷ୍ଟିଟ୍ୟୁଟ ର ମୁଖ୍ୟ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ।
ସେ କଟକ ଜିଲ୍ଲା ର ମାହାଙ୍ଗା ଅଞ୍ଚଳ ରେ ପଲିସାହି ଗାଁ ରେ ଜନ୍ମ ଗ୍ରହଣ କରି ଥିଲେ ଓ ନିଜ ଗାଁ ଓ ଅଞ୍ଚଳ ର ବହୁ ଶିକ୍ଷାନୁଷ୍ଠାନ ଓ ମହିଳା ମହାବିଦ୍ୟାଳୟ ସ୍ଥାପନ ରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।
ମୃତ୍ୟୁ ପୂର୍ବରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ମୀରା ପଟ୍ଟନାୟକ, ପୁତ୍ର ବିକ୍ରମ ପଟ୍ଟନାୟକ, ପୁତ୍ରବଧୁ, ନାତି ନାତୁଣୀ, ଭାଇବନ୍ଧୁ ମାନେ ଉପସ୍ଥିତ ଥିଲେ। ତାଙ୍କର ଅନ୍ତେଷ୍ଟି କ୍ରିୟା ପୈତୃକ ଗ୍ରାମ କଟକ ଜିଲ୍ଲା ମାହାଙ୍ଗାର ପଲୀସାହି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଆନ୍ତେଷ୍ଟି କ୍ରିୟାରେ ତାଙ୍କର ୨ ଜ୍ବାଇଁ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ମନ୍ମଥ ରାଉତ, ଜଗଦୀଶ ମହାନ୍ତି, ଝିଅ ପୂର୍ଣ୍ଣଶ୍ରୀ, ପଦ୍ମଶ୍ରୀ, ପୁତ୍ର, ପୁତ୍ରବଧୁ ପରିବାରର ସଦସ୍ୟଗଣ, ଗ୍ରାମବାସୀ, ବନ୍ଧୁ ବାନ୍ଧବ ମବେ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦାନ କରିଥିଲେ। ତାଙ୍କର ଶୁଦ୍ଧକ୍ରିୟା ପୈତୃକ ଗ୍ରାମ ପଲ୍ଲୀସାହି ବାସଭବନରେ ଅନୁଷ୍ଠିତ ହେବ।
ସ୍ବର୍ଗତ ପଟ୍ଟନାୟକ ଙ୍କ ମୃତ୍ୟୁ ରେ ନିଜ ଗାଁ ତଥା ମାହାଙ୍ଗା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନ ସାଧାରଣ ଶୋକ ପ୍ରକାଶ କରିଛନ୍ତି ।