ବଦାନ୍ୟ ଶିକ୍ଷାବିତ୍ ଙ୍କ ବିୟୋଗ
ମାହାଙ୍ଗା ମାଳିହତା ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ୍ ବଦାନ୍ୟ ତଥା ବର୍ଷୀୟାନ ଧର୍ମ ପରାୟଣ ବ୍ୟକ୍ତିତ୍ଵ ସ୍ୱର୍ଗତ ନାରାୟଣ କର ଙ୍କ ର ୯୮ ବର୍ଷ ବୟସ ରେ ଗତ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମା ଦିନ ମହାପ୍ରୟାଣ ହୋଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ତଥା ଧର୍ମପରାୟଣ ବଦାନ୍ୟ ବ୍ୟକ୍ତି ଥିଲେ ।
ଜଣେ ଆଦର୍ଶ ଶିକ୍ଷକ ଭାବେ ଆଜୀବନ ବ୍ରତୀ ରହି ହଜାର ହଜାର ଛାତ୍ର ଛାତ୍ରୀ ଙ୍କ ଜୀବନ କୁ ଗଢି ତୋଳିବା ସହ ଜଣେ ଅତ୍ୟନ୍ତ ସରଳ ନିଷ୍କପଟ ବଦାନ୍ୟ ବ୍ୟକ୍ତି ଭାବେ ସାମାଜିକ ଓ ଆଧ୍ୟାତ୍ମିକ ପରିବେଶ କୁ ସେ କରିଥିଲେ ଗାରିମାମୟ । ତାଙ୍କ ଜୀବନ ଥିଲା ଶ୍ରଦ୍ଧା ସେବା ଆଉ ସମର୍ପଣ ର ଜ୍ୱଳନ୍ତ ଉଦାହରଣ
ସ୍ଥାନୀୟ ଶିବାନନ୍ଦ ଶାନ୍ତି ସଦନ ନୃସିଂହ ନାଥ କ୍ଷେତ୍ର ଆଧ୍ୟାତ୍ମିକ ପୀଠ ପାଇଁ ୧୮ ଗୁଣ୍ଠ ଭୁ ସମ୍ପତ୍ତି ଦାନ କରିବା ସହ ନିଜ ପେନସନ ରୁ ମଧ୍ୟ ଆଶ୍ରମ ର ବିକାଶ ପାଇଁ ଓ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ସେ ଜୀବନ ର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଅର୍ଥ ଦାନ ସହ ଅନ୍ୟାନ୍ୟ ସହଯୋଗ କରି ଆସୁଥିଲେ ।ତାଙ୍କ ର ପରଲୋକ ରେ ସ୍ଥାନୀୟ ଅଞ୍ଚଳ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା ବେଳେ ଶତାଧିକ ସାଧାରଣ ଜନତା ଓ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଅମ୍ଳାନ ଆତ୍ମ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଶ୍ରମ ପରିସର ରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଥିଲା । ଗତ ବର୍ଷ ପତ୍ନୀ ଙ୍କ ର ମହାପ୍ରୟାଣ ହୋଇଥିଲା ବେଳେ ଶେଷ ଶଯ୍ୟା ନିକଟ ରେ ଦୁଇ ପୁଅ ତିନି ଝିଅ ନାତି ନାତୁଣୀ ଉପସ୍ଥିତ ଥିଲେ । ସମାଜ ସେବା ସହ ଆଧ୍ୟାତ୍ମିକ ଜାଗରଣ ରେ ନିଜକୁ ସମର୍ପଣ କରିଥିବା ତାଙ୍କ ର କନିଷ୍ଠ ପୁତ୍ର ତଥା ସନ୍ୟାସୀ ଚିତ୍ତ ରଂଜନ କର ମୁଖାଗ୍ନି ଦେଇଥିଲେ । ତେବେ ଶ୍ରୀଯୁକ୍ତ କର ଙ୍କ ସ୍ଵର୍ଗାରୋହଣ ରେ ମାହାଙ୍ଗା ମାଟି ଜଣେ ମହାନ୍ ବ୍ୟକ୍ତି ଙ୍କୁ ହରାଇଛି ।