ଶ୍ରୀ ଗଣେଶ ପୂଜା ଅବସର ରେ ଜରାଶ୍ରମ ରେ ସ୍ଵେଚ୍ଛାସେବୀ ଙ୍କ ସେବାଦିନ ରେ ଯୋଗ ଦେଲେ ବିଶିଷ୍ଟ ଡାକ୍ତର

ଯାଜପୁର ଛତିଆ ରୁ

ଆଦ୍ଭୋକେଟ ସତ୍ୟନାରାୟଣ ଦାସ

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ

ବିଘ୍ନ ବିନାସନ ଶ୍ରୀ ଗଣେଶ ପୂଜା ଉପଲକ୍ଷେ ଛତିଆ ସ୍ଥିତ ସେବକ ବୃଦ୍ଧାଶ୍ରମ ରେ ଯୁବ ସମାଜସେବୀ ଓମ୍ ପ୍ରସାଦ ମହାନ୍ତି ଙ୍କ ନେତ୍ରୁତ ରେ କଲ୍ୟାଣ ଟିମ୍ ଓ ସାହା ପକ୍ଷ ରୁ ଏକ
ସେବାଦିନ ଗତ ୭ ସେପ୍ଟେମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି ।ବୃକ୍ଷ ରୋପଣ ପ୍ରସାଦ ସେବା ବିଭିନ୍ନ ବିଶେଷଜ୍ଞ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ସେବା ସହ ପବିତ୍ର ଦିନ ଟି ସମର୍ପିତ ହୋଇଛି ।

ଶ୍ରୀ ଗଣେଶ ପୂଜା କୁ ନିଆରା ଭାବ ରେ ଜରାଶ୍ରମ ରେ ପାଳନ କଲେ ସ୍ଵେଚ୍ଛାସେବୀ ଓ ସମାଜ କୁ ଦେଲେ ମନ କୁ ଛୁଇଁଲା ଭଳି ବିଚାର ।

ପକ୍ଷାଘାତ ରୋଗୀ ମାନଙ୍କୁ ଚିକିତ୍ସା କଲେ ଦେଶ ର ପ୍ରତିଷ୍ଠିତ ଏସ ଭି ନିରତାର ଓଲଟପୁର ରେ ନିର୍ଦ୍ଦେଶକ ପ୍ରଫେସର୍ ଡକ୍ଟର ପତିତପାବନ ମହାନ୍ତି ଓ ଅନ୍ୟାନ୍ୟ ଡାକ୍ତର

ସେବା ଦିନ ରେ ଯୋଗ ଦେଲେ ଏକାଧିକ ବିଭାଗ ର ବିଶେଷଜ୍ଞ ଡାକ୍ତର ଓ ପ୍ରଫେସର

ସ୍ଵତନ୍ତ୍ର ଭାବେ ଦେଶ ର ସ୍ଵନାମ ଧନ୍ୟ ଭୌତିକ ଚିକିତ୍ସକ ଙ୍କ ଦ୍ଵାରା ପକ୍ଷାଘାତ ରୋଗୀ ଙ୍କୁ ଚିକିତ୍ସା କରାଯାଇଥିଲା ।

ଶ୍ରକୃଷ୍ ଚେତନାର ବିଶିଷ୍ଟ ପ୍ରବକ୍ତା ବୃନ୍ଦାବନ ର ସନ୍ୟାସୀ ଶଙ୍କର ପଣ୍ଡିତ ଓ ସ୍ୱନାମଧନ୍ୟ ଭୌତିକ ଚିକିତ୍ସା ର ଆଉ ଜଣେ ଅଶ୍ଵିନୀ କୁମାର ଭାବେ ପରିଚିତ ଦିବ୍ୟ ଚେତନାର ସମର୍ପିତ ବ୍ୟକ୍ତିତ୍ଵ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି ଙ୍କ କର କମଳରେ
ବୃକ୍ଷ ରୋପଣ ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା ।

ସ୍ଵତନ୍ତ୍ର ଭାବେ ଭାରତ ସରକାର ଙ୍କ ଅଧୀନ ରେ ଥିବା ଦେଶ ର ପ୍ରସିଦ୍ଧ ଚିକିତ୍ସା ଅନୁଷ୍ଠାନ ଏସ ଭି ନିର୍ତର୍ ଓଲଟପୁର ସ୍ଵ ନାମ ଧନ୍ୟ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଏମ ପତିତପାବନ ଓ ସହଯୋଗୀ ଭାବେ ବିଶ୍ୱଜିତ୍ ପରିଡା ଜସ୍ଵନ୍ତ୍ ସିଂ ଓ ଅନ୍ୟାନ୍ୟ ଚିକିତ୍ସକ ଙ୍କ ଦ୍ଵାରା ପକ୍ଷାଘାତ ଓ ଅନ୍ୟାନ୍ୟ ରୋଗୀ ଙ୍କୁ ଭୌତିକ ଚିକିତ୍ସା ସେବା ଦାନ କରାଯାଇଥିଲା ।

ଅନ୍ୟାନ୍ୟ ବିଭାଗ ରେ

ଚର୍ମ ରୋଗ ବିଭାଗ ର ବିଶେଷଜ୍ଞ ଡାକ୍ତର ଜୀବନ ଜ୍ୟୋତି ମିଶ୍ର

ଦାନ୍ତ ବିଭାଗ ର ଜୀବନ ଜ୍ୟୋତି ସାହୁ
ଶିଶୁ ଶଲ୍ୟ ବିଭାଗ ର ସହକାରୀ ପ୍ରଫେସର ତଥା ବିଶିଷ୍ଟ ସମାଜସେବୀ ଡାକ୍ତର ଶ୍ରୀ ବନୋଜ୍ ରାୟ

ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ର ଡକ୍ଟର ବି ରଶ୍ମି ପ୍ରମୁଖ
ଆଶ୍ରମ ର ପାଖା ପାଖି ୨୦୦ ଅନ୍ତେବାସୀ ଙ୍କୁ ଚିକିତ୍ସା ସେବା ଦେବା ସହ ଔଷଧ ବିତରଣ କରିଥିଲେ ।

ପ୍ରଭୂଜି ପଞ୍ଚୁ ପାଣ୍ଡବ ଟିକସ ପରାମର୍ଶ ଦତା ଅଭିମନ୍ୟୁ ସାହୁ
ଅଧ୍ୟାପକ ଅକ୍ଷୟ ଭାଇ ଅଧ୍ୟାପକ ଚିତ୍ତ ଭାଇ ଅଧ୍ୟାପିକା ରଶ୍ମିରେଖା ବାରିକ ଗଛ କିଶୋର ଦୀପକ ସେଠୀ ଅଧ୍ୟାପିକା ସିନ୍ଧୁଦର୍ଷିନି ରମାକାନ୍ତ ଭାଇ ବିଶିଷ୍ଟ ବ୍ୟବସାୟୀ ଅଶୋକ ସ୍ବାଇଁ ମାନବାଧିକାର କର୍ମୀ ଦୀପକ ଆଚାର୍ଯ୍ୟ ଯୁବ ଗୋ ସେବକ ଇଞ୍ଜୀୟର ଜ୍ଞାନ ରଞ୍ଜନ ବାରିକ କଳିଙ୍ଗ ଭାଇ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ଆଶ୍ରମ ପକ୍ଷରୁ ସମାଜସେବୀ ସୁରେଶ ବିଶ୍ଵାଳ ଓ ଆଡ଼ଭୋକେଟ ସତ୍ୟ ନାରାୟନ ଦାସ ସେବକର୍ମି ମାନଙ୍କୁ ଧନ୍ୟବାଦ୍ ଦେଇ ଥିଲେ । ସୁଦୂର ଜଗତସିଂପୂର୍ ରୁ ଯୁବ ସମାଜସେବୀ
ଶରତ ମହାପାତ୍ର ଶୁବ୍ରତ ତ୍ରିପାଠୀ ସମ୍ପା ବେହେରା ସୈମିକ ମହାନ୍ତି ଅମନ୍ ମହାପାତ୍ର ଓ ଅନ୍ୟାନ୍ୟ ଭାଇ ଭଉଣୀ ଓ ସାହା ର ଯୁବ ସମାଜସେବୀ ମାନେ ଯୋଗ ଦେଇ ସେବା ଦିନ ରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।

Leave A Reply

Your email address will not be published.

7 + 7 =