ଗଛ କଥା ଓ ଗୋ ମାତା କଥା ବିନା ହରି କଥା ଅସମାପ୍ତ । ବାଗାସରପୂର୍ ଠାରେ ଦୁଇ ଯୁବ ସାଧୁ ଙ୍କ ସପ୍ତାହ ବ୍ୟାପି ଭଗବତ୍ ଆଲୋଚନା ରେ ଅଭିଭୂତ ଶ୍ରୋତା

ମାହାଙ୍ଗା ରୁ ଭଏସ ଅଫ କମନ୍ସ ଡେସ୍କ

ମାହାଙ୍ଗା ବାଗଶରପୂର୍ ର ମା
ସୁନପେଈ ମନ୍ଦିର ପ୍ରାଙ୍ଗଣ ରେ ସପ୍ତାହ ବ୍ୟାପି ଭାଗବତ ପରାୟଣ ମହୋତ୍ସବ ରେ ଶ୍ରୀ ମ ଦ ଭାଗବତ ଚର୍ଚ୍ଚା କାର୍ଯ୍ୟକ୍ରମ ସପ୍ତମ ଦିନ ରେ ଶେଷ ହେଉଛି ।
ଏହି ପରାୟଣ ଡିସେମ୍ବର ୧ ରୁ ଆରମ୍ଭ ହୋଇ ୭ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିଲା ବେଳେ ୮ ତାରିଖ ରେ ଗୀତା ଯଜ୍ଞ ଅନୁଷ୍ଠିତ ହେଉଛି


ପ୍ରତି ସନ୍ଧ୍ୟା ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ବେଳେ ଏହି ଭଗବତ୍ ଜ୍ଞାନ ଯଜ୍ଞ ରେ ଦୁଇ ଜଣ ସାଧୁ ଯୋଗ ଦେଇ ପ୍ରତିଦିନ ଭାଗବତ ସତ୍ ସଙ୍ଗ ଅନୁଷ୍ଠିତ ହେଉଛି । ଚିଲିକା ଅଞ୍ଚଳ ରୁ ବିଶିଷ୍ଟ ସମାଜସେବୀ ସାଧୁ ଶ୍ରୀ ପଞ୍ଚୁପଣ୍ଡବ ଦାସ ଓ ସଫ୍ଟୱେର ଇଞ୍ଜିନିୟର ଭାବେ ବହୁଦେଶୀୟ କମ୍ପାନୀ ରୁ ଚାକିରୀ ପରିତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରି ବୃନ୍ଦାବନ ରେ ଅବସ୍ଥାନ କରୁଥିବା ବ୍ରହ୍ମ ଚାରି ନିତାଇ
ଗୁଣମାଣି ପ୍ରତିଦିନ ସନ୍ଧ୍ୟା ରେ ପ୍ରବଚନ ଦେଉଥିଲା ବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଶ ହ ଶହ କିଶୋର କିଶୋରୀ ଛୋଟ ପିଲା ମହିଳା ଓ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି।।


ପ୍ରବଚନ ରେ ପ୍ରଭୁଜି ବୃକ୍ଷ ଓ ଗୋ ମାତା ଙ୍କୁ ସୁରକ୍ଷା କରି ସଯତ୍ନ ରେ ରଖିବାକୁ ଅନୁରୋଧ କରିଥିଲା ବେଳେ ଗଛ କଥା ଓ ଗୋ ମାତା ର କଥା ବିନା ହରି କଥା ଅସମାପ୍ତ ବୋଲି କହି ପ୍ରତିଦିନ ବୃକ୍ଷ ରୋପଣ ର ବ୍ୟବସ୍ଥା କରାଯାଇଛି ।

ସାରା ଦେଶ ରେ କୃଷ୍ଠ କଥା ପ୍ରଚାର ରେ ଲାଗିଥିବା ବ୍ରହ୍ମଚାରି ଶ୍ରୀ ନିତାଇ ଗୁଣମଣି ପ୍ରତିଦିନ ସନ୍ଧ୍ୟା ରେ ଭାଗବତ ଆଲୋଚନା କରୁଥିଲା ବେଳେ ସାଧୁବାଣି ଶୁଣିବା ଲାଗି ଶହ ଶହ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବାର ଦେଖା ଯାଉଛି ।

କଥାବାଚକ ସନ୍ଥ ମାନେ ଶ୍ରୀମଦ୍ ଭାଗବତ ଓ ଗୀତା ରୁ ଗଛ ଓ ଗୋ ମାତା ଙ୍କ ସୁରକ୍ଷା ଉପରେ ବିଚାର ରଖିବା ସହ ଶ୍ରଦ୍ଧାଳୁ ମାନଙ୍କୁ ବୃକ୍ଷ ରୋପଣ ଓ ଦେଶୀୟ ପ୍ରଜାତି ର ଗୋ ବଂଶ ର ସୁରକ୍ଷା ପାଇଁ ଆହ୍ବାନ ଦେବା ସହ କୃଷ୍ଣ କଥା ରେ ଶ୍ରୀକୃଷ୍ଣ ବନମାଳୀ ଙ୍କ ପ୍ରକୃତି ପ୍ରେମ ଉପରେ ଉପସ୍ଥିତ ଜନ ସାଧାରଣ ଙ୍କୁ ବୁଝାଇ ପ୍ରକୃତି ପରିବେଶ ର ରକ୍ଷା ପାଇଁ ଆହ୍ବାନ ଦେବା ସହ ପ୍ରତି ଦିନ ବୃକ୍ଷ ଦେବତା ଙ୍କ ପୂଜନ ସହ ରୋପଣ ର ମଧ୍ୟ ବ୍ୟବସ୍ଥା କରାଯାଉଛି । ତେବେ ଏମିତି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବୟସ୍କ ଙ୍କ ସମେତ ଯୁବକ ଯୁବତୀ ମହିଳା ପିଲା ମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ।
ବାଗସର୍ପୂର୍ ଗ୍ରାମ ବାସୀ ମାନଙ୍କ ଦ୍ଵାରା ଆୟୋଜିତ ଏମିତି ଏକ ନିଆରା କାର୍ଯ୍ୟକ୍ରମ କୁ ସାରା ଅଞ୍ଚଳ ରେ ଭୂରି ଭୂରି ପ୍ରଶଂସା କରାଯାଉଥିଲା ବେଳେ ଏହି ଅଞ୍ଚଳ ର ଅନ୍ୟତମ ସନ୍ୟାସୀ ଚିତ୍ତରଞ୍ଜନ କର ଙ୍କ ନେତୃତ ରେ କୀର୍ତ୍ତନ କରାଯାଉଛି । ପ୍ରତିଦିନ ସନ୍ଧ୍ୟା ସମୟ ରେ ଛୋଟ ଛୋଟ ପିଲା ମାନେ ପ୍ରଭୁଜୀ ଓ ମହାରାଜ ନିତାଇ ଗୁଣମଣୀ ଙ୍କ ସହ ସାରା ଗାଁ ରେ ନାଚି ନାଚି ହରେ କୃଷ୍ ହରେ ରାମ ଜପ ରେ ସାରା ଗାଁ ରେ ଏକ ଅଦ୍ଭୁତ ପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ କାହା ଠାରୁ କିଛି ଗ୍ରହଣ ନ କରି ହରି କଥା ସହ ପରିବେଶ ସୁରକ୍ଷା ଆଧ୍ୟାତ୍ମିକ ଜାଗରଣ ପାଇଁ ଉଭୟ ସାଧୁ ସାରା ଦେଶ ଭ୍ରମଣ କରୁଥିବାର ଜଣାପଡିଛି ।

Leave A Reply

Your email address will not be published.