ସାଲେପୁର ର ସୁଲିପ୍ତା ନିଜସ୍ୱ ଶୈଳୀରେ ଶିଶୁ ମାନଙ୍କ ମନୋରଞ୍ଜନ ସହ ଅଙ୍ଗନୱାଡ଼ି କୁ ପରିଣତ କରିଛନ୍ତି ଏକ ଅନନ୍ୟ ପାଠ ଶାଳା ରେ

ନିଉଜ୍ ଡେସ୍କ ୦୬/୦୩

ଜଣେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ସୁଲିପ୍ତା ନାଚ ଗୀତ ଭିତରେ ମା ପରି ମମତା ବାଣ୍ଟି କୋମଳମତି ପିଲା ମାନଙ୍କ ମଧ୍ୟ ରେ ପାଠ ପଢା ପ୍ରତି ଆଦ୍ୟ ଆଗ୍ରହ କୁ ବହୁ ଗୁଣିତ କରି ପାରିଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।ନିଜର ନିଷ୍ଠା ସାଧୁତା ଆଉ ସୃଜନଶୀଳ ଶିକ୍ଷାଦାନ ଓ ଶିଶୁ ମାନଙ୍କୁ ସରକାର ଦେଉଥିବା ଅନ୍ୟାନ୍ୟ ଯୋଜନା କୁ ତୃଣ ମୂଳ ସ୍ତର ରେ ସଫଳ ଭାବେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ

https://youtu.be/ZZFm7tA0J3k?si=cHe4s-03l9YuMfc0
https://youtu.be/yfJZ3PkAuDs?si=Zipr2F18I92YtdXu
https://youtu.be/yoGC7H90S2M?si=G0EoZ2fwkU6I54RD
https://youtu.be/a4T34MEvHsQ?si=qUjnznpsDC9xciqc

ଏଥିଲାଗି ଗତ ଜନରାଜ୍ୟ ଦିବସ ରେ

ସାଲେପୁର ବ୍ଲକ୍ ର ଅଙ୍ଗନୱାଡ଼ି ସୁଳିପ୍ତ ଦାସ ତାଙ୍କର ସମର୍ପିତ ସେବା ଲାଗି ବର୍ଷ ୨୦୨୪ ରେ କଟକ ଜିଲ୍ଲା ର ଅନ୍ୟତମ ଶ୍ରେଷ୍ଠ

କର୍ମୀ ଭାବେ ସମ୍ମାନିତ ହୋଇଛନ୍ତି ।

https://youtu.be/Y_mfIfEOyPw?si=88ph6jF97E7HNFJY

ସୂଚନାଯୋଗ୍ୟ ଯେ ସାଲେପୁର ଲୁଣାହାର ୫ ଅଙ୍ଗନୱାଡ଼ି କେନ୍ଦ୍ର ର ଜଣେ କର୍ମୀ ଭାବେ ଶ୍ରୀମତୀ ସୁଲିପ୍ତା ଦାସ କାର୍ଯ୍ୟ କରନ୍ତି ।

https://youtu.be/CtAOC5HoXno?si=GLv68OQLZoDfPdtV

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟୋଜିତ ଜନରାଜ୍ୟ ଦିବସ ଉତ୍ସବ ରେ ବିଦ୍ୟାଳୟ ଗଣଶିକ୍ଷା ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି ଶ୍ରୀମତୀ ସୁଲିପ୍ତ ଙ୍କୁ ସମ୍ମାନିତ କରିଛନ୍ତି ।

ସେ ବିଗତ ବର୍ଷ ୨୦୨୩ ରେ ସାଲେପୁର ବ୍ଲକ ର ଶ୍ରେଷ୍ଟ ଅଙ୍ଗନୱାଡ଼ି କର୍ମୀ ଭାବେ ମଧ୍ୟ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଦ୍ଵାରା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ ହୋଇ ଥିଲେ ।

Leave A Reply

Your email address will not be published.