• ସାହିତ୍ୟ ଚେତନା ରେ ଗଳ୍ପ

ଗପ ରେ ରହିଛି ଗହନ କଥା

ଗୋଟେ ରାଇଜ ଥିଲା । ସେଇ ରାଇଜ ର ସମୁଦ୍ର କୁଳ ରେ ବଡ଼ ଠାକୁର ଙ୍କର ମନ୍ଦିର ଟିଏ ବି ଥିଲା । ସେ ରାଇଜ ର ଅଧିବାସୀ ମାନେ ଠାକୁର ଙ୍କୁ ବହୁତ ମାନୁଥିଲେ ଆଉ ଭକ୍ତି କରୁଥିଲେ ।


ହଠାତ୍ ପଚିଶ ବର୍ଷ ତଳେ ଗୋଟିଏl ମହାବାତ୍ୟା ସେ ରାଇଜ କୁ ଆସିଲା । ହଜାର ହଜାର ଲୋକ ପୋକ ମାଛି ପରି ମରିଗଲେ । ସେଥିକା ରାଜା ରାଇଜ ଛାଡ଼ି ଦେଇ ମନ୍ତ୍ରୀମାନଙ୍କ ସହ ପଳେଇଲେ ।ଲୋକ ମାନେ ଆଉ ଜଣ ଙ୍କୁ ରାଜା କଲେ । ସିଏ ଅବିବାହିତ ଥିଲେ। ତାଙ୍କର ବାପା ବୋଉ ପିଲା ଛୁଆ କେହି ନଥିଲେ ।ଗୋଟିଏ ଧଳା କୁର୍ତ୍ତା ପାଇଜାମା ଆଉ ଚପଲ ଟିଏ ପିନ୍ଧୁଥିଲେ ସେ । ଭାରି ସାଧା ସିଧା ଆଉ ସରଳ । ଆଉ ଅଳ୍ପ କଥା କହୁଥିଲେ । ବେଶୀ କାହା ସହ ମିଶା ମିଶି ବି କରୁ ନ ଥିଲେ । କାହାକୁ ସମାଲୋଚନା କି କଟୁ କଥା କହୁ ନଥିଲେ।

ସେଇ ରାଇଜର ରାଜା ନିଜ ରାଇଜ ର ଲୋକ ଙ୍କ ପାଇଁ ଦିନ ରାତି ପରିଶ୍ରମ କଲେ । ସମସ୍ତ ଙ୍କ କଲ୍ୟାଣ ପାଇଁ ଠାକୁର୍ ଙ୍କୁ ଡାକିଲେ । ସାରା ରାଇଜ କୁ ନିଜ ପରିବାର ବୋଲି ଭାବିଲେ। ସମୁଦ୍ର କୂଳ ର ସେ ରାଇଜ କୁ ପୁଣି ବାରମ୍ବାର ବର୍ଷା ବାତ୍ୟା ଆସିଲା । କେମିତି କ୍ଷୟ କ୍ଷତି କମ ହେବ ଆଉ ରାଇଜ ର ପ୍ରଜା ମରିବେନି ସେ କଥା ଭାବି ନିଜେ ଓ ନିଜ ମନ୍ତ୍ରୀ ପାରୀସଦ ଅମାତ୍ୟ ସିପେହି ଙ୍କୁ ଲଗେଇ ନିଜେ ବି ଦିନରାତି ଲାଗି ପଡ଼ିଲେ । ବାତ୍ୟା ଆସିଲେ ବାତ୍ୟା ନିବାସ୍ କରି ଆଗରୁ ସେଠିକି ସବୁ ପ୍ରକାର ବ୍ୟବସ୍ଥା କରି ମେଘ ପବନ ହେଲେ ପ୍ରଜା ମାନଙ୍କୁ ଡାକି ଆଣୁଥିଲେ । ଆଉ କେହି ମରୁ ନଥିଲେ ।
ଯିଏ ଅନିତି କଲା ମନ୍ତ୍ରୀ ହେଲେ ବି ଛାଡ଼ୁ ନଥିଲେ । ସେମାନଙ୍କୁ ନେଇ କାରାଗାର ରେ ଭର୍ତ୍ତି କରୁଥିଲେ ।
ଲୋକ ଙ୍କ ପାଇଁ କେତେ ପ୍ରକାର ମାଳ ମାଳ ଯୋଜନା କଲେ ।
ବୁଢ଼ା ବୁଢ଼ୀ ବିଧବା ଭିନ୍ନକ୍ଷମ ପତି ପରିତ୍ୟକ୍ତl ଙ୍କ ପାଇଁ ଭତ୍ତା, ଶୀତଦିନେ ବୟସ୍କ ଙ୍କ ପାଇଁ କମ୍ୱଲ ଲୁଗା, ଖରା ଦିନ ଛତା ମାଗଣାରେ ଚାଉଳ, ଡାକ୍ତଖାନାଗୁଡ଼ିକରେ ମାଗଣାରେ ଚିକିତ୍ସା ,ଔଷଧ ,ରୋଗୀ ଙ୍କୁ ନେବାକୁ ମାଗଣାରେ ରୋଗୀ ବୁହା ଗାଡ଼ି ,ଜନ୍ମ ହେଲେ ମା ମାନଙ୍କ ପାଇଁ ଅର୍ଥ, ଗର୍ଭ ଅବସ୍ଥା ରେ ଗର୍ଭବତୀ ଙ୍କ ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ପଇସା ପତ୍ର ,ଚିକିତ୍ସା ବ୍ୟବସ୍ଥା,ପିଲା ଜନ୍ମ ହେଲା ପରେ ତାଙ୍କ ପାଇଁ ପୃଷ୍ଠିକର ଖାଦ୍ୟ ବ୍ୟବସ୍ଥା ,ସୁନ୍ଦର ସୁନ୍ଦର ବିଦ୍ୟାଳୟ, ରାସ୍ତା ଘାଟ ବସ ରହଣି ସହର ରେ ପାଞ୍ଚ ଟଙ୍କାରେ ଆହାର ଚାଷୀ ଭାଇ ଙ୍କ ପାଇଁ କେତେ କେତେ ଯୋଜନା
ଗାଁ ଗାଁ କୁ ବସ ,ବିଦ୍ୟାଳୟ ରେ ପଢୁଥିବା ପିଲା ଙ୍କୁ ମଧ୍ୟାହ୍ନ ଖାଇବା ସାଇକେଲ ସ୍କୁଲ ଲୁଗାପଟା ଜୋତା ବହି ଖାତା
ମହିଳା ଙ୍କ ପାଇଁ ଅର୍ଥ ଦେଇ ତାଙ୍କୁ ସ୍ୱାବଲମ୍ବୀ କରିବାଠୁ ଗାଁ ଗାଁ ରେ ଗୋଷ୍ଠୀ ଗଢି ଆଗକୁ ବଢିବା କୁ ସିଏ ଉତ୍ସାହିତ କରୁଥିଲେ ।

ରାଇଜ ର ଲୋକ ମାନେ ତାଙ୍କୁ ଭାରି ଭଲ ବି ପାଉଥିଲେ । ୟା ଭିତରେ କୋଡିଏ ବର୍ଷ ବିତିଥିଲେ ବି ଆଉ ସେ ରାଇଜ ରେ କେହି ବି ରାଜା ହେଉ ପାରୁ ନଥିଲେ । ଧୀରେଧୀରେ ରାଇଜ କୁ ଗୋଟେ ବଡ ରୋଗ ଆସିଲା ।ପ୍ରଜା ମାନେ ଘରୁ ବାହାରିବାକୁ ମନା କରାଗଲା । ବହୁ ଉପାୟ ରେ ପ୍ରଜା ମାନଙ୍କୁ ରାଜା ସାହାଯ୍ୟ କଲେ ।

ସିଏ କିନ୍ତୁ ନିଜେ ଆଉ ରାଜ ଉଆସ କୁ ନ ଆସି ନିଜେ ରହୁଥିବା ଘରେ ରାଜ୍ୟ ଶାସନ କଲେ। ୟା ଭିତରେ

ରାଜା ଙ୍କ ଦିହ ଖରାପ ହେଲା ।ରାଜା ତାଙ୍କ କୋଠୀ କି ଛାଡ଼ି ମନ୍ତ୍ରୀ ସଭା କୁ ଆସି ପାରିଲେନି ।
ତାଙ୍କ ବ୍ୟକ୍ତିଗତ ଅମାତ୍ୟଙ୍କ ତାଙ୍କ ପାଖେ ରହୁଥିଲା ବେଳେ ସିଏ ଧିରେ ଧିରେ ରାଜା ଙ୍କ ଆସୁସ୍ଥତା ପାଇଁ ରାଜା ଙ୍କୁ ଭୁଲ ଖବର ଦେଉଥିଲା । ଜଣେ ଗୁମସ୍ତା ଙ୍କୁ ବି ସିଏ ନିଜ ସହିତ ସାମିଲ କଲା ।ଧୀରେ ଧୀରେ

ସେ ରାଜା ଙ୍କ ଠାରୁ ସବୁ ଦସ୍ତାବିଜ ରେ ବି ଦସ୍ତଖତ ସହ ମୋହର ବି ଆଣୁଥିଲା ବେଳେ ତାଙ୍କୁ ବସ କରି ମିଛ ସତ୍ କହି ଆଉ କାହାକୁ ରାଜା ଙ୍କ ପାଖ କୁ ଛାଡ଼ୁ ନଥିଲା । କିଛି ଦିନ ପରେ ସେଇ ଆମତ୍ୟ
ନିଜେ ରାଜା ଙ୍କ ନାଁ ରେ ଫତୁଆ ବି ଜାରି କରୁଥିଲେ ।

ଗୋଟେ ସିପାହୀ ସାଲାର କୁ ନିଜ ପାଖେ ରଖି ରାଇଜ ର ସବୁ ସିପାହୀ କୁ ସେଇ କର୍ମଚାରୀ ନିଜ ନିୟନ୍ତ୍ରଣ କୁ ନେବା ସହ କିଛି ସ୍ୱାର୍ଥପର ଲୋଭି
ଅମାତ୍ୟ କୁ ନେଇ ଏକ ଗୋଷ୍ଠୀ କରି ରାଇଜ ର ଧନ ସମତ୍ତି କୁ ଲୁଟିବାକୁ ଚିନ୍ତା କରୁଥିଲେ ।
ଧିରେ ଧିରେ
ଖୋଷାମତିଆ ଅମାତ୍ୟ ଓ ଦୃଷ୍ଟ ମନ୍ତ୍ରୀ ଙ୍କୁ ନିଜ ଆୟତ୍ତ କୁ ନେଇ ନିଜେ ରାଜା ହେବା କୁ ସେ ଚକ୍ରାନ୍ତ କଲା।

ଦୃଷ୍ଟ ମନ୍ତ୍ରୀ ଆଉ ପ୍ରଭାବଶାଳୀ କିଛି ରାଜ କର୍ମଚାରୀ ଭଲ ରାଜା ର ଲୋକପ୍ରିୟତା ର ସାହାରା ନେଇ ରାଜା ଙ୍କ ଖଳ ବ୍ୟକ୍ତିଗତ ସହାୟକ ର ସହାୟତା ରେ ବିଭିନ୍ନ ପାପ ଦୁର୍ନୀତି କଲେ । କିଏ ରାଜ୍ୟ ର ଖଣି ଖାଦାନ କୁ ଲୁଟ କଲା ତ କିଏ ମଣିଷ ମାରିଲା। କିଏ ଯୌନ କେଳେଙ୍କାରି ରେ ମା ଝିଅ ବୋହୂ ଙ୍କ ଇଯତ୍ ନେଲା ତ କୁନି ଝିଅ ଙ୍କୁ ଅପହରଣ କଲା ।ବେବିନା ଠୁ ଆରମ୍ଭ କରି ଇତିଶ୍ରୀ ଯାଏ କେତେ ଝିଅ ସବୁ ମଲା ପରେ ଏଇ ବଦମାସ୍ ଙ୍କ ପାଇଁ ନ୍ୟାୟ ବି ପାଇଲେନି ।ରାଜା କିନ୍ତୁ କିଛି ବି ଜାଣି ପାରୁ ନଥିଲେ । ୟା ଭିତରେ ବଡ ଠାକୁର୍ ଘର ରତନ ଭଣ୍ଡାର ଚାବି ବି କୁଆଡେ ହଜିଗଲା ।

ଏବେ ରାଜା ଙ୍କ ନାଁ ରେ ରାଜା ଙ୍କ ବ୍ୟକ୍ତିଗତ ସହାୟକ ସଭା ସମିତିରେ ବୁଲିଲା । ଉଡାଜାହାଜ ନେଇ ଲୋକ ଙ୍କ ପାଖକୁ ଯାଇ ଆଉ ଚାକିରୀ ନ କରି ରାଜା ଙ୍କ ପାଖରେ ରାଜନୀତି ଶିଖିବା ସହ ସେବା କରୁଛି ବୋଲି ମିଛ ରେ ପ୍ରଜା ଙ୍କୁ କହିଲା । ତାକୁ ବି ଦୃଷ୍ଟ ମନ୍ତ୍ରୀ ଆଉ ଖଳ ଅମାତ୍ୟ ମାନେ ସମର୍ଥନ କରୁଥିଲେ । ଦିନେ ଗୋଟିଏ ସଭାକୁ ରାଜା ଙ୍କୁ ନେଇ ବ୍ୟକ୍ତିଗତ ଅମାତ୍ୟ ଜଣଙ୍କ ଯାଇଥିଲା ସମୟ ରେ ରାଜାଙ୍କ
ହାତ ଥରୁ ଥିବା ଦେଖି ସେଇ ସହାୟକ ରାଜକର୍ମଚାରୀ ରାଜା ଙ୍କ ହାତ କୁ ଟାଣି ଦେଲା । ପୁଣି କୋଉଠି ଗୋଡ଼ ରେ ରାଜା ଙ୍କ ଗୋଡ କୁ ଖେଞ୍ଚିଲା ।

ରାଜା ଙ୍କ ବିରୋଧୀ ମନେ ଏ କଥା କୁ ପ୍ରଚାର କଲେ । ଲୋକମାନେ ବି ଭାବିବା ଆରମ୍ଭ କଲେ ଯେ ବ୍ୟକ୍ତିଗତ ସହାୟକ ବୋଧେ ରାଜା ଙ୍କୁ ଘରେ ଆହୁରି ହଇରାଣ କରୁଥିବ । ଗୃହ ବନ୍ଦୀ କରି ରଖିଥିବ ।
ନୂଆ ରାଜା ବାଛିବା କୁ ସମୟ ଆସିଲା ।ଲୋକେ ଭାବିଲେ ଯେ ଯଦି ସେଇ ରାଜା ଙ୍କୁ ଆମେ ପୁଣି ବାଛିବୁ ତେବେ ପୁରୁଣା ରାଜା କୁ ସେଇ ବ୍ୟକ୍ତିଗତ ସହାୟକ ଆହୁରି ବେସୀ ହଇରାଣ କରିବ । ନିଜେ କ୍ଷମତା ଉପଭୋଗ କରିବକୁ ରାଜା ଙ୍କ ର କ୍ଷତି କରିବ । ଦୃଷ୍ଟ ମନ୍ତ୍ରୀମାନେ ବି ତାଙ୍କୁ ସହଯୋଗ କରିବେ।ତେଣୁ ରାଜା ଙ୍କ ଜୀବନ ବଞ୍ଚାଇବାକୁ ଆଉ ଜଣେ ନୂଆ ରାଜା ବାଛିଲେ ଲୋକମାନେ ।
ଏ କଥା ଧିରେ ଧୀରେ ପୁରୁଣା ରାଜା ବୁଝିଲେ ।

ସେତେବେଳକୁ ବ୍ୟକ୍ତିଗତ ସହାୟକ କୁଆଡେ ନିଜ ନିଜ ଜୀବନ ବଞ୍ଚାଇ ପଳାଇ ଥାଏ । ନିଜ ପ୍ରଜା ଙ୍କ ସୁଖ ଦୁଃଖ ବୁଝି ପାରିବେନି ବୋଲି ପୁରୁଣା ରାଜା ଖୁବ୍ କାନ୍ଦିଲେ । ପ୍ରଜାମାନେ ବି ପୁରୁଣା ରାଜାଙ୍କ ଆଉ ନ ପାଇ ବି ବହୁତ୍ କାନ୍ଦିଲେ ।ସେତେ ବେଳକୁ ଆଉ କିଛି ନଥିଲା ।ନୂଆ ରାଜା ପୁରୁଣା ରାଜା କରିଥିବା ସବୁ ଯୋଜନା କୁ ଗୋଟିଏ ଗୋଟିଏ କରି ଉଠେଇ ଦେଲେ । ଭାରି ଦାହ ଗଞ୍ଜ ହେଲେ ପ୍ରଜା । ଏବେ ପୁଣି ପୁରୁଣା ରାଜା ଶାସନ ରେ ନଥାଇ ଲୋକ ଙ୍କ ର ସେବା କରିବାକୁ ଚିନ୍ତା କଲେ ।ପୁଣି ସଳଖ ହୋଇ ଠିଆ ହେଲେ ।ଆଉ କାହା କୁ ଭରସା ନ କରି ଲୋକ ଙ୍କ ସହ ସିଧା ମିଶି ସେମାନଙ୍କ ସୁଖ ଦୁଃଖ ବୁଝିବାକୁ ଲାଗିଲେ ।

ନୂଆ ରାଜା ଙ୍କ ର ଅଭିଶେକ ଉତ୍ସବ କୁ ପୁରୁଣା ରାଜା ଙ୍କୁ ନିମନ୍ତ୍ରଣ ଦେବାକୁ ନୂଆ ରାଜା ନିଜେ ଗଲେ । ତାଙ୍କୁ ଆସିବାକୁ ଅନୁରୋଧ କଲେ ।ପୁରୁଣା ରାଜା ନୂଆ ରାଜା ଙ୍କୁ ଅତି ଶ୍ରଦ୍ଧାର ସହ ଘରକୁ ଡାକି ନେଲେ । ଯେମିତି ତାଙ୍କ ରାଜପଦ ଗଲା ପରେ କିଛି ବି ଦୁଃଖ ଲାହିନି ତାଙ୍କୁ କି ନୂଆ ରାଜା ଙ୍କ ଉପରେ ତାଙ୍କର ରାଗ କି ଅଭିମାନ ନାହିଁ । ପୁରୁଣା ରାଜା ନୂଆ ରାଜା ଙ୍କ ଅଭିଷକ ଉତ୍ସବ କୁ ସତକୁ ସତ ଗଲେ । ସମସ୍ତେ ଭାବ ବିହ୍ବଳ ହେଇଗଲେ । ତାଙ୍କୁ ରାଜ ସଭାରେ ବହୁତ୍ ଆଦର ସତ୍କାର କଲେ । ପୁରୁଣା ରାଜା ନୂଆ ରାଜା ଙ୍କୁ ଭଲ ରେ ରାଜ୍ୟ ଚଳେଇବା ଲାଗି ଆଶିଷ ବି ଦେଲେ ।

ରାଜ୍ୟବାସୀ କଣ ଏ କଥା ସାରା ଦେଶ ରୁ ବିଦେଶ ଯାଏ ବି ଚର୍ଚ୍ଚା ହେଲା ।ଏବେ ପୁରୁଣା ରାଜା ବେଶ୍ ସୁସ୍ଥ ହେଲେଣି । ରାଜ୍ୟ ବାସୀ ବି ଏବେ ଉଭୟ ପୁରୁଣା ଓ ନୂଆ ରାଜା ଙ୍କୁ ନେଇ ବେଶ୍ ଖୁସି ।

Leave A Reply

Your email address will not be published.

16 + 14 =