ବଦଳିବ ଆଇ ପି ସି /ସି ଆ ର ପି ସି / ଏ ଭି ଡେ ନସ୍ ଏକ୍ଟ ଲୋକସଭା ରେ ବିଲ ଆଗତ

କବିତା

ସହର ରେ ଅଛି ଖାଲି ଜହର

ସକାକ ତ ଧୁଳି ଧୁଆଁ….. ସଂଜ ଏଠି ମରିଛି…
ଦେହଜୀବି ପାଖେ ସବୁ… ରାତି ଯାକ ସରିଛି..
ଡାହାଣୀ ଆଲୁଅ ଏଠି…. ଜହ୍ନ ଜମା ଦିଶୁନି..
ଖାଲି ପାପ କାହା ମନ ….କାହା ସାଥେ ମିଶୁନି..
କିଏ ଜଣେ କାହା ପାଇଁ…ଲୁହ ବୁନ୍ଦେ ଦିଏନା
ମଦ ଏଠି ଗଦ ହୁଏ …….ପାଣି କିଏ ପିଏନା
ରାତି ଅଛି ରତି ଅଛି …ପ୍ରୀତି ନୀଳ ଜହର
ମନ ସବୁ ମାଳଭୂମି…ଜଉଘର ନଅର
ମହୁ ଏଠି ପିଏ ନାହିଁ…ଲହୁ ପିଏ ଭଂଅର
ଦିବା ନିଶି ଏଠି ମିଶି..ଖାଲି ଗୋଟେ ପହର

ସହର ରେ ଫୁଲ ନାହିଁ ..ଚାରିଆଡେ ଅତର.
ହୃଦୟ କହିଲେ ଯାହା…ଖଣ୍ଡଗିରି ପଥର..
ଗାଁ ଗୋଟେ ଅଭାବରେ …ହସ ଖୁସି ମୂଳକ
ବଉଳ ମକର କେତେ…ଭାବ ପ୍ରୀତି ପୁଲକ
,,,,,,ସତ୍ୟ,,,
( humanright.satya@gmail.com )

Leave A Reply

Your email address will not be published.

15 − two =