.ପଖାଳ ର ପରାକାଷ୍ଠା…ଭରି ରହିଛି ରୋଗ ପ୍ରତିରୋଧକ ଶକ୍ତି.
ପଖାଳ ରେ ଆମ ସକାଳ ଆସେ,,,, ତୋରାଣି ରେ ତାର ସପନ ଭାସେ,,
ଆଲେଖ୍ୟ -ସତ୍ୟନାରାୟଣ ଦାସ କାର୍ଯ୍ୟକାରୀ ସମ୍ପାଦକ
ଭଏସ ଅଫ୍ କମନ୍ସ
- ବିଶ୍ୱ ର ଏକ ବିସ୍ମୟ ଖାଦ୍ୟ ହେଉଛି ପଖାଳ । ସରଳ ଶାକାହାର ସ୍ବାସ୍ଥ୍ୟକର ସ୍ୱଳ୍ପ ଖର୍ଚ୍ଚ ରେ ପ୍ରସ୍ତୁତି ତେଲ ମସଲା ବିବର୍ଜିତ ଶକ୍ତି ପ୍ରଦାୟକ ସ୍ୱାଦିଷ୍ଟ ପୁଣି ଔଷଧୀୟ ,,
ମାଣିମା ଙ୍କ ର ଛପନ ଭୋଗ ଆଉ ଷାଠିଏ ପଉଟି ରେ ମନ ମାନେନା ଯେ ନିରୋଳା ଓଡ଼ିଆପଣ ର ଖାଦ୍ୟ ପଖାଳ ରେ ରଖନ୍ତି ଶରଧା

ଓଡ଼ିଆ ର ପ୍ରାଣ ଯେମିତି ପଖାଳ,,,ତାର ଶିରା ପ୍ରଦିରା ରେ ଯେମିତି ତୋରାଣି ରକ୍ତ ହେଇ ହେଉଛି ପ୍ରବାହିତ,,ଖାଲି ଓଡ଼ିଆ ନୁହଁ ତାର ପ୍ରାଣ ଧନ ବଡ ଠାକୁର କାଳିଆ ଆଉ ଦାରୁ ଦିଅଁ ମାନଙ୍କ ର ବି ଏଇ ପଖାଳ ରେ ବଡ ସରଧା ,,ଟିପେ ଲୁଣ କଞ୍ଚା ଲଙ୍କା ବାଡି ର ଶାଗ କି ବଡ଼ି ଚୁରା କି ପିତା ଶୁଖୁଆ ଟିକେ ହେଇ ଗଲେ ପୁରା ଆତ୍ମ ତୃପ୍ତି ମିଳିଯାଏ ,ସକାଳେ ବେଲାଏ ପଖାଳ ଖାଇଦେଇ ଚାଷୀ ଭାଇ ବିଲ୍ ରେ ହଳ ଯୋଚେ । ଗାଧୁଆ ବେଳ କୁ ପୁଣି ଘର ର କେହି ଜଣେ ସେ ମା ହୁଅନ୍ତି କି ପତ୍ନୀ କି ପୁଅ ଝିଅ ଗାମୁଛା ରେ ପଖାଳ ଆଉ ଲଗେଇ ଖିଆ କଣ ଟିକେ ନେଇ ବାନ୍ଧି ହିର ମୁଣ୍ଡ ରେ ପହଞ୍ଚି ଯାଆନ୍ତି
ଆସ ଜିବର ଧନ ମୋର ପଖାଳ କଂସା
ସାଜନୀ ରେ ତୋ ବିହୁନେ ବୁଡ଼ିଲା ହଂସା
ସ୍ୱର୍ଗତ ବାଳ କୃଷ୍ଣ ଦାଶ ଙ୍କ କଣ୍ଠ ରୁ ଝରି ପଡୁଥିବା ଏହି ଗୀତ ର କାଳଜୟୀ ସ୍ୱର ଆଜି ବି ଓଡ଼ିଆ ର ଜନଜୀବନକୁ ଆନ୍ଦୋଳିତ କରେ ଆଉ ରେଖଙ୍ଖି ତ କରେ ଏହି ଜାତି ର ପଖାଳ ସହ ଥିବା ଅନୁରାଗ ଆବେଗ ର ସମ୍ପର୍କ କୁ
ଧନୀ ଗରିବ ନିର୍ବିଶଷରେ ପଖାଳ ପ୍ରତି ସମସ୍ତ ଙ୍କର ଦୁର୍ବଳତା ଥିଲା ବେଳେ ଏହି ସରଳ ଖାଦ୍ୟ ଟି ଅଭାବୀ ମେହେନତି ମଣିଷ ର ବନ୍ଧୁ ।ଶାଗ ଆଉ ପଖାଳ ରେ ଏତେ ଶକ୍ତି ଥାଏ ଯେ ଏହା ଶ୍ରମିକ ର ବିପୁଳ ଶକ୍ତି ର ଉତ୍ସ ପାଲଟି ଯାଏ ।
ଆମ କାଳିଆ ସାଆନ୍ତ ଆଉ ଦାରୁ ଦିଅଁ ମାନଙ୍କ ର ପଖାଳ ରେ ବି ଏତେ ଶରଧା ଯେ ଛପନ ଭୋଗ ଭିତରେ ବି ସିଏ ପଖାଳ କୁ ଝୁରି ହୁଅନ୍ତି ।
ପ୍ରତିଦିନ ଦୁଇ ଓଳି ମଲ୍ଲୀ ଓ ଜୁଇ ଭଳି ଫୁଲ କୁ ପାଣି ରେ ପକେଇ ଏହି ପାଣି ରୁ ଫୁଲ କୁ ଅଲଗା କରି ସେଥିରେ ପଖାଳ ପ୍ରସୂତି କରି ଦିଅଁ ଙ୍କୁ ସନ୍ଧ୍ୟା ଧୂପ ରେ ଭୋଗ କରା ଯାଉଥିଲା ବେଳେ ଦହି ଜିରା ଅଦା ଲୁଣ ରୁବ ପ୍ରସୂତି ଦହି ପଖାଳ ମଧ୍ୟ ଦିଅଁ କୁ ଭୋଗ କରାଯାଏ ।
ବଡ ସିଂହାର ପୂର୍ବରୁ ଶୟନ ପୂର୍ବରୁ ମହାପ୍ରଭୁ ମାନେ ମିଠା ପଖାଳ ଭୋଗ ଲାଗିବାର ବ୍ୟବସ୍ଥା ରହିଛି । ଆଖି ତୃତୀୟ ପର ଦିନ ଠାରୁ ସ୍ନାନ ପୂର୍ଣ୍ଣିମା ଯାଏ ପିଠା ପଣା ସହ ପଖାଳ ଭୋଗ ହୁଏ ।
ତେବେ ଭାତ ରାନ୍ଧି ସେଥିରେ ପାଣି ମିଶାଇ ଖାଇଲେ ତାହାକୁ ସଜ ପଖାଳ କୁହାଯାଏ। ଏହାକୁ ପର ଦିନ ଖାଇଲେ ବାସି ପଖାଳ ହୋଇ ଥାଏ । ତେବେ ରାଜ୍ୟରେ ବିଭିନ୍ନ ସ୍ନାନରେ ଦହି ପଖାଳ ମେଥି ପଖାଳ ଅଦା ପଖାଳ ମିଠା ପଖାଳ ଚାଇଁ ପଖାଳ ଟଭା ପଖାଳ ଘିଅ ପଖାଳ ମଲ୍ଲୀ ପଖାଳ ପ୍ରସୂତି କରି ଓଡ଼ିଆ ମାନେ ଖାଇ ଥାନ୍ତି ।
ଏମ୍ସ ଭୁବନେଶ୍ୱର ର ଡାକ୍ତର ପଖାଳ ଉପରେ କରୁଥିବା ଗବେଷଣାରୁ ଜଣା ପଡ଼ିଛି ଯେ ଏହି ସରଳ ଖାଦ୍ୟ ଟି ରୋଗ ପ୍ରତିରୋଧକ ଶକ୍ତି ବଢେଇବା ସହ ଅନ୍ତନଲୀ କୁ ସୁସ୍ଥ ରଖିବା ସହ ପାକ ସ୍ଥଳୀ କୁ ସୁସ୍ଥ ରଖେ । ଗଟ କୁ ସୁସ୍ଥ ରଖିବା ସହ ଆ ଇ ବି ଏସ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରେ ।ଚର୍ମ ଓ କେସ କୁ ସୁସ୍ଥ ରଖିବା ସହ ତରଳ ଝାଡ଼ା ଓ ଶରୀର ରେ ଅଧିକ ଜଳ ଦାନ କରିବାରେ ପଖାଳ ବେଶ୍ ଉପକାରୀ ଓ ପ୍ରୋ ବାଇଓଟିକ୍ସ୍ ଭାବେ କାର୍ଯ୍ୟ କରେ ।
ପଖାଳକୁ ଡାକ୍ତରି ଭାଷା ରେ ଫର୍ ମେଣ୍ଟଡ୍ ରାଇସ କୁହାଯାଏ ଯୋଉଥିରେ ପ୍ରୋ ବାୟୋଟିକ ପ୍ରି ବାୟୋଟିକ୍ସ ଆଣ୍ଟି ଅକ୍ସୀ ଡା ଣ୍ଟ ମାଇକ୍ରୋ ନ୍ୟୁଟ୍ରେଣ୍ଟସ ଭରି ରହି ଥାଏ ।