କିଏ ହେବ ପୁଲିସ୍ ମୁଖିଆ ଓ ରାଜ୍ୟ ଅମଲା ଙ୍କ ବଡ ବାବୁ

ରାଜ୍ୟ ନୂଆ ଆରକ୍ଷୀ ମୁଖିଆ ଓ ଅମଲା ମୁଖିଆ ଙ୍କ ନିଯୁକ୍ତି ଲାଗି

ସଜବାଜ ହେଉଛନ୍ତି ସରକାର

ନିଉଜ ଡେସ୍କ ୨୮/୧୨

ରାଜ୍ୟ ପ୍ରଶାସନ ର ଦୁଇ ପ୍ରମୁଖ ମୁଖ୍ୟ ଅଧିକାରୀ ଙ୍କ କାର୍ଯ୍ୟକାଳ ନିକଟରେ ସରିବାକୁ ବସିଛି ।

ପୁରୁଣା ବର୍ଷ ରେ ଶେଷ କୁ ବିଦାୟ ନେବେ ରାଜ୍ୟ ଅମଲା ତନ୍ତ୍ର ର ସୁରକ୍ଷା ବ୍ୟବସ୍ଥା ର ମୁଖ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓ ସେବା ନିବୃତ୍ତ ହେବେ ରାଜ୍ୟ ର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଓ ରାଜ୍ୟ ପୁଲିସ ର ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ୍

ତେବେ ଏମାନଙ୍କର ଉତ୍ତରାଧିକାରୀ କିଏ ହେବେ ତାହାର ଚର୍ଚ୍ଚା ଆରମ୍ଭ ହୋଇସାରିଥିଲା ବେଳେ ସ୍ଥିତି ଏ ଯାଏ ହୋଇନି ସ୍ପଷ୍ଟ ।
ଆଉ କେଇ ଟା ମାସ ପରେ ରାଜ୍ୟ ବିଧାନ ସଭା ଓ ଲୋକ ସଭାର ନିର୍ବାଚନ ।
ତେବେ ନିର୍ବାଚନ ରେ ବି ରାଜ୍ୟ ର ଏହି ଦୁଇ ମୁଖ୍ୟ ଅଧିକାରୀ ଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା ବେଳେ ବହୁତ୍ କିଛି ଭାବି ଚିନ୍ତି ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।ଜଣେ ଦକ୍ଷ ଓ ପରଦର୍ଷି ସଚ୍ଚୋଟ ଅଧିକାରୀ ଭାବେ ୯ ମାସ ପୂର୍ବରୁ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହୋଇଥିଲା ବେଳେ
ବରିଷ୍ଟ ପ୍ରଶାସନିକ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଅନୁ ଗର୍ଗ ଙ୍କ ନାଁ ଏବେ ମୁଖ୍ୟ ଶାସନ ସଚିବ ପଦବୀ ଲାଗି ଚର୍ଚ୍ଚା କୁ ଆସୁଛି । ତେବେ
ମୁଖ୍ୟ ଶାସନ ସଚିବ ଙ୍କ କାର୍ଯ୍ୟକାଳ ବଢିବାର ବିକଳ୍ପ ଥିଲା ବେଳେ ହୁଏତ ନିର୍ବାଚନ କୁ ଆଖି ଆଗରେ ରଖି ସରକାର ମୁଖ୍ୟ ସଚିବ ଙ୍କୁ ଅଧିକ ଦିନ ସୁଯୋଗ ଦେବାର ସମ୍ଭାବନା ଅଛି ।
ଅନୁ ଗର୍ଗ ଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରି ସରକାର ରାଜ୍ୟ କୁ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଦେବା ର ଇତିହାସ ସୃଷ୍ଟି କରି ମହିଳା ଭୋଟଟ ଙ୍କୁ ଆକୃଷ୍ଟ କରି ପାରନ୍ତି।

ସେହିପରି ପୁଲିସ ବିଭାଗ ର ସବୁଠାରୁ ବରିଷ୍ଟ ଅଧିକାରୀ ଶ୍ରୀମତୀ ବି ରାଧିକା ଙ୍କୁ କେନ୍ଦ୍ର ରୁ ଫେରାଇ ଆଣି ଥିବାରୁ ତାଙ୍କୁ ନୂଆ ପୋଲିସ ମହାନିର୍ଦ୍ଦେଶକ କରି
ସରକାର ବି ନୂଆ ପରମ୍ପରା ତିଆରି କରି ପାରନ୍ତି ।

ଏପରିକି ଦୁଇ ମହିଳା ଙ୍କୁ ଯଥାକ୍ରମେ ମୁଖ୍ୟ ଶାସନ ସଚିବ ଓ ଆରକ୍ଷୀ ମହାନିର୍ଦ୍ଦେଶକ ନିଯୁକ୍ତ କରି ସରକାର
ସାରା ଦେଶ ରେ ମହିଳା ଙ୍କୁ ସମ୍ମାନ ଦେଉଥିବା ସରକାର ଭାବେ ନୁଆ ଉଦାହରଣ ସ୍ଥାପନ କରି ପାରନ୍ତି ।

ତେବେ ରାଜ୍ୟ ସରକାର ଙ୍କ ରାଜସ୍ବ ବିଭାଗରେ କାର୍ଯ୍ୟରତ ସତ୍ୟବ୍ରତ ସାହୁ ଓ କେନ୍ଦ୍ର ସରକାର ଙ୍କ ଅଧିନରେ କାର୍ଯ୍ୟରତ ତୁହିନ କାନ୍ତ ପାଣ୍ଡେ ଙ୍କ ନାଁ ମଧ୍ୟ ରାଜ୍ୟ ର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ସମ୍ଭାବ୍ୟ ତାଲିକା ରେ ଥିବାର କ୍ଷମତା ଅଲିନ୍ଦ୍ ରେ ଚର୍ଚା ହେଉଥିବାର ଶୁଣାଯାଇଥିଲା ବେଳେ ଅନୁ ଗର୍ଗ ଙ୍କ ର ଅ ମ ଲା ତନ୍ତ୍ର ର ମୁଖ୍ୟ ପଦବୀ ରେ ଅଧିଷ୍ଠିତ ହେବାର ଅଧିକ ସମ୍ଭାବନା ରହିଛି ।

କେନ୍ଦ୍ର ରେ ଡେ ପୁ ଟେ ସନ ଥିବା ୱାଇ ବି ଖୁରାନିଆ ଓ ଏ ଏମ ପ୍ରସାଦ ଙ୍କ ନାଁ ବି ପୋଲିସ ଡି ଜି ପଦବୀ ପାଇଁ ଶୁଣ ଯାଉଥିଲା ବେଳେ
ଶେଷ ମୁହୂର୍ତ୍ତ ରେ କିଛି ବି ନିଷ୍ପତି ଦଳ ର ମୁଖିଆ ଓ ବାବୁ ରୁ ରାଜନେତା ବନିଥିବ ଦଳ ର ଚାଣକ୍ୟ ନେଇ ପାରନ୍ତି ।

Leave A Reply

Your email address will not be published.

2 × five =