ଅନ୍ତରଙ୍ଗ ଅନୁଭୂତିର ଅନ୍ତସ୍ୱର

ହୃଦରୋଗ ଡ଼ାକ୍ତର ପ୍ରଭାତ ବାବୁ, ଜଣେ ଦେବତୁଲ୍ୟ ଚିକିତ୍ସକ

ଅମ୍ବିକା କାନୁନଗୋ ଙ୍କ ର ଅନ୍ତରଙ୍ଗ ଅନୁଭୂତିର ଆଲେଖ୍ୟ

   ମୋର ସ୍ବାସ୍ଥ୍ୟ ଗତ କାରଣରୁ ଆଜି ତା ୧୬ ଅକ୍ଟେବର ୨୦୨୩ ରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଯାଇଥିଲି। ସୌଭାଗ୍ୟ କ୍ରମେ ସେଠାରେ ପୁଟ୍ଟପର୍ତ୍ତି ସତ୍ୟସାଇ ଉଚ୍ଚତ୍ତର ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ହୃଦରୋଗ ବିଶେଜ୍ଞ ଏବଂ କ୍ୟାପିଟାଲ ହସପିଟାଲର ହୃଦରୋଗ ବିଭାଗର ନିର୍ଦ୍ଦେଶକ  ଡ଼ା. ପ୍ରଭାତ କୁମାର ଦାଶ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଲା। ତାଙ୍କର ଆମୟୀକ ବ୍ୟବହାର ଏବଂ   ଅଳ୍ପ କେତେ ମିନିଟର ତାଙ୍କ ସହିତ କଥାବାର୍ତ୍ତା ମୋ ମନରେ ସେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଦେଇଥିଲ।। ମୋର ଅନୁଭବରୁ ଗୋଟିଏ କଥା ଦୃଢତାର ସହିତ ମୁଁ କହିପାରେ ଯେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମସ୍ୟାକୁ ସେ ଯେପରି ଗୁରୁତ୍ବ ଦେଇ ଶୁଣନ୍ତି ସେପରି କଥା ମୁଁ କ୍ବଚିତ ଦେଖିଛି। ରୋଗୀ ସହିତ ଦୁଇପଦ କଥା ହେବା ପରେ ରୋଗୀଙ୍କ ମନରେ ଡ଼ାକ୍ତର ଶ୍ରୀ ଦାଶଙ୍କ ପ୍ରତି ଅସ୍ଥା ଓ ବିଶ୍ବାସ ଏପରି ବଢିଯାଏ ଯେ ଡ଼ାକ୍ତର ଶ୍ରୀଦାଶ ନିଶ୍ଚିତଭାବେ ରୋଗ ଭଲକରିଦେବେ ବୋଲି ରୋଗୀର ମନରେ ଦୃଢ ଧାରଣା ଆସିଯାଏ। ଖବର ନେବାରେ ଜଣାଯାଇଛି ଯେ ଡ଼ାକ୍ତର ଦାଶ କ୍ୟାପିଟାଲ ହସପିଟାଲରେ ଯୋଗ ଦେବାପରେ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳରୁ ତାଙ୍କ ନାଁ ଶୁଣି  ରୋଗୀଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇଛି। ରୋଗୀଙ୍କ ସଂଖ୍ୟାଦୃଷ୍ଟିରୁ  ଡ଼ାକ୍ତରଙ୍କ ଉପରେ ଚାପ ଅଧିକ ରହୁଥିଲେବି ଡ଼ାକ୍ତର ଶ୍ରୀ ଦାଶ କେବେ ବିରକ୍ତିଭାବ ପ୍ରକାଶ କରିନାହାନ୍ତି ରୋଗୀମାନେ କହନ୍ତି। ଶେଷ ରୋଗୀଥିବା ପର୍ଯ୍ୟନ୍ତ ସେ ଧର୍ଯ୍ୟର ସହକାରେ ଦେଖନ୍ତି।




     ହୃଦ୍ ରୋଗ ବିଶେଷଜ୍ଞ ଡ଼ାକ୍ତରଙ୍କ ଅନ୍ୟ ଏକ ବିଶେଷତ୍ବ ହେଉଛି କେବଳ ଗୁରୁତ୍ତର ରୋଗୀଙ୍କୁ ପ୍ରଥମିକତା ଭିତ୍ତିରେ ଦେଖନ୍ତି। ଏହା ବ୍ୟତୀତ ତଥାକଥିତ ଭି ଆଇ ପି (ବଡ଼ ବଡ଼ ପଦପଦବୀରେ ଥିବା ବ୍ୟକ୍ତି) ଆସିଲେବି ତାଙ୍କୁ ଲାଇନ୍ ରେ ଆସିବାକୁ କୁହନ୍ତି। ତାଙ୍କ ଦୁଷ୍ଟିରେ ଡ଼ାକ୍ତରଙ୍କ ପାଖରେ ସବୁ ରୋଗୀ  ସମାନ, ଏହାଠାରୁ ଭଲକଥା କଣ ହୋଇପାରେ।  କିଛି ମିନିଟ ତାଙ୍କ ସହୀତ ବିତାଇବା ପରେ ମୋର ଯାହା ମନେହେଲା, ସେ କେବଳ ଶରୀରର ଚିକିତ୍ସକ ନୁହନ୍ତି ମନର ବି ଚିକିତ୍ସକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ପ୍ରର୍ଥନା ଯେ, ରୋଗୀଙ୍କ ସେବା କରିବା ପାଇଁ ଡ଼ାକ୍ତର ପ୍ରଭାତ କୁମାର ଦାଶଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ୍ୟ ରଖନ୍ତୁ। ଏହିଭଳି ଜଣେ ହୃଦରୋଗ ବିଶେଷଙ୍କ କ୍ୟାପିଟାଲ ହସପିଟାଲରେ ଯୋଗଦେବା ଆମ ସମସ୍ତଙ୍କ ପାଇଁ ଶୁଭଙ୍କର।   

    ସତ୍ୟସାଇ ସେବା ଅନୁଷ୍ଠାନ : ସତ୍ୟସାଇ ବାବାଙ୍କ ସମ୍ପର୍କରେ ଅନେକ କଥା ଶୁଣିଥିଲି। ବାଙ୍ଗାଲୁରସ୍ଥିତ ତାଙ୍କ ହ୍ବାଇଟଫିଲ୍ଡ଼ ଡ଼ାକ୍ତରଖାନାରେ ବହୁ ଅର୍ଥନୈତିକ ଅନଗ୍ରସର ଲୋକ ମାନଙ୍କର ବିନା ଖର୍ଚ୍ଚରେ ଅପରେସନ୍ ଓ ମାଗଣା ଚିକି୍ତ୍ସା କରାଯାଏ ବୋଲି ଅନେକ ଲୋକଙ୍କ ମୁହଁରୁ ଶୁଣିଥିଲି।  ସତ୍ୟସାଇ ବାବା ସେବାର ମାର୍ଗ ଆମ ମାନଙ୍କୁ ଦେଖାଇ ଦେଇ ଯାଇଛନ୍ତି। ସେହି ରାସ୍ତାରେ ଆମ୍ଭେମାନେ ଆପଣାଇଲେ ମାନବ ସମାଜର କଲ୍ୟାଣ ସଧିତ ହୋଇପାରିବ।   ସମାଜର କଲ୍ୟାଣ କ୍ଷେତ୍ରରେ ସାଇବାବାଙ୍କ ଅବଦାନ ପାଇଁ ସେ ବିଶ୍ବରେ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ପାଦତଳେ ମୋର କୋଟି କୋଟି ପ୍ରଣାମ।
    ସତ୍ୟସାଇ ସେବା ଅନୁଷ୍ଠାନ: ମୋର ଅନୁଭବ ହେଉଛି ସତ୍ୟସାଇ ସେବା ଅନୁଷ୍ଠାନ ହେଉଛି ଭଲ ମଣିଷ ତିଆରୀ କରିବାର ଏକ ପ୍ରତିଷ୍ଠାନ।  ଏହି ଅନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତି ମାନଙ୍କୁ ମାନବିକତା ଓ ସେବାର ମନ୍ତ୍ର ଏହି ଅନୁଷ୍ଠାନରୁ ମିଳିଥାଏ। ସେଥିପାଇଁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସତ୍ୟସାଇ ବାବା ଆମ ସମସ୍ତଙ୍କର ଚିର ନମସ୍ୟ।  ମୁଁ ଗୋଟିଏ କଥା ସ୍ଫଷ୍ଟ କରିଦେବାକୁ ଚାହେଁ ଯେ ମୁଁ ସାଇବାବାଙ୍କ ଭକ୍ତ ନୁହେଁ ମାତ୍ର ମୁଁ ଲୋକଙ୍କ ମୁହଁରୁ ଯାହା ଶୁଣିଛି ଏବଂ ମୋର ଯାହା ବ୍ୟକ୍ତିଗତ ଅନୁଭବ ତାହାହିଁ କେବଳ ଲେଖିଛି।

     ଆମେ ସମସ୍ତେ ସଂସାରକୁ ଆସିଛୁ ସମୟ ସରିଗଲେ ଫେରିଯିବୁ।  ଗଲାବେଳେ କୋଠା, ଧନ ସମ୍ପତ୍ତି, ବ୍ୟାଙ୍କ ଜମା ସବୁ ଏଇଠି ରହିଯିବ। ଆମ ସହିତ ଯିବ କେବଳ ଆମ କର୍ମଫଳ ଓ ଲୋକଙ୍କ ସଦ୍ ଇଚ୍ଚା ତେବେ ଏହି ସତ୍ୟକୁ ଜାଣିବା ପରେ ବିଭିନ୍ନ ବୃତ୍ତିରେ ଥିବା ମଣିଷ କାହିଁକି ଲୋଭକରେ ଏବଂ ଲୋକଙ୍କ ସହିତ ଭଲ ଵ୍ୟବହାର କରିବାକୁ ଭୁଲିଯାଏ। 

ଡ଼ା. ପ୍ରଭାତ କୁମାର ଦାଶଙ୍କ ଦୀର୍ଘଜୀବନ କାମନା କରି ରହୁଛି।
ଅମ୍ବିକା ପ୍ରସାଦ କାନୁନଗୋ, ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର, ମୋ- ୭୯୭୮୮୭୫୯୦୭

Leave A Reply

Your email address will not be published.

3 − two =