ଭଏସ ଅଫ କମନ୍ସ (ଭାରତ ସରକାର ଙ୍କ ଦ୍ଵାରା ପଞ୍ଜୀକୃତ)

ରାସ୍ତା ଦୁର୍ଘଟଣା ରେ ସମାଜସେବୀ ଙ୍କ ପରଲୋକ

ଭଏସ ଅଫ କମନ୍ସ ଡିଜିଟାଲ

କଟକ ୨୮/୦୮

ସାଲେପୁର ର ମିର୍ଜାପୁର ପଞ୍ଚାୟତ ଅନ୍ତର୍ଗତ ଧର୍ମାଗତପୂର୍ ଗ୍ରାମ ର ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ କୁମାର ଦାସ ଙ୍କ ର ସଡ଼କ ଦୁର୍ଘଟଣା ରେ ଆଜି ଦେହାନ୍ତ ହୋଇଛି । ପିକୋଲ ପଞ୍ଚାୟତ ମନୋହରପୁର ନିକଟ ରେ ଆଜି ଅପରାହ୍ନ ରେ ଏକ ବୁଲେଟ ମଟର ସାଇକଲ ର ଆରୋହୀ ତାଙ୍କ ସ୍କୁଟି ସହ ମୁହାଁମୁହିଁ ପିଟି ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି । ଦୁର୍ଘଟଣା ପରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମୃତ ଘୋଷଣା କଲା ପରେ ଶବ କୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ରେ ବ୍ୟବଚ୍ଛେଦ କରା ଯାଇଛି । ତାଙ୍କ ନିଜ ଗ୍ରାମ ଶମଶାନ ରେ ଶୋକାକୁଳ ପରିବେଶ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

ସ୍ବର୍ଗତ ପ୍ରସାନ୍ତ ମହାନ୍ତି ଜଣେ ସରଳ ଅମାୟିକ ପରୋପକାରୀ ବ୍ୟକ୍ତି ଥିଲେ । ନିଜ ଗାଁ ର ବିକାଶ ପାଇଁ ତାଙ୍କ ଭୂମିକା କୁ ଆବାଲ ବୃଦ୍ଧ ବନିତା ପ୍ରଶଂସା କରୁଥିଲା ବେଳେ ସ୍ବାସ୍ଥ୍ୟ ବିଭାଗ ରୁ ଅବସର ନେଲା ପରେ ସେ ଅଧିକ ସକ୍ରିୟ ହୋଇ ସମାଜ ସେବା ରେ ଲାଗି ଥିଲେ । ତାଙ୍କ ପରଲୋକ ଏ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଠି କରିଥିଲା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ରେ ଭଗବତୀ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଶୋକ ପ୍ରକାର କରାଯାଇଥିଲା ବେଳେ ବିଶିଷ୍ଟ ଶିକ୍ଷାବିତ୍ ସମାଜସେବୀ ପ୍ରଫେସର ଦେବୀ ପ୍ରସାଦ ଦାସ ବରିଷ୍ଠ ସାମ୍ବାଦିକ ଶ୍ରୀ ଅମ୍ବିକା ପ୍ରସାଦ

କାନୁନଗୋ ପୂର୍ବତନ ବିଦ୍ୟୁତ୍ ନୀୟମକ ଆୟୋଗ ର ମୁଖ୍ୟ ଶ୍ରୀ ଉପେନ୍ଦ୍ର ବେହେରା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ପ୍ରାକ୍ତନ ରାଜସ୍ୱ ଆୟୁକ୍ତ ତଥା ପୁରାତନ ଛାତ୍ର ସଂଘ୍ ର ସଭାପତି ଶ୍ରୀ ଅନିଲ ସାମଲ ସାମ୍ବାଦିକ ଉମାକାନ୍ତ ଜେନା ସାମ୍ବାଦିକ ଧନେଶ୍ଵର ସେଠୀ ପ୍ରାକ୍ତନ ନୌବହିନି ର ଅଧିକାରୀ ଭାରତ ଭୂଷଣ ପଟ୍ଟନାୟକ ରାଜ୍ୟ ସଚିବାଳୟ ର ଅଧିକାରୀ ସାରଦା ଦାସ ଆଶିଷ ମହାନ୍ତି ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ପ୍ରଶାନ୍ତ ମହାନ୍ତି

ଧୃବାନନ୍ଦ ସରନ୍ କୈଳାସ ସ୍ବାଇଁ ଅରୁଣ କୁମାର ବାରିକ ବିଶିଷ୍ଟ ଗାନ୍ଧୀ ଚେତନା ର ପ୍ରବକ୍ତା ପ୍ରାକ୍ତନ ଯୁଗ୍ମ ସଚିବ ଶ୍ରୀ ଜୟନ୍ତ ଦାସ ଅଧ୍ୟାପକ ଅକ୍ଷୟ ମହାନ୍ତି ଅଧ୍ୟାପକ ଡକ୍ଟର ବିବେକାନନ୍ଦ ସିଂ ବିଶିଷ୍ଟ ବ୍ୟବସାୀୟୀ ରବି ପରିଜା ପ୍ରଦୁମ୍ନ ରାଉତ୍ କଳିଙ୍ଗ ଭୂଷଣ ଆଚାର୍ଯ୍ୟ ପୂର୍ବତନ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ଶତପଥି ଅଧ୍ୟାପକ ଅଶୋକ ବାରିକ ଏସିଆନ ଡେଭଲପ ମେଣ୍ଟ ବ୍ୟାଙ୍କ୍ ର ପରାମର୍ଶ ଦାତା ଇଞ୍ଜିନିୟର ଶ୍ରୀ ସହଦେବ ଖଟୁଆ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ତେବେ ସାଲେପୁର ଛତିଆ ରାସ୍ତା କୁ ପ୍ରଶସ୍ତିକରଣ କଲାବେଳେ ବିଭିନ୍ନ ସ୍ଥାନ ରେ ରାସ୍ତା ଖୋଳି ପକେଇ ଅଧା ପାନ୍ତୁରିଆ ରାସ୍ତା କରାଯାଉଥିଲା ବେଳେ ଯୋଉଠି ପାଇଲେ ସେଠୀ ରାସ୍ତା ଖୋଲିବ ଦ୍ଵାରା ରାସ୍ତା ଦୁର୍ଘଟଣା ବୃଦ୍ଧି ପାଉଛି ଓ ପ୍ରତି ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ରାସ୍ତା ସାରା ବଡ ବଡ ଗାତ ହୋଇଥିବାରୁ ବରଷା ହେଲେ ପରିସ୍ଥିତି ଅଣାୟତ୍ତ ହେଉଛି । ତେଣୁ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କୁ ବ୍ୟବସ୍ଥିତ କରିବା କୁ ଠିକାଦାର କୁ ନିର୍ଦ୍ଦେଶ ଦେବାକୁ ସାଧାରଣ ରେ ଦାବି କରାଯାଉଛି । ବାରମ୍ବାର ଘଟୁଥିବା ରାସ୍ତା ଦୁର୍ଘଟଣା ପାଇଁ ସାଧାରଣ ଜନତା ଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା ବେଳେ କେତେବେଳେ ଏହା ବିସ୍ପୋରକ ପରିସ୍ଥିତି ଧାରଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

two × three =