ଶେଷ ହେଲା ସେକ୍ସ୍ ହାସିନା ଙ୍କ ଶାସନ । ଦେଶ ଛାଡି ଭାରତ ରେ ନେଲେ ଆଶ୍ରୟ । ସେନା ର ଅଧୀନରେ ବାଂଲାଦେଶ ଶାସନ ଡୋରି

କିଛି ଦିନ ଧରି ବାଂଲାଦେଶ ରେ ଲାଗି ରହିଥିବା ସଂରକ୍ଷଣ ବିପକ୍ଷ ରେ ଆନ୍ଦୋଳନ ରେ ଶତାଧିକ ମୃତ୍ୟୁବରଣ କଲା ପରେ ଏହା ହିଂସ୍ର ହୋଇପଡିଛି । ବିରୋଧୀ ମାନେ ହସିନା ଙ୍କ ସରକାରୀ ବାସଭବନ ତାଙ୍କ ନିଜ ବାସଗୃହ ଏପରିକି ରାଜନୈତିକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି । ପରେ ସେନା ତାଙ୍କୁ ଦେଶ ଛାଡ଼ିବାକୁ ମାତ୍ର ୪୫ ମିନିଟ୍ ସମୟ ଦେଇ ଥିଲା ବେଳେ ହାଶୀନା ନିଜ ଭାଉଣୀ ଙ୍କ ସହ ଦେଶ ଛାଡି ପଳାଇଛନ୍ତି ।

ମନ୍ଦିର ରେ ଲଗାଇ ଦିଆଯାଉଛି ନିଆଁ । ସଂଖ୍ୟାଲଘୁ ହିନ୍ଦୁ ଏବେ ଆଶଙ୍କାରେ ରେ ରହିଛନ୍ତି ।କେତେକ ସ୍ଥାନ ରେ ବାଂଲାଦେଶ ମୁକ୍ତି ସଂଗ୍ରାମ ର ସୂତ୍ରଧାର ମୁଜିବୁର ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି ।

ତେବେ ଲୋକ ମାନଙ୍କ ର ପୁନିଞ୍ଜିଭୂତ ଆକ୍ରୋଶ କୁ କିଛି
ମୌଳବାଦି ଗୋଷ୍ଠୀ ର ସମର୍ଥନ ଓ ଆନ୍ଦୋଳନ ପଛ ରେ ଚୀନ ଆମେରିକା ପାକିସ୍ଥାନ ଟ ସମର୍ଥନ କୁ ମଧ୍ୟ ସନ୍ଦେହ କରାଯାଉଥିଲା ବେଳେ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ରେ ଭାଗ ନେଇଥିବା ପରିବାର ର ସଦସ୍ୟ ସଦସ୍ୟା ଙ୍କୁ ସରକାରୀ ଚାକିରି ରେ ସରଂଖ୍ୟନ ପ୍ରତ୍ୟାହାର କରିନେବା କୁ ଦାବି କରି ଛାତ୍ର ଛାତ୍ରୀ ମାନେ ପ୍ରବଳ ବିରୋଧ କରି ଆସୁଥିଲେ ଓ ବିରୋଧୀ ଦଳ ମାନେ ଏହି ଆନ୍ଦୋଳନ କୁ ଅଧିକ ହିଂସ୍ର କରି ଶାସନ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ । ତେବେ ସେକ ହାସିନ ପୂର୍ବରୁ ବିରୋଧୀ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ଦୁର୍ନୀତି ଭଳି କାରଣ ଗୁଡ଼ିକ ସେକ ହସିଁନା ଙ୍କ ବିରୁଦ୍ଧ ରେ ଜନ ଆକ୍ରୋଶ କୁ ଆହୁରି ତୀବ୍ର କରିଛି । ହସୀନା ଦେଶ ଛାଡି ଗଲା ପରେ ସେନା ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିବାକୁ ସର୍ବ ଦଳୀୟ ବୈଠକ ଡାକିଥିଲା ବେଳେ ହିଂସା କମିନାହିଁ । ବରଂ ହିନ୍ଦୁ ଦେବା ଦେବୀ ମନ୍ଦିର ଉପରେ ଆକ୍ରମଣ ବୃଦ୍ଧି ପାଇଛି ।

ବିରୋଧୀ ଦଳ ନେତ୍ରୀ ଖଳିଦା ଜିଆ ଙ୍କୁ ଜେଲ୍ ରୁ ମୁକୁଲାଇ ଦିଆ ଯାଇଛି । ହାଶିନା ଙ୍କ ଦଳ ର ଜଣେ ରାଜନେତା ଙ୍କୁ ଜିଅନ୍ତା ଜାଳି ଦିଆଯାଇଛି ।

ପ୍ରଥମେ ଲଣ୍ଡନ ପରେ ଆମେରିକା ହାସୀନା ଙ୍କୁ ଆଶ୍ରୟ ଦେବାକୁ ମନ କରିଥିଲା ବେଳେ ଏବେ ତାଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି ।

ତେବେ ବାଂଲାଦେଶ ରେ ରାଜନୈତିକ ଅଘଟଣ ଭାରତ ଓ ବାଂଲାଦେଶ ର ସମ୍ପର୍କ ଉପର ଖରାପ ପ୍ରଭାବ ପକାଇବ । କାରଣ ଆଗକୁ ଭାରତ ବିରୋଧୀ ଖଳିଦ ଜିଆ ଓ ମୌଲ ବାଦି ପାକିସ୍ଥାନ ସମର୍ଥିତ ଜମାତ କ୍ଷମତା କୁ ଆସିଲେ ଭାରତ ବିରୋଧୀ ଅଭିଯାନ ସେମାନେ ଆରମ୍ଭ କରିବେ ବୋଲି ଏବେଠୁ ସମ୍ଭାବନା ଦେଖା ଦେଇଛି ।

Leave A Reply

Your email address will not be published.

1 × three =