ଭଏସ ଅଫ କମନ୍ସ

ଗାଁ ମାଟିର ଗାରୀମାରେ ବିଭୋର ଆଉ ଜଣେ ଅଶ୍ଵିନୀ କୁମାର

ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଶିବ ନାରାୟଣ ଚୌଧୁରୀ

୦୮/୦୨/୨୦୨୪

ସ୍ୱରୁପା ବିରୂପା ର ନଇ ପଠା, ପାଳ ଭୁତ ଶରତ ର କାଶ ତଣ୍ଡି କୁଆଁର ପୁନେଇଁ ର ଚାନ୍ଦ ଆମ୍ବ ତୋଟା ରଜ ଦୋଳି ଠାରୁ ଆରମ୍ଭ କରି ଗଣ କବିଙ୍କ ଗୀତି ନାଟ୍ୟ ତାଙ୍କ ହୃଦୟ କୁ ଶୈଶବ ରେ ଗାଁ ସ୍କୁଲ ରେ ପଢ଼ିଲାବେଲେ ଯେତିକି ଆନ୍ଦୋଳିତ କରୁଥିଲା ଆଜି ବି ଯୁବ ଜୀବନ ର ଯୌବନ ର ଯମୁନା ତୁଠ ରେ ସେତିକି ଆଲୋଡ଼ିତ କରୁଛି ସେଦିନର ସେଇ ଅପଶୋର ଅତୀତ ।

ସେ ଜୀବନ ଦାନୀ ଚିକିତ୍ସକ ପୁଣି ରକ୍ତ ଦାନୀ ରକ୍ତ ଦାତା

ସେଦିନର ସେଇ ଗ୍ରାମ୍ୟ ଜୀବନର ଦିବ୍ୟ ଅଥଚ ନିରୀହ ଅନୁଭବ କୁ ନିସଙ୍ଗ ମୁହୂର୍ତ୍ତରେ ରେ ମନେ ପକେଇବାକୁ କେଜାଣି କାହିଁକି ବାରମ୍ବାର ଭଲ ଲଗୁଚ୍ଛି ତାଙ୍କୁ ।ଏଇ ବୋଧେ ହେଉଛି ମା ମାଟି ପ୍ରତି ଥିବା ଅନାବିଳ ମମତା ।

ଜୀବନର ଇତିହାସ ରେ ଯେମିତି ମିଶି ଯାଇଛି ମହନୀୟ ମାହାଙ୍ଗା ର ଭୂଗୋଳ ।କଳ୍ପନା ର କମନୀୟ କନଭାସ ଉପରେ ଆପେ ଆପେ ଆଙ୍କି ହେଇଛି ଗୁରୁ ବିମ୍ବାଧର ଙ୍କ ଚିତ୍ର ର ଇନ୍ଦ୍ରଧନୁ ର ରଙ୍ଗ ଆଉ ପଲ୍ଲୀ କବି ନନ୍ଦ କିଶୋର ଙ୍କ ଗ୍ରାମ୍ୟ ଜୀବନ ର ସବୁଜ ପରିପାଟୀ ।

ମା ମାଟି ଗାଁ ଗାଆଁ ଲୋକ ଙ୍କ ପ୍ରତି ଗୋଟେ ନିର୍ମଳ ଛଳ ଛଳ ଭଲ ପାଇବାର ନିରୀହ ହୃଦୟ

ଗାଁ ମାଟିର ଗାରିମା ରେ ବିଭୋର ଆଉ ଜଣେ ଅଶ୍ଵିନୀ କୁମାର ସେ ।

ଅନାବିଳ ଅଥଚ କେମିତି ଏକ ଅନନ୍ତ ଅନୁରାଗ ଓ ଅବୁଝା ଭଲ ପାଇବା ଏଇ ଗାଁ ମାଟି ପ୍ରତି ତାଙ୍କର ନିଜେ ବି ସେ ବୁଝି ପାରନ୍ତି ନାହିଁ ।
ଗାଁ କଥା କହିଲା ବେଳେ କେଜାଣି କାହିଁକି ବେଶ୍ ପ୍ରଗଲଭ ଆଉ ଆନମନା ହୋଇ ଉଠନ୍ତି ସେ ।

ସେ ହେଲେ ପ୍ରଫେସର ଡକ୍ଟର ସୂର୍ଯ୍ୟ ପ୍ରକାଶ ଶିବ ନାରାୟଣ ଚଉଧୁରି ।ବୟସ ଏବେ ମାତ୍ର ୩୭


ବାପା ଡକ୍ଟର ପ୍ରତାପ ଚୌଧୁରୀ ଓ ମା ,ଶେଷ ଲତା ଚୌଧୁରୀ,, ଙ୍କ ପୁଅ ଭାବେ ନିଜକୁ ଗର୍ବିତ ମନେ କରନ୍ତି ସୂର୍ୟ ବାବୁ । ତାଙ୍କ ରକ୍ତରେ ବାପା ବିଶିଷ୍ଟ ଶିକ୍ଷାବିତ ପ୍ରତାପ ସାରଙ୍କ ଙ୍କ ସଂସ୍କାର ଓ ସିଦ୍ଧାନ୍ତ ତଥା ମା ଙ୍କ ଆଦର୍ଶ ପ୍ରତି ଫଳିତ ବୋଲି କୁହାଯାଇପାରେ । କଟକ ଜିଲ୍ଲାର ମହଙ୍ଗା ଅନ୍ତର୍ଗତ ଖର୍ତଙ୍ଗ ଗାଁରେ ତାଙ୍କର ଜନ୍ମ ।


କଟକ ଏସ ସି ବି ରୁ ଏମ ବି ବି ଏସ ଭି ଏସ ଏସ ବୁର୍ଲା ରୁ ଭେଷଜ ବିଜ୍ଞାନରେ ଏମ ଡି ପରେ
ଦେଶ ର ଅନ୍ୟତମ ବିଖ୍ୟାତ ସଞ୍ଜୟ ଗାନ୍ଧୀ
ପି ଜି ଆଇ ଅଫ ମେଡିକାଲ ସାଇନ୍ସ ରୁ ସ୍ନାୟୁ ରୋଗ ଚିକିତ୍ସ ରେ ଡି ଏମ ରେ ସର୍ବ ଭାରତୀୟ ସ୍ତର ରେ ପ୍ରଥମ ସ୍ଥାନ ଅଧିକାର କରି ସେ ସେ ରାଜ୍ୟ ପାଇଁ ଗୌରବ ଆଣି ଥିଲା ବେଳେ ଗାଁ ବିଦ୍ୟାଳୟରେ ପ୍ରାଥମିକ ଓ ନୃତାଙ୍ଗ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରି ଛନ୍ତି । ଏଇ ଶିକ୍ଷା ତାଙ୍କ କୃତିତ ର ଅନ୍ୟତମ ଆଧାର ଓ ମୁଲ ଦୁଆ ବୋଲି ସେ କୁହନ୍ତି ।
ସୈନିକ ସ୍କୁଲ ନବୋଦୟ ସ୍କୁଲ ରେ ପଢିବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିଲେ ବି ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଥିବା ବାପା ତାଙ୍କୁ ଗାଁ ବିଦ୍ୟାଳୟ ରେ ପଢ଼ି ଯୋଗ୍ୟତା କୁ ପ୍ରମାଣିତ କରିବାକୁ ଦେଇଥିବା ପରାମର୍ଶ ଆଜି ବି ମାନେ ପକେଇ ବାପା ହି ତାଙ୍କ ଆଦର୍ଶ ର ପ୍ରାଣକେନ୍ଦ୍ର ବୋଲି କହିଲା ବେଳେ ବେଶ୍ ଭାବ ପ୍ରବଣ ହୋଇଯାଅନ୍ତି ପ୍ରଫେସର ଡକ୍ଟର ସୂର୍ଯ୍ୟ ବାବୁ ।

ଆର୍ଥିକ ସ୍ୱଚ୍ଛଳ ଥିଲେ ବି ଗାଁ କୁ ପ୍ରାଣ ଭରି ଭଲ ପାଉଥିବା ବାପା ବୋଉ ଆଜି କାଲି କା ବାପା ମା ଙ୍କ ପରି ପୁଅ କୁ କୋଉ ସହର କୁ ନ ନେଇ କି ବଡ଼ ବଡ଼ ଇଂରାଜୀ ବିଦ୍ୟାଳୟ ରେ ନପଢ଼େଇ ନିଜ ଗାଁ ମାଟିର ବିଦ୍ୟାଳୟର ରେ ଗାଁ ପିଲା ଙ୍କ ସହ ପଲ୍ଲୀ ର ପାଣି ପବନରେ ପଢିବାକୁ ଦେଇଥିବା ସୁଯୋଗ ଆଜି ଖାଲି ତାଙ୍କୁ ଡାକ୍ତରୀ ପଢିବା ରେ ସଫଳତା ଦେଇନି ବରଂ ସେ ଗ୍ରାମ୍ୟ ଜୀବନର ବିପୁଳ ଅନୁଭୂତି ତାଙ୍କୁ ବସ୍ତୁବାଦି ସମାଜ ରେ ଗରିବ ଅସହାୟ ରୋଗୀଙ୍କୁ ସେବା କରିବାକୁ ଦେଇଛି ପ୍ରେରଣା ଓ ଅସୀମ ଆତ୍ମ ବିଶ୍ୱାସ ।

ସବୁଠୁ ବଡ଼ କଥା ହେଉଛି ଯେ ସବୁ ବେଳେ କୋଉ ପରୀକ୍ଷା ରେ ପ୍ରଥମ ହେଇ ନ ପାରିବା ର ଯୋଉ ଦୁଃଖ ଟି ତାଙ୍କ ମନରେ ଥିଲା ସେଇ ଦୁଃଖ ଅବସାଦ ନୁହେଁ ବରଂ ତାଙ୍କ ମନରେ ତିଆରି କରିଥିଲା ଅନନ୍ତ ଆତ୍ମବିଶ୍ବାସ ।
ମାଟ୍ରିକ ରୁ ଯୁକ୍ତ ଦୁଇ ବିଜ୍ଞାନ ଏମ ବି ବି ଏସ /ଏମ ଡି ପରୀକ୍ଷାରେ ସବୁବେଳେ କେବେ ପ୍ରଥମ ଦଶ ଜଣ ତ କେବେ ପ୍ରଥମ କୋଡ଼ିଏ ଜଣ ଙ୍କ ଭିତରେ ରହି ଥିଲେ ବି ମନ ସ୍ତାପ ନୁହେଁ ବରଂ ଆଗାମୀ ପରୀକ୍ଷା ପାଇଁ।ମନୋବଳ କୁ ଏହା କରିଥିଲା ଆହୁରି ଦୃଢ଼ ।ନିଜ ଭିତରେ ନ୍ୟୁନ ମାନ୍ୟତା ନୁହେଁ ବରଂ ସକାରାତ୍ମକ ଚିନ୍ତନ କୃତିତ୍ଵର ର ଏକ ଚାବି କାଠି ବୋଲି ସେ କୁହନ୍ତି।

ଏଥିଲାଗି ବୋଧେ ସ୍ମାତ୍ତକତର ପରେ ଜାତୀୟ ସ୍ତର ରେ ଡି ଏମ ର ପ୍ରବେଶିକ ପରୀକ୍ଷା ରେ ଜାତୀୟ ସ୍ତର ରେ ରେ ସେ ପ୍ରଥମ ହେବା ସହ ସଞ୍ଜୟ ଗାନ୍ଧୀ ପି ଜି ଆ ଈ ଲକ୍ଷ୍ନୌ ରୁ ସେ ପ୍ରଥମ ହୋଇ ପାଠ୍ୟକ୍ରମ ଶେଷ କରି ଲକ୍ଷ୍ୟ ଅତୁଟ ଥିଲେ ସଫଳତା ବିiଲମ୍ୱିତ ହୋଇପାରେ କିନ୍ତୁ ଆସିବା ବୋଲି ସେ ପ୍ରମାଣିତ କରିଛନ୍ତି ।

ଆନ୍ତର୍ଜାତୀୟ ସ୍ତର ରେ ମୁଣ୍ଡ ବିନ୍ଧା ଓ ମାଇଗ୍ରାନ ପେନ୍ ରେ ଉଚ୍ଚତର ଶକ୍ଷାଲାଭ ପାଇଁ ଅଷ୍ଟଲିଆ ସରକାରଙ୍କ ଦ୍ଵାରା ଏକ ବିଶ୍ବସ୍ତରୀୟ ଫେଲୋସିପ ପରୀକ୍ଷା ରେ ମଧ୍ୟ ସେ ସଫଳ ହୋଇଛନ୍ତି । ସାରା ପୃଥିବୀ ରୁ ମେଧବି ଡ଼ାକ୍ତର ଙ୍କ ପାଇଁ ଅନୁଷ୍ଠିତ ଏହି ପ୍ରବେଶିକ ପରୀକ୍ଷା ରେ ସେ ପ୍ରଥମ ହୋଇ ରାଜ୍ୟ ଦେଶ ଓ ସାରା ମାହାଙ୍ଗା କୁ କରିଛନ୍ତି ଗୌରବ ମୁଖର ।ଏପରିକି ଏହି ଉଚ୍ଚ ମାନ ର ବିଶ୍ଵ ସ୍ତରୀୟ ପାଠ୍ୟକ୍ରମ ରେ ଦୁତିୟ ସ୍ଥାନ ଅଧିକାର କରି ସଫଳତା ର ସହ ଡକ୍ଟରେଟ ଇନ୍ ମେଡିସିନ ଡିଗ୍ରୀ ପାଇବା ଏକ ବିରଳ କୃତିତ୍ୱ ବୋଲି କୁହା ଯାଇ ପର

ସ୍ନାୟୁ ରେଗ ରେ ଦେଶ ଓ ବିଦେଶ ରେ ଉଚ୍ଚ ଶିକ୍ଷା ତାଙ୍କୁ ଉଭୟ ଦେଶ ର ବଡ଼ ବଡ ମହାନଗର ଓ ବିଦେଶ ର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଡାକ୍ତରଖାନା ରେ ଦେଉଥିଲା ମାଳ ମାଳ ଅତି ଲୋଭନୀୟ ଦରମା ର ଚାକିରୀ ।

ନିଉୟର୍କ ହେଉ କି ନୂଆ ଦିଲ୍ଲୀ କୋଉଠି ଗୋଟିଏ ଦିନ ବି ଚାକିରୀ ପାଇଁ ନ ରହି ଫେରିଛନ୍ତି ନିଜ ପଲ୍ଲୀ ପ୍ରକୃତି ର ପ୍ରଦେଶ ଓ ଡି ସା କୁ ।
ଏଇଠି ନିଜ ଗାଁ କୁ ଘଂଟାଏ ରେ ଫେରିବା ଭଳି ଜାଗା ଟିଏ ଭୁବନେଶ୍ୱରେ ରେ ଖୋଜି
ଭଲ ଡାକ୍ତର ତିଆରି କରିବା ପାଇଁ ପାଲଟିଛନ୍ତି ଅଧ୍ୟାପକ ।ଆପଣେଇଛନ୍ତି ଶିକ୍ଷାଦାନର ବୃତ୍ତି ।ସ୍ନାୟୁ ରୋଗରେ ପ୍ରଫେସର୍ ହେବା ସହ ଏହି ରୋଗ ଉପରେ ଅଧିକ ଗବେଷଣ ଜାରି ରଖିବା ସହ ଗାଁ ସହ ସମ୍ପର୍କ କୁ କରିଛନ୍ତି ଆହୁରି ନିବିଡ ଆହୁରି ଅନ୍ତରଙ୍ଗ ।
ଡକ୍ଟର ସୂର୍ଯ୍ୟ ବାବୁ କୁହନ୍ତି ଯେ ଜୀବନ ଟା ସାରା ତାଙ୍କୁ ଆହୁରି ଆହୁରି ପଢ଼ିବାକୁ ପଡ଼ିବ କାରଣ ସେ ଯେତେ ଅଧିକ ପଢିବେ ଯେତେ ଅଧିକ ଜାଣିବେ ସେତେ ଅଧିକ ସେ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ଜଣେଇବେ । ଆଉ ସେଇ ଜ୍ଞାନ କୁ ବିଶେସଜ୍ଞ ସେବା ଲୋଡା ହେଉଥିବା ରେଗୀ ମାନଙ୍କୁ ପ୍ରଦାନ କରିବେ ।ବିଶେଷ କରି ଗାଁ ଗହଳି ର ରୋଗୀ ମନଙ୍କ କ୍ଷେତ୍ର ରେ ଏହାକୁ ପ୍ରୟୋଗ କରିବେ । ଏବେ ରାଜ୍ୟରେ ଭଲ ଡାକ୍ତର ଙ୍କ ର ଅଭାବ ରହିଛି । ଭଲ ଡାକ୍ତର ତିଆରି ପାଇଁ ଭଲ ଶିକ୍ଷକ ର ଏବେ ବହୁତ୍ ଆବଶ୍ୟକତା ରହିଛି । ଆଉ ଗୋଟେ ଭଲ ଶିକ୍ଷକ ହେବା ପାଇଁ ନିରନ୍ତର ପଠନ ଓ ଗବେଣା ର ଜରୁରୀ ଆବଶ୍ୟକତା ରହିଛି ।

ଗାଁ ରୁ କିଛି ଗୋଟେ ଜରୁରୀ ଖବର ପହଞ୍ଚିଲେ ପ୍ରଫେସର୍ ଡକ୍ଟର ସୂର୍ଯ୍ୟ ବାବୁ ସାଥେ ସାଥେ ସବୁ କାମ କୁ ପଛ କରି ଧାଇଁ ଆସିବା ଥୟ।
ପିଲାବେଳେ ଯେମିତି ସ୍କୁଲ ବେଳେ ସାଙ୍ଗ ସାଥି ମାନଙ୍କ ସହ ମିଶୁଥିଲେ ଏବେ ବି ଠିକ୍ ସେମିତି ।୩୭,ବର୍ଷ ବୟସ ରେ ସେଇ ସତର ବର୍ଷ କିଶୋର ର ପ୍ରଗଲଭାତା । ନାଁ ଅଛି ଅଛି ଅହଙ୍କାର କି ଅଭିମାନ । ଅପାଠୁଆ ହୁଅନ୍ତୁ କି ପାଠୁଆ ଗରିବ ହେଉ କି ଧନୀ ସାଙ୍ଗ ସାଥୀ କିଛି ଫରକ୍ ପଦେନି । ଏବେ ବି ଗାଁ ରେ ସେମାନଙ୍କ ସହ ସୁଯୋଗ ମିଳିଲେ ପଖାଳ ଖାଇବାକୁ ବସିବାକୁ ଭୂଳନ୍ତି ନାହିଁ ସେ ।
ଗାଁ ର ଦୋଳ ଦଶହରା ଠାରୁ ଆରମ୍ଭ କରି ଗାଁ ରେ ହଉ କି ଆଉ କୋଉଠି ସାଙ୍ଗ ସାଥି ମାନଙ୍କୁ ନେଇ ପ୍ରାକୃତିକ ବିପର୍ଯ୍ୟୟ ସମୟର ରେ ରିଲିଫ ବାଣ୍ଟିବା ଠାରୁ ଗରିବ ଗୁରୁବା ଙ୍କ ପାଖରେ ବେଲ ଅବେଲ ରେ ଠିଆ ହେବା ନିଜ ପୃଥିବୀ ଭିତରେ ବଞ୍ଚୁଥିବା ଯୁବକ ଯୁବତୀ ମାନଙ୍କ

ପାଇଁ
ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜ ଗାଁ ରେ ପ୍ରତି ରବିବାର ଆସି ଲୋକ ମାନଙ୍କୁ ଚିକିତ୍ସା କରିବା ସୂର୍ଯ୍ୟ ବାବୁ ଙ୍କ ର ଏକ ନିଶା ।
ଅସହାୟ ରୋଗୀ ମାନଙ୍କୁ ମଧ୍ୟ ସେ ସ୍ୱାସ୍ଥ୍ୟ ସେବା ଦେବା ସହ ଓଷଧ ମଧ୍ୟ ଦେଇ ତାଙ୍କ ଓଠ ରେ ହସ ଧରେ ଦେଖିଲେ ଅପର ଆନନ୍ଦ ଅନୁଭବ କରନ୍ତି ବୋଲି କହନ୍ତି ସେ ।

ଜୀବନ ରେ ପ୍ରତି ଟି ଆହ୍ବାନକୁ ଜଣେ ସ୍ଥିତପ୍ରଜ୍ଞ ଅବିଚଳ ମଣିଷ ଟିଏ ପରି ସମ୍ମୁଖୀନ ହେବାକୁ ଭଲ ପାଉଥିବା ଡକ୍ଟର ସୂର୍ଯ୍ୟ ନିଜର କର୍ମ କ୍ଷେତ୍ର ସୋଆ ବିଶ୍ଵବିଦ୍ୟାଳୟ ର ଡାକ୍ତରୀ ମହାବିଦ୍ୟାଳୟ ରେ ନିଜର ନେତୃତ୍ୱରେ ବହୁ ବିରଳ ଶଲ୍ୟ ଚିକିତ୍ସା ପ୍ରଦାନ କରି ବୃତ୍ତିଗତ ପରଦେଶିତା ପଦର୍ସନ କରିଛନ୍ତି ।
କରୋନା କାଳରେ ରେ ଉତ୍ସର୍ଗୀକୃତ ଭାବେ ସେବା ଦାନ କରିବା ସହ ତାଲା ବନ୍ଦ ସମୟ ରେ ବି ସେ ପ୍ରତକ୍ଷ ଓ ପରୋକ୍ଷ ଭାବେ ଜନ ସାଧାରଣ ଙ୍କୁ ସଚେତନ କରିବା ସହ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାଧାରଣ ଜନତା ଙ୍କୁ ସଚେତନ କରିବା ସହ ପରିସ୍ଥିତି କୁ ସାମ୍ନା କରିବାକୁ ସାହସ ଓ ଆତ୍ମ ବିଶ୍ୱାସ ଦେଇଚନ୍ତି ,।ପ୍ରଚାର ପ୍ରସାର ଠାରୁ ଦୂରତା ରକ୍ଷା କରି କୋଉଠି ସେ ରିଲିଫ ଦେଇଛନ୍ତି ତ କୋଉଠି ନେଇ ଖାଇବାକୁ ଦେଇଛନ୍ତି । ନିସ୍ବାର୍ଥ ନିଷ୍କାମ ସେବା ର ନୀରବ ବ୍ୟକ୍ତିତ୍ଵ ସେ । କେବଳ ଏତିକି ନୁହେଁ ନିୟମିତ ଭାବେ ରକ୍ତ ଦାନ କୁ ଧାରାବାହିକ ପ୍ରକ୍ରିୟା ବୋଲି ସେ ଭାବି ନେଇଥିଲା ବେଳେ କୋଭିଡ ସମୟ ରେ ବି ରକ୍ତ ଦାନ କରିବାକୁ ସେ ଭୁଲି ପାରି ନାହାଁନ୍ତି ।

ସତରେ ମା ମାଟି ପ୍ରତି ଯଦି ଏଇମିତି ଅନୁରାଗ ଅଙ୍କୁରିତ ହୁଅନ୍ତା ପ୍ରତି ଟି ପ୍ରବାସୀ ଯୁବକ ଯୁବତୀ ଙ୍କ ଭିତରେ କେତେ ବଦଳି ଯାଆନ୍ତା ଗାଁ ।

ଚିତ୍ର ରେ ଚରିତ୍ର- ପ୍ରଫେସର ଡାକ୍ତର ଶିବ ନାରାୟଣ

ଶ୍ରଦ୍ଧା ସହୃଦୟତାର ର ଅନ୍ୟ ନାମ

Leave A Reply

Your email address will not be published.

ten − eight =