ଉପସନା ଟ୍ରଷ୍ଟ ପକ୍ଷରୁ ବାସହରା ଙ୍କ ପାଇଁ ଯୋଗାଇ ଦିଆଗଲା କୋଠା ଘର

ବାସହରା ଗରିବ ଅସହାୟ ଙ୍କୁ ଏହି ବର୍ଷ ବର୍ଷା ଋତୁ ପୂର୍ବରୁ ଉପାସନା ନ୍ୟାସ ପକ୍ଷ ରୁ ଦୁଇଟି କୋଠା ଘର ଯୋଗାଇ ଦେଲେ ସମାଜସେବୀ ଦମ୍ପତ୍ତି।

ନିଉଜ୍ ଡେସ୍କ ୦୨/୦୬

ମାହାଙ୍ଗା ର ଉପାସନା ନ୍ୟାସ
ପକ୍ଷରୁ ଏହି ବର୍ଷ ମଧ୍ୟ ବର୍ଷା ଋତୁ ପୂର୍ବରୁ ବିଗତ ବର୍ଷ ପରି ଦୁଇ ଜଣ ବାସହରା ଙ୍କ ପାଇଁ
ନ୍ୟାସ ର ସଂସ୍ଥାପକ ଜାତୀୟ ଜଳବିଦ୍ୟୁତ ନିଗମ ର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଏସିଆନ ବ୍ୟାଙ୍କ୍ ର ଭାରତ ଓ ଶ୍ରୀଲଙ୍କା ପାଇଁ ପରାମର୍ଶ ଦାତା ଇଂଜିନିୟର ସହଦେବ ଖଟୁଆ ନ୍ୟାସ ର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଶିଷ୍ଟ ସମାଜସେବୀକା ଶ୍ରୀମତୀ ନିବେଦିତା ଖଟୁଆ ଙ୍କ ଦ୍ଵାରା ଦୁଇଟି କୋଠଘର ଲୋକାର୍ପିତ ହୋଇଛି ।


ଭାଉଁରିଆ ପଞ୍ଚାୟତ ରମକାପୂର୍ ଗ୍ରାମ ର ସତୁରୀ ବର୍ଷ ବୟସ୍କ ଅସହାୟ ବିଧବା ହେମଲତା ଦାସ ଓ ତାଙ୍କର ସ୍ବାମୀ ପରିତ୍ୟକ୍ତl ଝିଅ ସାବିତ୍ରୀ ଦାସ ଓ ଲଳିତଗିରି ପଞ୍ଚାୟତ ଗଙ୍ଗାଧର ଗ୍ରାମ ର, ଅରକ୍ଷିତ ଦାସ ଓ ରଞ୍ଜିତ ଦାସ ,ଙ୍କୁ ପ୍ରାୟ ସାଢେ଼ ସାତ ଲକ୍ଷ ଟଙ୍କାର ଦୁଇ ଟି ବାସ ଗୃହ ନ୍ୟାସ ପକ୍ଷରୁ ପ୍ରଦାନ କରାଗଲା ।

ଜରି ପାଲ ତକେ ଭଙ୍ଗା ଚାଳିଆ ରେ ପଡ଼ିଥିଲେ ସତୁରୀ ବଅସ ଟପି ସାରିଥିବା ବିଧବା ବୃଦ୍ଧା ହେମଲତା। ରୋଗୀଣା ଝିଅ ସାବି କୁ ତାର ସ୍ବାମୀ କୁଆଡେ ଛାଡ଼ି ବହୁ ବର୍ଷ ପୂର୍ବରୁ ପଳେଇ ଥିଲା ବେଳେ ଘରେ ଦୁଇ ଦୁଇ ଜଣ ଙ୍କ ପେଟ ଚାଖଣ୍ଡକ ପୁରେଇବା ଲାଗି ଆଉ କେହି ବି ନ ଥିଲେ । ବାବୁ ହାକିମ ମାନେ ତା ପରି ଦୁଃଖିନୀ ମଣିଷ କୁ ମୁଣ୍ଡ ଗୁଞ୍ଜିବାକୁ ମଥାନ ଟିଏ ଦେବାକୁ ଭୁଲିଗଲେ । ଆଉ ଘର ଟିଏ ଥିଲା ସେମାନଙ୍କ ପାଇଁ ସାତ ସପନ ଯାହା କୁ ଆଜି ସାକାର କରିଛନ୍ତି ସହଦେବ ବାବୁ । ତିନି ମାସ ଭିତରେ ଗଢି ଦେଇଛନ୍ତି କୋଠା ଘର ଟିଏ । ରଙ୍ଗ ଦେଇ କବାଟ ଝରକା ବି ଲଗେଇ ନୂଆ ପଙ୍ଖା ବି ଝୁଲେଇ ଦେଇଛନ୍ତି ସେ ।ଜଣେ ଆପଣା ମଣିଷ ପରି ଦେବ ଦୁତ ସାଜି ତାଙ୍କ ଉଜୁଡା ସଂସାର କୁ ଆଗକୁ ନେବାକୁ ଭରସା ଦେଇଛନ୍ତି ସେ।

ଏମିତି କିଛି କଥା କହୁ କହୁ ଜରାଜୀର୍ଣ୍ଣ ଶରୀର ବୈଧବ୍ୟ ଅଭାବ ରୋଗ ର ପାହାଡ ତଳେ ପେଶି ହେଇ ଜୀବନ ବଞ୍ଚୁଥିବା ମା ଝିଅ ଙ୍କ ଶୁଖିଲା ଆଖିର କୋରଡ ଭିତରୁ ବହି ଆସିଛି ଖୁସି ର ଲୁହ ଧାରେ

ଏହି ଉପଲକ୍ଷେ ରାମକାପୁର ଠାରେ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟାନାରାୟନ ଦାସ ଙ୍କ
ସଭାପତିତ୍ୱ ଅନୁଷ୍ଠିତ ଏକ ସଭା ରେ କ୍ୟାପିଟାଲ ହସ୍ପିଟାଲ ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ସାମଲ ବର୍ଷୀୟାନ ସମାଜସେବୀ ସରୋଜ ବନ୍ଧୁ ଦାସ ଶିକ୍ଷାବିତ୍ ବିଦ୍ୟାଧର ଖଟୁଆ ପ୍ରଫେସର୍ ପ୍ରଭାକର ଦ୍ବିବେଦୀ ଈ ସୁବ୍ରତ କର ଈ ପୁଳିନ ସାମନ୍ତ ରାଏ ଇ ଦେବଦତ୍ତ ପଟ୍ଟନାୟକ ଇ ଚନ୍ଦ୍ରଶେଖର ପ୍ରଧାନ ବରିଷ୍ଠ ଆୟକର ଅଧିକାରୀ ମନ୍ମଥ ରାଉତ୍ ବିଶିଷ୍ଟ ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ ସେବା ନିବୃତ୍ତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ଅରୁଣ ସାହୁ ସାମ୍ବାଦିକ ବିଜୟ ଜେନା ସ୍ତମ୍ଭକାର ଓ ସୁଚନା ଅଧିକାର କର୍ମୀ ଶ୍ରୀ ବିବେକାନନ୍ଦ ଦାସ ସଂଗଠକ ପୂର୍ଣ୍ଣ ମହାପାତ୍ର ଯୁବ ସମ୍ଅଆଯାଇବି ଜୟ ପଣ୍ଡା ସମାଜସେବୀ ହରିହର ଦାସ ଶିକ୍ଷାବିତ୍ ଚିତ୍ତ ରଂଜନ ରାଉତ ଧନେଶ୍ଵର ସେଠି ସମାଜସେବୀ ରଜନୀ ପରିଡ଼ା କୃଷକ ନେତା ରାମଚନ୍ଦ୍ର ସ୍ବାଇଁ ନିର୍ବାଣ ରୁ ବିଜୟ କୁମାର କୁଅଁର ର ଯୋଗ ଦେଇ ନିଜର ସ୍ଵ ଅର୍ଜିତ ଉପାର୍ଜନ ରୁ ଏପରି ମହତ୍ କାର୍ଯ୍ୟ କରୁଥିବାରୁ ଉଭୟ ପତି ପତ୍ନୀ ଙ୍କୁ ସମସ୍ତେ
ପ୍ରଶଂସା କରିଥିଲେ । ଗୃହ ନିର୍ମାଣ କରିଥିବା ଯୁବ ମିସ୍ତ୍ରୀ ବିଜୟ ସ୍ବାଇଁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ଶୁଭ କାର୍ଯ୍ୟ ଅବସର ରେ ଦୁଇଟି ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା । ଜୟଦେବ ପଣ୍ଡା ଧନ୍ୟବାଦ ଦେବା ସହ ବିଗତ ବର୍ଷ ମାନଙ୍କ ରେ ମାହାଙ୍ଗା ର ବହୁ ଅସହାୟ ଙ୍କୁ ବାସଗୃହ ଯୋଗାଇ ଦିଆ ଯାଇଥିବାରୁ ମାହାଙ୍ଗା ପକ୍ଷରୁ ଖଟୁଆ ଦମ୍ପତ୍ତି ଙ୍କୁ ମଧ୍ୟ ଶୁଭ କାମନା ଓ ଧନ୍ୟବାଦ ଜଣାଇ ଥିଲେ।

ସୁଚନାଯୋଗ୍ୟ ଯେ ମାହାଙ୍ଗା ଦେବରିଓ ଗାଁ ରେ ଜନ୍ମିତ ଇଞ୍ଜିନୟର ସହଦେବ ଖଟୁଆ ଓ ତାଙ୍କର ଧର୍ମ ପତ୍ନି ଶ୍ରୀମତୀ ନିବେଦିତା କିଛି ବର୍ଷ ଧରି ଘର ନଥିବା ଅସହାୟ ଙ୍କୁ ଦୁଇ ବଖରା କୋଠଘର ସହ ଏକ ରୋଷେଇଘର ଓ ବାରଣ୍ଡା ନିର୍ମାଣ କରି ଦାନ କରିବା ସହ ବହୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା ଓ ବିଭିନ୍ନ ଜନହିତକର ସେବା ମୂଳକ କାର୍ଯ୍ୟ ରେ ଲାଗିଛନ୍ତି ।

Leave A Reply

Your email address will not be published.

five + two =