ଭଏସ ଅଫ କମନ୍ସ

ଛବିରେ ଖବର ଜୀ ୨୦ ମହାଧିବେସନ୍

ଜାତି ସଂଘ୍ ସୁରକ୍ଷା ପରିଷଦ ର ସ୍ଥାୟୀ ସଦସ୍ୟତା କୁ ସମର୍ଥନ କଲେ ଆମେରିକା ର ରାଷ୍ଟ୍ରପତି

ବାସ୍ତବ ଜୀବନର ବିଶ୍ଵକର୍ମା

ୟୁରେକl ଇସ୍ରୋ

ମିଛି ମିଛିକ ସିନେମା ନୁହେଁ ବରଂ ସତ ସତିକା ବାସ୍ତବ ଜୀବନ ର ମହାନାୟକ ଏମାନେ ,,,ସତରେ
ବୈଜ୍ଞାନିକ ମାନେ ମାତୃଭୂମି ର ବିରଳ ଆଉ ବିପୁଳ ବିଭବ,,,
++++++&+++++&++++++&+++++&+++

ଆଲେଖ୍ୟ।- ସତ୍ୟ(କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ)

ଇସ୍ରୋ ର ଶତାଧିକ ବୈଜ୍ଞାନିକ ଯନ୍ତ୍ରୀ
ଯେଉଁମାନେ ଦେଶ ର ସମ୍ମାନ ପାଇଁ ଦିନ ରାତି ଏକାଠି କରି ବିଶ୍ଵ ରେ ଦେଶ କୁ ସଫଳତା ର ଶୀର୍ଷ କୁ ନେଇଛନ୍ତି ସେମାନେ ଆମର ନ ମ ସ୍ୟ ,, ଏମାନେ କେହି କୋଟିପତି ନୁହନ୍ତି ,,,ପ୍ରଶାସକ ଙ୍କ ପରି ବିପୁଳ କ୍ଷମତା ଉପଭୋଗ କରିବାର ସମ୍ଭାବନା ନଥାଏ ଏ ମାନଙ୍କ ପାଇଁ ,,ବିପୁଳ ଆୟ ଓ ଜୀବନ କୁ ମନ୍ ଭରି ଉପଭୋଗ ର ସୁଯୋଗ ଥାଇ ବି ଡଲାର ପାଇଁ ଏମାନେ ମାଟି ମା କୁ ଛାଡି ବିଦେଶ କୁ ଯାଇ ନାହାନ୍ତି ।

ମହାକାଶ ଗବେଷଣା ରେ ମାତୃଶକ୍ତି

କୋଉ ରାଜନୈତିକ ଦଳ ଏମାନଙ୍କୁ ଲୋକ ସଭା କୁ କି ବିଧାନସଭା କୁ ଲୋକ ପ୍ରତିନିଧି ର ଚଉକି ରେ ବସାଇବାକୁ ନିମନ୍ତ୍ରଣ କରେନା । ସିନେ ତାରକା ଙ୍କ ପରି ପୁରସ୍କାର କି ଲୋକପ୍ରିୟତା ଏମାନଙ୍କ ଉପରେ ସମାଜ ଉଜାଡି ଦିଏନା,,,କିଛି ବି ଆଶା ପ୍ରତ୍ୟାସା ନ ରଖି ଦେଶ ର ବିକାଶ ପାଇଁ ବୈଜ୍ଞାନିକ ନିଜକୁ ତିଳ ତିଳ କରି ଉତ୍ସର୍ଗ କରି ପାଲଟି ଯାଆନ୍ତି ନୀରବ ସନ୍ଥ,, ପ୍ରତି ଭାରତୀୟ ଙ୍କ ଜୀବନ ରେ ସାରା ପୃଥିବୀରେ ମୁଣ୍ଡ ଟେକି ଗର୍ବ ଆଉ ଗୌରବର ଠିଆ ହେବାର ଦିନ ଟିଏ ବୋଧେ ବହୁତ୍ କମ୍ ଆସେ ଯାହା ଇସ୍ରୋ ପାଇଁ ସମ୍ଭବ ହୋଇଛି ।

ମହାକାଶ ରେ ଦିନ କୁ ଦିନ ଛାଇ ଯାଉଛି ଭାରତ ର ତ୍ରିରଙ୍ଗା।ଆଗକୁ ସୂର୍ଯ୍ୟ ଠାରୁ ଆରମ୍ଭ କରି ଶୁକ୍ର ମଙ୍ଗଳ ଗଗାନାୟନ୍ ପରି ଅନେକ ସ୍ବପ୍ନ ବାସ୍ତବ ରେ ରୂପାନ୍ତରିତ ହେବାକୁ ଯାଉଛି ।

ସତରେ ଇସ୍ରୋ ପାଇଁ ଯେମିତି ସଫଳତା ର ସୀମା ହେଉଛି ଆକାଶ ।


ଏମାନଙ୍କ ବୃତ୍ତି ହେଉଛି ପ୍ରବୃତ୍ତି ,,,ସେବା ହେଉଛି ସାଧନା,,,
ଏମାନଙ୍କ ଦେଶ ପ୍ରେମ ଅତୁଲ୍ଲନୀୟ ଅନନ୍ୟ , ଆଦିତୀୟ ଆଉ ଅବିସ୍ମରଣୀୟ ବି ,,,,,ଦେଶ ର ବିକାଶ ର ଏଇ ବିଶ୍ଵକର୍ମା ମାନଙ୍କୁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଆମର ଅନନ୍ତ ନମନ,,,,

ଋଷିଆ ପରି ମହାଶକ୍ତି ପାଖାପାଖି ୧୬୦୦ ,କୋଟି ବ୍ଯୟ କରି ଚନ୍ଦ୍ର ର ଦକ୍ଷିଣ ମେରୁ ରେ ଚନ୍ଦ୍ର ଯାନ କୁ ଅବତରଣ କରିପାରି ନଥିଲା ବେଳେ ମାତ୍ର ୬୧୫ କୋଟି ଟଙ୍କା ବ୍ୟୟ କରି ଦକ୍ଷିଣ ମେରୁ ରେ ଲ୍ୟାଣ୍ଡର ମୃଦୁ ଅବତରଣ କରାଇ ପ୍ରଥିବି ର ପ୍ରଥମ ରାଷ୍ଟ୍ର ମାନ୍ୟତା ଏହି ବିଜ୍ଞାନୀ ଭାରତ କୁ ଦେଇଛନ୍ତି । ଷାଠିଏ ଦଶକ ରେ ସାଇକଲ ଆଉ ଶଗଡ ରେ ମହାକାଶ ପାଇଁ ସଜ ସରଞ୍ଜାମ ବୋହି ନେଇ ବିକସିତ ରାଷ୍ଟ୍ର ର ଥଟ୍ଟା ତାମସା ଶୁଣିଥିବା ଭାରତ ଆଜି ମହାକାଶ ର ମହାଶକ୍ତି ।କବଲ ଏଇ ବିଜ୍ଞାନୀ ମାନଙ୍କ ପାଇଁ,,,କୋଉଠି ବିଫଳ ହେଉଛନ୍ତି ଏମାନେ ପିଲା ଙ୍କ ପରି କାନ୍ଦନ୍ତି ଆଉ ପୁଣି ଭାଙ୍ଗି ନ ପଡ଼ି ପୁଣି ସଫଳତା ପାଇଁ ମନ୍ ପ୍ରାଣ ହୃଦୟ ଦେଇ ଲଗିଯାନ୍ତି ଏମାନେ,,ଚାରିବର୍ଷ ପୂର୍ବରୁ ବିଫଳ ହୋଇଥିବା ଚନ୍ଦ୍ରୟାନ ୨

,ଆଜି ଚନ୍ଦ୍ରୟଣ ୩ ର ସଫଳତା ଦେଇଥିଲା ବେଳେ ସାରା ଦେଶ ରେ ଆଜି ଉତ୍ସାହ ଉତ୍ସବ, ଓ ଉଦ୍ଦୀପନା ।ବିଦେଶ ରୁ ଛୁଟିଛି ଶୁଭକାମନା ର ସୁଅ,,

ଆଜି ପୃଥିବୀ ର ଏକ ଅତିପରିଚିତ ନାମ ପଲଟିଯାଇଚି ଇସ୍ରୋ,ଭାରତ ରେ ମାମୁଲି ମଣିଷ ଟିଏ ବି ଶ୍ରଦ୍ଧାରେ ଇସ୍ରୋ ର ନାମ ଉଚ୍ଚାରଣ କରୁଥିଲା ବେଳେ ବିକ୍ରମ ସରଭାଇ ଙ୍କ ଠାରୁ ଆରମ୍ଭ କରି ସତିଶ ଧାବନ ଡକ୍ଟର ଏ ପି ଜେ ଅବଦୁଲ କଲାମ ଙ୍କ ପରି ତ୍ୟlଗପୁତ ଜୀବନ ର ମହାନ୍ ବୈଜ୍ଞାନିକ ଏହି ସଂଗଠନକୁ ଦେଇଛନ୍ତି ସଂସ୍କାର ସଂସ୍କୃତି ଆଉ ସିଖେଇଛନ୍ତି ଶୃଙ୍ଖଳା ।ନମ୍ବି ନାରାୟଣ ଙ୍କ ପରି ବୈଜ୍ଞାନିକ କ୍ରୟୋଜୋନିକ ଇଞ୍ଜିନ ପ୍ରସ୍ତୁତ କରୁଥିବାରୁ ବିଦେଶ ଶକ୍ତି ର ଚକ୍ରାନ୍ତ ରେ କାରାବରଣ କରି ପରେ ଦୋଷମୁକ୍ତ ହେଲେ ବି ଭାଙ୍ଗି ପଡ଼ିନାହାନ୍ତି ।ବିକସିତ ରାଷ୍ଟ୍ର ର ବୈଜ୍ଞାନିକ ଙ୍କ ତୁଲନରେ ବେତନ ଆଶାତୀତ କମ୍ ହେଲେବି ଇସ୍ରୋ ବୈଜ୍ଞାନିକ ଙ୍କ ନିର୍ଲୋଭ ମନ୍ ସରଲ ଜୀବନ ଚର୍ଯ୍ୟା ର ପଟ୍ଟାନ୍ତର ସାରା ବିଶ୍ଵ ରେ ବିରଳ।

ବିସ୍ୱଗୁରୁ ପାଲଟିବାର ଇଏ ବୋଧେ ପାହାନ୍ତି ପାହର ।ଆଗକୁ ସମ୍ଭାବନା ର ଅନନ୍ତ ସକାଳ ।

ସତରେ ୟୁରେକା ଇସ୍ରୋ ,

Leave A Reply

Your email address will not be published.

twelve − seven =