ଶ୍ରୀମତୀ ପ୍ରମିଳା ମଲ୍ଲିକ ହେଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି/ଚନ୍ଦ୍ର ରେ ହେଉଛି ସୂର୍ଯ୍ୟୋଦୟ & ପୁଣି ପ୍ରଜ୍ଞାନ କୁ ଉଠେଇବାକୁ ଇସ୍ରୋ ର ପ୍ରଚେଷ୍ଟା/

ଅସଜଡା ଶିକ୍ଷାନୀତି

ଗୁଣତ୍ମକ ଶିକ୍ଷା….. ବିପୁଳ ସମ୍ଭାବନା

ସରକାର ବିଦ୍ୟାଳୟ। ଗୁଡ଼ିକ ର ରୂପାନ୍ତରଣ କାର୍ଯ୍ୟ ଖୁବ୍ ଜୋର୍ ସୋର୍ ରେ କରୁଥିଲା ବେଳେ ଶିକ୍ଷାର ମାନ କେମିତି ବଢ଼ି ପାରିବ ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି ।ବିଗତ ତିନି ଦଶକ ତଳେ ଗ୍ରାମାଞ୍ଚଳରେ ସ୍କୁଲ ସାଂଖ୍ୟ ଅଳ୍ପ ଥିଲା ।ଶିକ୍ଷକ ମାନ ଙ୍କୁ ବହୁତ୍ କମ ବେତନ ମିଳୁଥିଲା । ପ୍ରାଥମିକ ଶିକ୍ଷାକୁ ପୁଣି ପୁରା ସରକାରୀ ହୋଇ ନଥିଲା ବେଳେ ନିୟମିତ ଦରମା ମିଲୁ ନଥିଲା ।କିନ୍ତୁ ବିଦ୍ୟାଳୟ ରେ ଭଲ ପାଠ ପଢ଼ାଉଥିଲେ । ନିୟମିତ ବାବୁ ଆସୁଥିଲେ । ବାବୁ ଆସିବେ ବୋଲି ଗୁରୁ ଓ ଗୁରୁମା ଓ ପିଲା ମାନଙ୍କ ଭିତରେ ଛାନିଆ ପଡିଯାଇଥିଲା । ପିଲା ମାନେ ଗୁରୁ ମାନଙ୍କୁ ଭକ୍ତି କରୁଥିଲେ । ଅଭାବ ଅନlଟନ ଭିତରେ ସନ୍ତୁଳି ହେଉଥିବା ଶିକ୍ଷକ ମନେ ବି ଛାତ୍ର ଛାତ୍ରୀ ଙ୍କୁ ଶ୍ରଦ୍ଧା କରୁଥିଲେ । ଘର ନଥିଲା ସରକାରି ମଧ୍ୟାହ୍ନ ଭୋଜନ ନଥିଲା ପିଲା ମାନଂକ ପାଇଁ ବହି ଖାତା ଛତା ଜୋତା ମାଗଣାରେ ଦିଆ ଯାଇନଥିଲା। ଟି ଉ ସ ନ ବି ନଥିଲା ।

ହେଲେ ତାରି ଭିତରେ ପିଲା ମାନେ ଅନୁଶାସିତ ଶୃଙ୍ଖଳିତ ହୋଇ ବାହାରୁ ଥିଲେ । ବିଦ୍ୟାଳୟ ଗୁଡ଼ିକ ଦଣ୍ଡ ମୁକ୍ତ ଅଞ୍ଚଳ ନଥିଲା । ତେବେ ଦଣ୍ଡ ଯୁକ୍ତ ଥିଲା ବେଳେ ଛାତ୍ର ଛାତ୍ରୀ ମାନେ ଯେତିକି ଗୁରୁ କୁଲ ଙ୍କୁ ଭକ୍ତି କରୁଥିଲେ ଦଣ୍ଡ ମୁକ୍ତ ହେଲା ପରେ ତାହା ପରିଲକ୍ଷିତ ହେଉ ନାହିଁ। ସ୍ୱାଭାବିକ ଭାବେ ସମାଜ ର ନୈତିକ ଅଧପତନ୍ ର ପ୍ରଭାବ ଉଭୟ ଗୁରୁ ଓ ଛାତ୍ର ଛାତ୍ରୀ ଙ୍କ ଉପରେ ପଡିଥିଲା ବେଳେ କୋଉଠି କୋଉଠି ସରକାରୀ ଶିକ୍ଷକ ଛାତ୍ରୀ ଙ୍କୁ ଦୁଷ୍କର୍ମ କରିବା ଶିକ୍ଷୟତ୍ରୀ ଛାତ୍ର ସହ ଫେରାର ହେବା ପିଲା ମାନ ଙ୍କ ଆଗରେ ଶିକ୍ଷାଦାନ କରୁଥିବା କର୍ମଚାରୀ ବାଡିଆପିଟା ହେବା ବିଦ୍ୟାଳୟ ପରିସର ଏପରିକି ମଦ ପିଇ ବା ଅନ୍ୟାନ୍ୟ ନିଶା ସେବନ କରି ପାଠ ପଢେଇବା ଭଳି ଅଭିଯୋଗ ମାନ ଏବେ ନିୟମିତ ଭାବେ ଶୁଣିବାକୁ ମିଳୁଛି ।

ସମୟ ସହ ଆଦର୍ଶ ମୂଲ୍ୟବୋଧ ର ସଂକଟ ଦେଖା ଦେଇଛି । ଏଣୁ ହୁଏତ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କ ଭିତରେ ସେଇ ସଂକଟ ପ୍ରତିଫଳିତ ହୋଇଛି ।
ତେବେ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ରେ ଅତି ସ୍ୱଳ୍ପ ପାରିଶ୍ରମିକ ରେ ଶିକ୍ଷାଦାନ ରେ ଗୁଣ ବତ୍ତl ରହୁଥିଲା ବେଳେ ସରକାରୀ ବିଦ୍ୟାଳୟ ରେ କାହିଁକି ରହୁନି ତାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ହେବ ଦରକାର । ଶିକ୍ଷାଗ୍ରହଣ ରେ ଏ ଯାଏ ସମ୍ବିଧାନ ପ୍ରଦତ୍ତ ସମାନତା ର ଅଧିକାର ଆମେ ପାଇଁନେ କହିଲେ ଆତ୍କୁକ୍ତି ହେବ ନାହିଁ। ସରକାରୀ ବେସରକାରୀ ବିଦ୍ୟାଳୟ ର କୁହେଲି ଭିତରେ ବି ଚ ରା ଅଭିଭାବକ
ଦୋଛକି ରେ ଠିଆ ହେଉଛି । ବଡ ବଡ ଲୋକ ମାନେ ତାଙ୍କ ପିଲା ମlନ୍ ଙ୍କୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କ ଖର୍ଚ୍ଚ କରି ପଢ଼ାଉଥିଲେ ବେଳେ ବିଚରା ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ର ମଣିଷ ଟି ସରକାର ସ୍କୁଲ ର ଶିକ୍ଷାଦାନ ର ମାନ ନିମ୍ନ ମାନର ହେଇ ଥିବାରୁ ପାରୁ ପର୍ଯ୍ୟନ୍ତ ପିଲା ମାନଙ୍କୁ ବଡ ମଣିଷ କରିବାର ଚକର ରେ ଧର ଉଦ୍ଧାର କରି ବଡ ବଡ ସ୍କୁଲ ରେ ପଢେଇ ତଳିତଳାନ୍ତ ହେଉଛି । ଗାଆଁ ଗାଁ ରେ ଛତୁ ଖୋଲିଲା ଭଳି ବେସରକାରୀ ବିଦ୍ୟାଳୟ ଖୋଲୁଛି । ତେବେ ସରକାର ଙ୍କ ଏଥିପ୍ରତି ନିର୍ଦ୍ଦିଷ୍ଟ ନୀତି ଥିଲା ଭଳି ଜଣାପଡିନି । ଯଦି ବେସରକାରୀ ବିଦ୍ୟାଳୟ କୁ ପ୍ରୋତ୍ସାହିତ କରିବାର ଅଛି ତେବେ ସରକାରୀ ବିଦ୍ୟାଳୟ କୁ ବନ୍ଦ କରି ଦିଅ ଯାଉ। ବଜେଟ ରେ ପ୍ରାଥମିକ ଶିକ୍ଷା ପାଇଁ ଯେତିକି ଅର୍ଥ ପିଲା ମାନଙ୍କ ପାଇଁ ବରାଦ କରାଯାଉଛି ସେତିକି ସିଧା ସଳଖ ଛାତ୍ର ଛାତ୍ରୀ ଙ୍କ ବ୍ୟାଙ୍କ୍ ଖାତା କୁ ଦିଆଯାଉ। ଜେବକ ଶିକ୍ଷା ଅନୁଷ୍ଠାନକୁ ରେ ଶିକ୍ଷାଦାନ ର ଗୁଣାତ୍ମକ ମାନ ଫିସ ଷ୍ଟକଚର କୁ ସରକାର ନିୟନ୍ତ୍ରଣ କରନ୍ତୁ ।ଏହା ଫଳରେ ପିଲା ମାନେ ନିଜ ଇଚ୍ଛା ମୁତାବକ ବେସରକାରୀ ଅନୁଷ୍ଠାନ ରେ ପଢିପାରିବେ ଓ ବିଦ୍ୟାଳୟ ଗୁଡ଼ିକ ର ଏକ ସୁସ୍ଥ ପ୍ରତିଯୋଗିତା ହେବ ଓ ଦକ୍ଷ ମାନବିକ ସମ୍ଭଲ ସୃଷ୍ଟି ହୋଇପାରିବ ।
ଦୂତୀୟ ବିକଳ୍ପ ଭାବେ ସରକାର ମଧ୍ୟ ସବୁ ବେସରକାରୀ ବିଦ୍ୟାଳୟ କୁ ବନ୍ଦ କରି କେବଳ ସରକାରୀ ବିଦ୍ୟାଳୟ ଖୋଲି ସେଠାରେ ଗୁଣାତ୍ମକ ଶିକ୍ଷା କୁ ସୁନିଶ୍ଚିତ କଲେ ସାରା ଦେଶ ର ପିଲା ମାନ ଙ୍କ ପାଇଁ ପଢ଼ିବାର ସମାନ ସୁଯୋଗ ସରକାର ଦେଇ ପା ର ନ୍ତେ ।

,,ଦେଶ ର ବିପୁଳ ଜନସଂଖ୍ୟା ର ସୁପରିଚାଳନା କଲେ ଏହି ବିପୁଳ ମାନବିକ ସମ୍ଭକ ବିଶ୍ଵ ର ସବୁଠୁ ବଡ ପ୍ରlଚୂଜ୍ୟ ହୋଇପାରିବ । ଏଣୁ ପ୍ରଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା କୁ ସରକାର ତୁରନ୍ତ ସଜାଡ଼ିବା ର ସମୟ ଆସିଛି

Leave A Reply

Your email address will not be published.

12 − two =