ନବରଙ୍ଗପୁର ରେ ଓସାକ୍ସ୍ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଭାଗ ନେଲେ ଶିକ୍ଷକ ଶିକ୍ଷୟିତ୍ରି

ଯୁବ ଗୋଷ୍ଠୀଙ୍କୁ ଏଡ଼ସ ସଂକ୍ରମଣରୁ ସୁରକ୍ଷା ଦେବା ଶିକ୍ଷକ ଶିକ୍ଷୟିତ୍ରି ଙ୍କ ଗୁରୁ ଦାୟିତ୍ଵ -ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ନବରଙ୍ଗପୂର୍ ଠାରେ ରାଜ୍ୟ ଏଡ୍ସ ନିୟତ୍ରଣ ସମିତି ପକ୍ଷରୁ ଏକ ଜୋନ ସ୍ତରୀୟ କର୍ମଶାଳା ଉଦ୍ଘାଟନ ହୋଇଯାଇ ଥିଲା ବେଳେ
ବିଦ୍ୟାଳୟ ରେ ପଢୁଥିବା କିଶୋର କିଶୋରୀ ବିଦ୍ୟାର୍ଥୀ ମାନଙ୍କୁ ଏଡ୍ସ ପ୍ରତି ସମ୍ବେଦନସିଳ କରିବାକୁ ରାଜ୍ୟ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପାଇଁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

୨୯ଜୁନ ୨୦୨୪ ରେ ଏସ ଏସ ସରକାରୀ ଉଚ୍ଚ ବିଦ୍ୟାଳୟ ଉମରକୋର୍ଟ ରେ ଓସାକ୍ସ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଜୁନିଅର୍ ରେଡକ୍ରସ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଟି ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟ ଙ୍କ କରକମଲ ରେ ଉଦଘାଟନ ହୋଇଥିଲା ଏବଂ ଏଠାରେ ଅନୁଷ୍ଠିତ ତାଲିମ୍ ଶିବିରରେ ୭ଟି ଜିଲ୍ଲାର ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ , ମାଲକାନଗିରି, ନବରଙ୍ଗପୁର , କଳାହାଣ୍ଡି ଜିଲ୍ଲାରୁ ମୋଟ ୮୪ ଜଣ ଯୋଗ ଦେଇଥିଲେ। ଶିକ୍ଷକମାନଙ୍କୁ ରୋଗପ୍ରତି ସମ୍ବେଦନଶୀଳ ଓ ସଚେତନ କରିବାକୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରି ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଉଦ୍ଦିଷ୍ଟ ଏହି କର୍ମଶାଳା କୁ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ କହିଲେ ଯେ ଯୁବ ବର୍ଗ ଙ୍କୁ ଭୟାବହ ଏଡ୍ସ ଠାରୁ ଦୂରେଇ ରଖିବାକୁ ସବୁ ସ୍ତରରେ ସଚେତନ କରିବାକୁ ପ୍ରୟାସ କରାଯିବ ।

ସେ କହିଥିଲେ ଯେ ଆମ ରାଜ୍ୟ ରେ ଷାଠିଏ ହଜାର ରୁ ଅଧିକ ଏଡ୍ ସଂକ୍ରମିତ ଥିଲା ବେଳେ ନବରଙ୍ଗପୁର ଜିଲ୍ଲା ଏବେ ଏହି ସଂକ୍ରମଣର ଅନ୍ୟତମ ସ୍ଥଳରେ ପରିଣତ ହୋଇଛି. ଏଠି ସତର ହଜାର ରୁ ଅଧିକ ସଂକ୍ରମିତ ରହିଛନ୍ତି. ଆମକୁ ଏବେ ଅଧିକ ସଚେତନ ହେବାକୁ ପଡିବ. ସେ କହିଥିଲେ ଯେ ଶିକ୍ଷକ ମନେ ହେଉଛନ୍ତି ମାର୍ଗ ଦର୍ଶକ. ସୁସ୍ଥ ଯୁବବର୍ଗ, ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷକ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି. ସେମାନେ ତାହା ସୁଚାରୁ ରୂପେ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଡ଼ ମଳୟ କୁମାର ବେହେରା ଜିଲ୍ଲା ଚିକିତ୍ସା ଅଧିକାରୀ, ଓସାକ୍ସ ର ସହ ନିର୍ଦେଶକ ସ୍ମୃତି ସାଗରୀକା କାନୁନଗୋ, ରାଜ୍ୟ ଜୁନିୟର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ , ଶ୍ରୀଯୁକ୍ତ ବିକାଶ ସରକାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଉମରକୋଟ, ଶ୍ରୀଯୁକ୍ତ ପ୍ରଭାତ ପଟ୍ଟନାୟକ, ଆଇପି ନବରଙ୍ଗପୁର, ଶ୍ରୀ ନାରାୟଣ ପାଇକରାୟ, ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ 8ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର ପରିଚାଳନା କରିଥିଲେ ।

ଓସାକ୍ସ ର ସହ ନିର୍ଦେଶକ ସ୍ମୃତି ସାଗରୀକା କାନୁନଗୋ ରାଜ୍ୟ ଏଡ୍ସ ନିୟଂତ୍ରଣ ସମିତି ଦ୍ୱାରା ଯୁବ ଵର୍ଗଙ୍କ ପାଇଁ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ଆଜି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ଏ ଚ ଆଇ ଭି କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ନିଜର ବିଚାର ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର କ୍ଲୋଷ୍ଟୋର ପ୍ରୋଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକ ଏବଂ ତାଙ୍କ ଟିମ୍ ସହଯୋଗ କରୁଥିଲେ। ଉକ୍ତ ବିଦ୍ୟାଳୟର କାଉନସିଲର ସଚିନ ସଦ୍ଗୋପନ୍ ସାହୁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ସହଯୋଗ ର ହାତ ବଢ଼େଇ ଥିଲେ ।


. ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼କ୍ଟର ରେଶମ ଲାଲ ନାୟକ ଶିକ୍ଷକମାନଙ୍କୁ ଏଚଆଇ ଭି ବିଷୟରେ ସମ୍ୟକ ଧାରଣା ଦେବା ସହ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ. କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ରେ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

2 × 4 =