ଓଡ଼ିଶା ସରକାର ଚାକିରୀ ରେ ଯୋଗ ଦେବାର ସର୍ବୋଚ୍ଚ ବୟସ ସୀମା ବଢ଼େଇବେ କେବେ

ସେପ୍ଟେମ୍ବର ୦୬ ଭଏସ ଅଫ କମନ୍ସ ନିଉଜ୍

କୋଭିଡ ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ିବା ରେ ବ୍ୟାଘାତ ସୃଷ୍ଟି ହୋଇଥିଲା ବେଳେ ଉଭୟ ଶାରିରୀକ ଓ ମାନସିକ ଭାବେ ଯୁବକ ଯୁବତୀ ମାନେ ପ୍ରଭାବିତ ହୋଇଥିଲେ । ହଜାର ହଜାର ପରିବାର କୋଭିଡ ପାଇଁ ତଳିତଳାନ୍ତ ହୋଇଥିଲା ବେଳେ ବହୁ ଯୁବକ
ଯୁବତୀ ସେମାନଙ୍କ ପରିବାର ର ସଦସ୍ୟ ସଦସ୍ୟା ଙ୍କୁ ସବୁଦିନ ପାଇଁ ହରେଇ ସରକାରୀ ଚାକିରୀ ପାଇଁ ଠିକ୍ ଭାବେ ପ୍ରସ୍ତୁତ ହୋଇପାରିନଥିଲା ବେଳେ ପରିସ୍ଥିତି ସ୍ବାଭାବିକ ହେଲା ପରେ ଏବେ ପୁଣି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ସରକାରୀ ଚାକିରି ରେ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ନିର୍ଧାରଣ କରିଥିଲା ବେଳେ ପରବର୍ତ୍ତୀ ସମୟରେ ଏହାକୁ
୨୦୨୩ ପର୍ଯ୍ୟନ୍ତ ୩୮ ବର୍ଷକୁ ବୃଦ୍ଧି କରିଥିଲେ ଯାହା ଏହି ବର୍ଷ ସାରିବାକୁ ଯାଉଛି ।ପୁଣି ୨୦୨୪ ରେ ଏହି ଅଧିକତମ ବାୟସ ସୀମା ପୁଣି ୩୨ ବର୍ଷକୁ ଫେରି ଆସିବ ।ତେବେ କରୋନl ଏକ ପ୍ରକାର ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।ଏବେ ବି ମାନସିକ ଓ ଆର୍ଥିକ ସ୍ତର ରେ ଲୋକ ଙ୍କ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ ।
ଅନେକ ଛାତ୍ର ଛାତ୍ରୀ ଅଧାରୁ ପାଠ ଛାଡ଼ି ଦାଦନ ଖଟି ପୁଣି ୩୦/୩୫ବର୍ଷ ପରେ ଆସି ପାଠ ପଢ଼ିବାର ବହୁ ଖବର ଏବେ ପ୍ରକାଶ ପାଉଛି ।
ଏଣୁ ଏହି ସର୍ବୋଚ୍ଚ ବୟସ ସୀମା କୁ ସବୁଦିନ ପାଇଁ ୪୨ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ଦାବି ହେଉଛି ।

ତେବେ ସରକାରୀ ଚାକିରି ରେ ସର୍ବୋଚ୍ଚ ବୟସ ସୀମା
ପଡୋଶୀ ବିହାର ରେ ୩୭
ପୁଶ୍ଚିମ୍ ବଙ୍ଗ ରେ ୪୦
ଉତ୍ତରପ୍ରଦେଶ ରେ ୪୦
ଆନ୍ଧ୍ରପ୍ରଦେଶ ୪୨
ତେଲେଙ୍ଗାନା ୪୯

ରହିଛି

ତେଣୁ ରାଜ୍ୟ ସରକାର ସରକାରୀ ସର୍ବୋଚ୍ଚ ବୟସ ସୀମା ବଢ଼େଇଲେ ବହୁ ଯୁବକ ଯୁବତୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି କରାଯାଉଛି ।

ଇସ୍ରୋ ର ମହିଳା ବୈଜ୍ଞାନିକ ଙ୍କ ପରଲୋକ -ରକେଟ ଉତକ୍ଷେପଣ ସମୟ ରେ ଆଉ ଶୁଭିବନି ତାଙ୍କ ଓଲଟ ଗଣତି ର ସ୍ୱର

୦୪/୦୬ ଭଏସ ଅଫ କମନ୍ସ ନ୍ୟୁଜ୍

ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଦେଶ ବୈଜ୍ଞାନିକ ମାନ ଙ୍କ ପ୍ରଶଂସାରେ ମୁଖର ଥିଲା ବେଳେ ଏହି ମିଶନ ରେ ଥିବା ଜଣେ ବୈଜ୍ଞାନିକ ଙ୍କୁ ସବୁଦିନ ଲାଗି ହରେଇଛି ଦେଶ ।ଏକ ନିଆରା ଶୈଳୀ ରେ କାଉଣ୍ଟ ଡାଉନ୍ ବା ଓଲଟ ଗଣତି କରି ସମସ୍ତଙ୍କ ମନ ଛୁଇଁ ଥିବା ସେଇ ମହାନ୍ ମହିଳା ବିଜ୍ଞାନୀ ଙ୍କ ସ୍ୱର ଆଗାମୀ କୌଣସି ମହାକାଶ ଯାନ ଉତକ୍ଷେପଣ ରେ ଆଉ ସୁଭିବ ନାହିଁ।

ଓଲଟି ଗଣତି କରି ରକେଟ ର ଉତକ୍ଷେପଣ କୁ ଗତି ଦେଉଥିବା ବୈଜ୍ଞାନିକ ଏନ୍‌. ବାଲାର୍ମାତିଙ୍କ ଶନିବାର ସନ୍ଧ୍ୟାରେ ଚେନ୍ନାଇ ଠାରେ ପର ପାରି କୁ ଚାଲିଯାଇଛନ୍ତି ।

ଇସ୍ରୋ ଲୋକସମ୍ପର୍କ ଅଧିକାରୀ ଙ୍କ ସୂଚନା ଅନୁସାରେ, ବାଲାର୍ମାତି ସତୀଶ ଧବନ ମହାକାଶ କେନ୍ଦ୍ର ରେଞ୍ଜ ଅପରେସନ୍ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗୀ ଥିଲେ।
ସେ ଭାରତର ପ୍ରଥମ ରାଡାର ଇମେଜିଂ ସାଟେଲାଇଟ୍‌ RISAT-1 ର ପ୍ରକଳ୍ପ ନିର୍ଦେଶକ ମଧ୍ୟ ରହି ସାରିଥିଲା ବେଳେ ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘

ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇ ବାର ଗୌରବ ସେ ପାଇଥିଲେ । ଏହି ମହାନ୍ ମହିଳା ବୈଜ୍ଞାନିକ ଙ୍କ ପରଲୋକ ରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

three × one =