ମା ଲାଗିଛନ୍ତି ମୁଲ – ସଂଘର୍ଷ ଭିତରେ ଦିବ୍ୟା ଆ ଇ ପି ଏସ ରୁ ହେଲେ ଆ ଏଇ ଏସ

କଠିନ ପରିଶ୍ରମ କେବେ ବି ବୃଥା
ଯାଏ ନାହିଁ ବୋଲି ପ୍ରମାଣିତ କରିଛନ୍ତି ହରିୟଣା ମହେନ୍ଦ୍ରଗଡ୍ ର ଝିଅ ଦିବ୍ୟା ତନୱାର୍। ପ୍ରତିକୁଲତାର ପାହାଡ଼ ଲଦି ହୋଇପଡିଲେ ବି ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ି କିଛି ଗୋଟେ ନୂଆ କରିବା ଲାଗି ସେ ନେଇ ଥିବା ଶପଥ କୁ ଏଇ ବର୍ଷ ଆଇ ଏ ଏସ ପାଇ ସେ ଦେଖେଇ ଦେଇଛନ୍ତି ।
ବାପା ଚାଲିଗଲା ପରେ ଦିବ୍ୟା ଙ୍କ ପଢା ଖର୍ଚ୍ଚ ଲାଗି ମା ବବିତା ତନୱାର ଙ୍କୁ ମୂଳ ଲାଗିବାକୁ ପଡ଼ିଛି ।ସେଇ ମୁଲ ଲାଗିବ ଦେଖି ଦେଖି ଡିବ୍ୟା ବି ମା ଙ୍କ ପରିଶ୍ରମ କୁ ସାର୍ଥକ କରିବାକୁ ପ୍ରାଣ ପଣେ ଲାଗି ପଡ଼ି ୨୦୨୨ ରେ ପ୍ରଥମ ପ୍ରୟାସରେ ଭାରତୀୟ ପୁଲିସ ସେବା ରେ ୪୩୮ କ୍ରମ ରେ କୃତକାର୍ଯ୍ୟ ହୋଇ ପୁଣି ଏଇ ବର୍ଷ ଭାରତୀୟ ପ୍ରଶାସନିକ ସେବାରେ ୧୦୫ ରେ କୃତକାର୍ଯ୍ୟ ହୋଇଛନ୍ତି ।
ପ୍ରଥମେ ନବୋଦୟ ବିଦ୍ୟାଳୟ ରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କଳା ପରେ ସେ ମହେନ୍ଦ୍ର ଗଡ ର ସରକାରୀ ମହିଳା ମହାବିଦ୍ୟାଳୟ ରୁ ସ୍ନାତକ ବିଜ୍ଞାନ ଶିକ୍ଷା ସମାପ୍ତ କରି ଭାରତୀୟ ପ୍ରଶାସନିକ ସେବା ରେ ଯୋଗ ଦେଇଥିଲେ । ଦିନକୁ ପ୍ରାୟ ଦଶ ଘଣ୍ଟା ପରିଶ୍ରମ କରି ସେ ଏମିତି ଏକ ବିରଳ ସଫଳତା ପାଇ ଯୁବ ପିଢ଼ି ଲାଗି ପାଲଟିଛନ୍ତି ଆଦର୍ଶ ।

Leave A Reply

Your email address will not be published.

16 + 2 =