ଦେଶପ୍ରେମ – କ୍ରିକେଟ – ଜୁଆ – ଠକେଇ
ଆଲେଖ୍ୟ – ସୁଧାଂଶୁ ମୋହନ ରାଉତ୍
ଯୁଧ୍ୟକୁ ଛାଡି ଦେଶବାସୀଙ୍କୁ ଦେଶପାଈଁ ଏକାଠି କରେଇବାରେ କ୍ରିକେଟ ସର୍ବାଗ୍ରେ। ଭାରତୀୟମାନେ ଯାହାକୁ ଭଲ ପାଆନ୍ତି, ଆଦର ଓ ସମ୍ମାନ କରନ୍ତି ତାହାକୁ ଖୁବ ନିଷ୍ଠାପର ଭାବେ କରନ୍ତି।
ଏହିକଥା ଟିକୁ ଠଉରେଇ ନେଲେ କମ୍ପାନୀ। ସିଧା କୁଦିପଡିଲେ ତାଙ୍କ ଜିନିଷ ପତ୍ର ଧରି। ଝାମ୍ପି ନେଲେ ମୁଣିରୁ ଟଙ୍କା। ଏପଟେ ଗାଲରେ ରଙ୍ଗ, ଦେହରେ ଜର୍ସି ପିନ୍ଧି ଯେତେବେଳେ ଦର୍ଶକ ପାଗଳ ପ୍ରାୟ ନାଚରେ ମସଗୁଲ ଠିକ ସେତିକିବେଳେ ପକେଟରୁ ଟଙ୍କା ଚାଲିଗଲା ଆରବପତିର ଖାତାକୁ। ସିଏ ମଦକୁ ପାଣି ବୋଲି ଵିଜ୍ଞାପନ ଦେଲା ଏ ମିଛୁଆ ଷ୍ଟାର ଙ୍କ ଦ୍ୱାରା। ଦର୍ଶକ କିଣିଲେ। ସିଏ ଗୁଟଖାକୁ ଗୁଜୁରାତି ବୋଲି ବିକିଲା ଏମାନେ କିଣିଲେ ଖାଇଲେ।
ଗୋଟିଏ ସମୟରେ ୫୫ କୋଟି ଲୋକ କେବଳ ଖେଳ ଦେଖୁଥିବେ ତାହା ପୁଣି ଦିନପରେ ଦିନ !
ଯିଏ ଏ ଦେଶର ସମ୍ପତି ଲୁଟି ଅନ୍ୟଦେଶରେ ଲୁଚିଛି ତାହାରି କମ୍ପାନୀ ପାଈଁ ଖେଳୁ ଥିବା କେଇଜଣଙ୍କୁ ଦେଖିବାକୁ ଏମିତି ପାଗଳ ପଣ ? ସେ ଦେଶରେ ବସି ଏ ଉନ୍ମାଦିତ ଯୁବକ ଓ ମାନସିକ ଲମ୍ପଟ ନେତାଙ୍କୁ ଦେଖି କେମିତି ତାତ୍ସ୍ୟଲ୍ୟରେ ହସୁଥିବ ?
ଦଶ ସେକେଣ୍ଡଵିଜ୍ଞାପନକୁ ୫୦ ଲକ୍ଷ ଟଙ୍କା ଦେଉଥିବା କମ୍ପାନୀ ଜାଣିଛି ଯେ ଆପଣଙ୍କୁ ସିଏ କଣ ବିକିବ- କେତେଟଙ୍କାରେ ବିକିବ। ଆପଣ ଜାଣନ୍ତିଯେ କାର ଚଲେଇବା ପାଈଁ ରାସ୍ତା ନାହିଁ। ତା ସତ୍ୱେ ବି କାର କିଣି ଗ୍ୟାରେଜରେ ଥୋଇବେ। ଦର୍ଶକ କଣ ଦେଖିବେ ସେଥିପାଇଁ ପ୍ରତି ସେକେଣ୍ଡ ପିଛା ପ୍ଲାନିଂ ହୋଇଛି। କାହା ହାତରେ କେମିତିଆ ଟାଟୁ, କାହା ସ୍ତ୍ରୀ ଅଣ୍ଟାରେ କେତେଟା ଭାଙ୍ଗ। ଯିଏ ଦେଶକୁ ବିଶ୍ଵକପ ଆଣିଥିଲେ କମ୍ପାନୀ ତାଙ୍କୁ ଲଗେଇଛି ଦେଶବାସୀଙ୍କୁ ଗୁଟଖା ଖୁଆଇବାରେ। କି ବିଭତ୍ସ ବ୍ୟବସ୍ଥା!
୨୫ ମିନିଟ ଜେନେରେଟର ବନ୍ଦ ହୋଇ ଖେଳ ବନ୍ଦ ହେଲା। ସେଇ ୨୫ ମିନିଟ ୪୦ ହଜାର ଦେଶପ୍ରେମୀ ଷ୍ଟାଡିୟମକୁ ଲାଗିଥିବା ଗଡ଼ଖାଇ ଖୋଳି ପକେଇଥିଲେ ତାହା ଉଦ୍ଧlର ପାଇଯାଇଥାନ୍ତା।
ସେଇ ଗଡ଼ଖାଇ ଭିତରେ ପରା ଆମର ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ରଖିଥିଲା ସେ ମୋଗଲ ଶାସକ !
ସେ ଜୁଆ କଥା ଅକଳ୍ପନୀୟ। ଜଣକ ଠାରୁ ୫୦-୧୦୦ ଟଙ୍କା ଲେଖାଏଁ ନେଇ ଦିନକୁ ଶହ ଶହ କୋଟି ଟଙ୍କାର ସଫେଦ ଲୁଟ ହେଉଛି।
ସେମାନଙ୍କର ବାହାଘର ଇଟାଲିରେ ହେଉଛି ଆମେ କିଣୁଥିବା ମୃଦୁପାନୀୟ ଟଙ୍କାରେ।
ଆରବପତିଙ୍କ ସହ ମିଶିଯାଇଛନ୍ତି ନେତା। କ୍ରିକେଟ ହୋଇଛି ମାଧ୍ୟମ। ବିଚରା ନିରୀହଙ୍କ ଟଙ୍କା ଓ ଜୀବନ ଲୁଟ ହୋଇଗଲା। ଗୁପଚୁପ ଵାଲା ର ୧୮ ବର୍ଷର କଲେଜ ପଢ଼ୁଆ ପିଲାଟାବି ମରିଗଲା।
ଅସହ୍ୟ ଯନ୍ତ୍ରଣା। ଦେଶପ୍ରେମ ପ୍ରୟୋଗରେ ହେଉ।
ବନ୍ଧୁଘର, ଲଙ୍କାପଡା, ଜଗତସିଂହପୁର