
ଭଏସ ଅଫ୍ କମନ୍ସ
ଗୋ ସେବକ ଙ୍କ ପଶୁ ପ୍ରେମ କୁ ନେଇ ଏକ ଅନ୍ତରଙ୍ଗ ଅନୁଭବ ର କରୁଣ କାହାଣୀ
ଘଟଣାକୁ ମସେ ପୂରିବ, ଏ ଯାଏ କିନ୍ତୁ ଗାଈ ଗୋରୁ ଙ୍କୁ ନିଜ ଛୁଆ ପିଲା ପରି ଭଲପାଉଥିବା ନିରୀହ ମଣିଷ ଟି ର ଗୋ ବିଚ୍ଛେଦ ରେ ଲୁହ କୋହ ଭରା ବାହୁନା ମନ ରୁ ଲିଭିବା ର ଦୂର୍ ର କଥା ବରଂ ଘଟଣାଟି ମତେ ବେସ୍ ଆନ୍ଦୋଳିତ କରୁଛି ।
ମୋ ଗାଈ ବାଛୁରୀକୁ ମତେ ଫେରେଇ ଦିଅ । ସେମାନେ କୋଉଠି ଅଛନ୍ତି କେମିତି ଅଛନ୍ତି ଖାଉଛନ୍ତି କି ନାହିଁ ମତେ ଟିକେ କିଏ କୁହ । ମୁଁ ସେମାନଙ୍କ ବିନା ବଞ୍ଚି ପାରିବିନି । ସେମାନେ ବି ମତେ ଝୁରୁଥିବେ । କଲିଜା ଥରା କାନ୍ଦଣା କେଇ ଟି ନିର୍ବାକ ପଶୁ ଙ୍କ ପାଇଁ ମନ ପକେଇ ଦେଉଥିଲା ଛଅ ମାଣ ଆଠ ଗୁଣ୍ଠ ର ସେଇ ନେତ ଗାଈ ଆଇ ସାରିଆ ଭଗିଆ ର କଥା ।
ସାଲେପୁର ରେ ସରି ନଥାଏ ଉତ୍କଳ ଦିବସ ର ଉତ୍ସବ ର ମୁହୂର୍ତ୍ତ । ହଠାତ୍ ଓଡ଼ିଶାର ବିଶିଷ୍ଟ ଗୋ ସେବକ ଓ ପରିବେଶ କର୍ମୀ ଓମ ଭାଇ ଙ୍କ ଫୋନ ଆସିଲା ।ରାତି ୧୧ ଟା ହେବ । ମୋ ଗୋଡ଼ ରେ ପ୍ରବଳ ଆଘାତ ଲାଗୁଥିଲା ବେଳେ ଯନ୍ତ୍ରଣା ରେ ଛଟ ପଟ ହେଉ ଥାଏ ମୁଁ ।
ଓମ୍ ଭାଇ ଅତି ବ୍ୟାକୁଳ ଭାବ ରେ କହିଲେ ‘ ଭାଇ ରଥ ବାବୁ ତାଙ୍କ ଗାଈ ଗୋରୁ ନେଇ ସନ୍ଧ୍ୟା ସମୟ ରେ ବାଙ୍କୀ ର ଗୋଟେ ଗୋ ଗବେଷଣା କେନ୍ଦ୍ର କୁ ନେଇ ଯାଉଥିଲା ବେଳେ ଶହ ଶହ ସହ ଲୋକ ଏକାଠି ହୋଇ ସେ ଗୋ ବ୍ୟବସାୟ କରି ଗୋ ଚlଳlଣ କରୁଥିବାର ଅଭିଯୋଗ କରି ରାସ୍ତା ରେ ଅଟକେଇ ତାଙ୍କୁ ଖରାପ୍ ବ୍ୟବହାର କରୁଛନ୍ତି । ପ୍ରାୟ ଆଠ ଟି ଗାଡ଼ି ରେ ଯାଉଥିବା ଗାଈ ବାଛୁରୀକୁ କୁ ଜବର୍ ଦସ୍ତ ଅଟକେଇ ମାର ଧର କରି ଗଣ୍ଡଗୋଳ କରିବାକୁ ଆସୁଥିଲା ବେଳେ ସ୍ଥାନୀୟ ଥାନା ବାବୁ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଗାଈ ବାଛୁରୀକୁ ଙ୍କୁ ଥାନା କୁ ନେଇ ଗଲେଣି ‘ । ମୋ ଫୋନ ଲାଗିଲାନି । ରଥ ବାବୁ ବିବ୍ରତ ହୋଇ ଶେଷରେ
ଓମ୍ ଭାଇ ଙ୍କୁ କାନ୍ଦି କାନ୍ଦି ଏ କଥା କହୁଥିଲା ବେଳେ ସତୁରୀ ବର୍ଷ ରେ ବୁଢ଼ା ଲୋକ ଜଣକ ଫୋନ ରେ ଭୋ ଭୋ ହୋଇ ବାହୁନୁଛନ୍ତି । ମତେ ମୋ ଗାଈ ଫେରେଇ ଦିଅ ନ ହେଲେ ମୁଁ ମରିଯିବି।। ମୋ ରାଜ୍ ଆକାଶ ରୋହିତ ଗଣପତି ନିଶା ବୁଢ଼ୀ ଗୌରୀ ଗାୟତ୍ରୀ ସାବିତ୍ରୀ ମତେ ଖୋଜୁଥିବେ ।
ସତରେ ଆଜିକାଲି ମଣିଷ ଆପଣା ମଣିଷ କୁ ଭଲ ପାଉ ନଥିଲା ବେଳେ କେମିତି ମଣିଷ ଟେ ପଶୁ ମାନଙ୍କ ସହ ଏତେ ଅନାବିଳ ମମତା ରେ ବାନ୍ଧି ହୋଇଛି ।
ବାକି ରହିଲା ରଥ ବାବୁ ଙ୍କ କଥା
ଦୁଇ ବର୍ଷ ଆଗରୁ ଜଣେ ଭାଦ୍ର ଲୋକ ଙ୍କ ଜରିଆରେ ରଥ ବାବୁ ଙ୍କ ସହ ସାମ୍ପର୍କ ଗଢି ଉଠିଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଏବେ ଗୋ ସେବାରେ ରହିଛନ୍ତି । ଭାରତୀୟ ଦେଶୀ ଗୋ ପ୍ରଜାତି ଗିର ରେଡ୍ ସିଦ୍ଧ୍ରି ପୁଙ୍ଗନୂର୍ ସହିୱାଲ ବିଞ୍ଝାରପୁରି ପ୍ରଜାତି ର ସଂବର୍ଦ୍ଧନ ସହ ଜିଆ ଖତ୍ ପ୍ରସ୍ତୁତି ଜୈବିକ
କୃଷି ପାଇଁ ଲାଗି ପଡ଼ିଛନ୍ତି ସେ ଗାଈ ଗୋରୁ ଙ୍କୁ ଏତେ ଭଲ ପାଆନ୍ତି ଯେ ଗୁହାଳ ପାଖେ ଖଟ ପକେଇ ରାତି ବି ସୁଅନ୍ତି ସେ ।ପେନସନ ପଇସା ଗୋ ମାତା ର ଖାଇବା ପିଇବା ଲାଗି ନିଅଣ୍ଟ ପଡେ।ଗୋ ସେବା ରେ ଅତିଶୟ ଆଗ୍ରହ ଯୋଗୁ ଆର୍ଥିକ ଦୃଷ୍ଟିରୁ ବେସ୍ ସ୍ୱଚ୍ଛଳ ପରିବାର ସହର ରେ ରହୁଥିଲା ବେଳେ ରଥ ବାବୁ ଏକା ଗାଁ ରେ ରୁହନ୍ତି । ମାହାଙ୍ଗା ର ନଇଗୁଆଁ ରେ ତାଙ୍କର ଘର ।ଓମ ଭାଇ ଓ ବନ୍ଧୁ ମାବେ ଅନେକ ସମୟ ରେ ଅସୁବିଧା ସମୟ ରେ ଗୋ ଖାଦ୍ୟ ଯୋଗାଇ ଦିଅନ୍ତି । ଏବେ ଆଉ ରଥ ସାର୍ ଆର୍ଥିକ ଦୃଷ୍ଟି ରୁ ଆଉ ପାରୁ ନଥିବାରୁ ଗାଈ ଗୁଡ଼ିକୁ ବାଙ୍କୀ ର ଏକ ଗୋ ଆଶ୍ରମ କୁ ଦାନକରି ଦେଇ ସେଠାରେ ସେମାନଙ୍କ ସେବା କରିବାର ନିଷ୍ପତି ନେଇଛନ୍ତି ।
ତେବେ ସେଇ ଦିନ ରାତି ୧୦ ଟା ବେଳେ ସାମ୍ବାଦିକ ତଥା ସାନଭାଇ ଓ ଆମ ଅନୁଷ୍ଠାନ ର ଅନ୍ୟତମ ପ୍ରତିଷ୍ଠାତା ଶ୍ରଧେୟ କୁନି ବାବୁ ଯାଇ ଥାନା ରେ ଖବର ସଂଗ୍ରହ ପାଇଁ ପହଞ୍ଚିଲେ । କିଛି ହିନ୍ଦୁ ସଙ୍ଗଠନ ର କାର୍ଯ୍ୟକର୍ତ୍ତା କୁ ଫୋନ କଳା ପରେ ସେମାନେ ବି ପହଞ୍ଚିଲେ ଆଉ ଜାଣିଲେ କି ଇଏ ଗୋ ମାଫିଆ ନୁହନ୍ତି ବରଂ ଜଣେ ଗୋ ସେବକ ।
ମାହାଙ୍ଗା ର ପଶୁ ଧନ ଅଧିକାରୀ ଯିଏ ରଥ ବାବୁ ଙ୍କ ଗାଈ ଗୁଡ଼ିକ ଯିବା ଲାଗି ସରକାରୀ ନିୟମ ଅନୁସାରେ ସବୁ କାଗଜ ପତ୍ର କରିଥିଲେ ସିଏ ବି ବିଲମ୍ୱିତ ରାତି ରେ ଥାନା ରେ ହାଜିରା ଦେଇ ସବୁ କଥା ବୁଝେଇଲେ କି ଯେ ଏହା ବେଆଇନ ଗୋ ଚାଲାଣ ନଥିଲା ।
ଦିନ ଦି ପହର ରେ ବାଉନସର୍ ମାନଙ୍କ ହେପାଯତ୍ ରେ ବର୍ଷ ବର୍ଷ ଧରି ବେଆଇନ ଓ ନୃଶଂସ ଭାବେ ଗୋ ଚାଲାଣ ଓ ଗୋ ମଂଶ ରାଜ୍ୟ ରୁ ବାହାରକୁ ଯାଉଥିଲା ବେଳେ ନିଜ ଗାଈ ମାନଙ୍କୁ ଗୋଟେ ଗୋ ଶାଳା କୁ ଦାନ ଦେଇ କଣ ଭୁଲ କରିଛନ୍ତି ବୋଲି ନିଜ କୁ ସେ ବାରମ୍ବାର ପ୍ରଶ୍ନ ପଚାରିଥିଲେ ।
।ରଥ ସାର କିନ୍ତୁ ବୁଝି ପାରୁ ନଥିଲେ ଭୁଲ୍ କୋଉଠି ରହିଲା । ଗାଈ କୁ କଣ ଭଲ ପାଇବା ଭୁଲ । ତମାମ ଜୀବନ ପରିବେଶ ବିସମୁକ୍ଟ ଚାଷ ବାସ ଆଉ ଦେଶୀ ଗାଈ ର ସୁରକ୍ଷା ର ସପନ ଟି ତା ପରି ନିରୀହ ମଣିଷ ଦେଖିବା କଣ ଭୁଲ୍। ସବୁ କଥା ଗୋଟି ଗୋଟି କରି
ଥାନା ର ଦାରୋଗା ଙ୍କୁ ସେଦିନ ରାତି ରେ ବୁଝେଇଲା ପରେ ବି
ନିଜର ଗାଈ ଗୁଡ଼ିକ ରଥ ବାବୁ ଙ୍କୁ ମିଳିଲାନି ।ରାତି ରେ ସେଇ ଗାଈ ଗୁଡ଼ିକୁ ଜିଲ୍ଲା ବାହାର କୁ ପଠେଇ ଦିଆଗଲା ଜଗତ ସିଂ ପୁର ର ଏକ ଗୋ ସାଳା କୁ । ବେଆଇନ ଗୋ ଚାଲାଣ ଅଭିଯୋଗ ରେ ଗାଈ ଯାଉଥିବା ଗାଡି କୁ ଜବତ କରାଗଲା । ସେଇ ରାତି ରେ ବିଚରା ସତୁରୀ ବର୍ଷ ର ବୁଢ଼ା ମାଷ୍ଟର ଜଣକ ବାହୁନି ବାହୁନି ଦୌଡ଼ିଲେ ଜଗତସିଂହ ପୁର୍ ଗୋ ସାଳା କୁ ।
ତାଙ୍କ ନେତ ଗୁରୁବାରି କାମଧେନୁ ଖାଇଲେ କି ନାହିଁ । ରଥ ସାର ତ ଆଉଁସି ନ ଦେଲେ ପାଣି ପିଅନ୍ତି ନି ସେମାନେ । ରାତି ରେ ସାର ପହଞ୍ଚିଲା ବେଳକୁ ଗାଈ ମାନେ କାନ୍ଦୁଥିଲେ । ରଥ ସାର ଙ୍କୁ ଚାଟି ପକାଉଥିଲେ ।
ଗୋ ଆଶ୍ରମ ର କର୍ମ କର୍ତ୍ତା ଙ୍କୁ ସବୁ ବୁଝାଇ ନିଜ ଗାଈ ଗୁଡ଼ିକୁ ଫେରେଇ ନେବାକୁ ଅନୁରୋଧ କଲେ ସାର । ହେଲେ ସେମାନେ ଅସହାୟତା ପ୍ରକାଶ କଲେ ।
ଦାରୋଗା ଗାଈ ଗୁଡ଼ିକ ଦେଇ ଥିବାରୁ ସେ ନିର୍ଦ୍ଦେଶ ଦେଲେ ଗାଈ ଗୁଡ଼ିକୁ ଫେରେଇ ଦେବେ ବୋଲି କହିଲେ ଗୋ ଆଶ୍ରମ ର କରୁତ୍ତୁପକ୍ଷ ।ପୁଣି କାନ୍ଦି କାନ୍ଦି ରଥ ସାର ଘର କୁ ଆସିଲା ବେଳେ ନିଜ ଗାଈ ମାନଙ୍କୁ ଦେଖି ଆଉ ନିଜକୁ ସମ୍ଭାଳି ପାରିଲେନି। ଖୁବ୍ ଜୋର୍ ରେ ବହୁନି ବାହୁନୀ ଘରକୁ ଫେରିଲା ବେଳେ ଗାଈ ମାନେ ବି କାନ୍ଦୁଥିଲେ ।
ଏ ବୟସ ରେ କିଛି ବି ଭୁଲ ନ କରି ଏମିତି ହାନ୍ତ ସନ୍ତ୍ ହେଉ ଥିବାରୁ କୋର୍ଟ କଚିରି ମାଲି ମକଦ୍ଦମା
ଭିଡ ରେ ଆଉ ତାଙ୍କୁ ଗାଈ ମିଳିବନି ବୋଲି ନିଶ୍ଚିତ ହୋଇ ସାରିଥିଲେ ସେ ।
ସକାଳେ ମୋ ଦେହ ଟିକେ ସୁସ୍ଥ ହେଲା । ରଥ ସାର ଙ୍କ ବାରମ୍ବାର ଫୋନ ଆଉ ଫୋନ ସେ ବାହୁନା ଶୁଣି ମୁଁ ବି ଅଥୟ ହୋଇ ପଡିଲି ।
ଏ ଲଢେଇ ଆଉ ତାଙ୍କ ଲଢେଇ ନ ଥିଲା ଏ ଥିଲା ଆମ ପାଇଁ ଏକ ଆହ୍ବାନ । ତୁରନ୍ତ ଓମ୍ ଭାଇ ଅକ୍ଷୟ ଭାଇ ଜଗତ ସିଂହ ପୁର ଗୋ ସାଲା ସହ ଯୋଗାଯୋଗ କରି ଗାଈ ମାନଙ୍କ ଖାଇବା ପିଇବା ବ୍ୟବସ୍ଥା କଲେ । ଆମେ ରାଜ୍ୟ ର ପ୍ରମୁଖ ଗୋ ରକ୍ଷା ସଂଗଠନ ସହ ଯୋଗାଯୋଗ କରି କିପରି ନିରୀହ ଗୋ ସେବକ ଙ୍କୁ ହଇରାଣ କର୍ଯାଉଛି ତାହା ଜଣେଇଲୁ ।ରଥ ସାର ଙ୍କ ଆତ୍ମ ବିଶ୍ୱାସ ପୁରା ଭାଙ୍ଗି ଯାଇଥିବାରୁ ତାଙ୍କୁ ଆଇନ ଗତ ଲଢେଇ ରେ ପୁରା ସହଯୋଗ କରିବାକୁ ସୁପ୍ରିମ କୋର୍ଟ ର ଯୁବ ଅଧିବକ୍ତା ଦେବ ଦତ୍ତ ଭରସା ଦେଲେ ।ପରଦିନ ସକାଳେ ଯେଉଁମାନେ ମିଥ୍ୟା ଅଭିଯୋଗ କରିଥିଲେ ସେମାନେ ଦୋଶ ସ୍ବୀକାର କରି ଅଭିଯୋଗ ପ୍ରତ୍ୟାହାର କ ଲା ପରେ ବି ଥାନା ପକ୍ଷାରୁ ଗାଈ ଗୁଡ଼ିକ ଫେରେଇ ବା ଲାଗି କୌଣସି ସହଯୋଗ କରାଗଲା ନାହିଁ। ଉପରିସ୍ଥ ଅଧିକାରୀ ଙ୍କୁ ବି ସାକ୍ଷାତ କରାଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ମଧ୍ୟ ଏ ସମସ୍ତ ବିଷୟ ଜଣାଇବାକୁ ପ୍ରୟାସ କରାଗଲା ।
ଦୀର୍ଘ କୋଡ଼ିଏ ଦିନ ର ଉଦ୍ୟମ ପରେ ପୋଲିସ ର ଅସହଯୋଗ ସତ୍ବେ ଆମେ ପୁଣି ରଥ ସାର ଙ୍କୁ ତାଙ୍କ ଗୋ ଧନ ଫେରାଇ ବାକୁ ସଖମ୍ ହେଲୁ । ପୁଣି ଜଗତ ସିଂହ ପୁର ଜିଲ୍ଲା ରୁ ବାଙ୍କୀ ନେବା ଲାଗି ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଗଲା । ଏଥିଲାଗି
ବ୍ୟକ୍ତିଗତ ଭାବେ ଏହି ବିଭାଗ ର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଙ୍କ ସହ କଥା ହେଇ ତାଙ୍କୁ ସବୁ କଥା ଜଣେଇଲା ପରେ ପୁଣି ତିର୍ତ୍ତୋଲ ର ପଶୁ ଧନ ଅଧିକାରୀ ଙ୍କୁ ଅନୁରୋଧ କରିବାରୁ ସେ ସବୁପ୍ରକାର ସହଯୋଗ କରି ଗୋ ସମ୍ପଦ ର ପରିବହନ ପାଇଁ ବ୍ୟବସ୍ଥା କରିଥିଲେ ।
ଓମ୍ ଭାଇ ଅକ୍ଷୟ ଭାଇ ଗାଡ଼ି ଗୁଡ଼ିକୁ ନିଜେ ନେଇ ବାଙ୍କୀ ଗୋ ଆଶ୍ରମ ରେ ଛାଡି ଦେଇ ଆସିଲେ ।
ଏଇ ଧୁ ଧୁ ଖରା ରେ ଅନେକ ଦିନ ଧରି ଖାଇବା ପିଇବା ଛାଡି ଦେଇଥିବା ରଥ ସାର ଏବେ ମୁଠେ ଭଲ କରି ଖାଇଲେଣି । ସୁସ୍ଥ ହେଲେଣି ।
ରଥ ସାର ଙ୍କ ଶୁଖିଲା ଓଠ ରେ ହସ ଧାରେ ଭିତରେ ଏବେ ଅଛି ସରା ଦୁନିଆ ର ସବୁ ଯାକ ହସ ।
କିନ୍ତୁ ବ୍ୟବସ୍ଥା କୁ ଆମର କିଛି ପ୍ରଶ୍ନ ପଚାରିବା ନିହାତି ପ୍ରାସଙ୍ଗିକ । ଏଥିପାଇଁ ଯେ ବେଆଇନ ଭାବେ ଗୋ ଚଲାନ କୁ ପ୍ରଶାସନ ରୋକି ପାରୁ ନାହିଁ । କିଛି ଭ୍ରଷ୍ଟ ଅଧିକାରୀ ଓ ରାଜନେତା ଙ୍କ ଅସାଧୁ ମେଣ୍ଟ ଓ ଅର୍ଥ ଲାଳସା ରେ ଏହାକୁ ଉତ୍ସାହିତ କରୁଥିଲା ବେଳେ କଣ ପାଇଁ ଜଣେ ନିରୀହ ବାୟୋ ବୃଦ୍ଧ୍ ଗୋ ସେବକ ଙ୍କୁ ସମ୍ବେଦନ ସିଳତା ର ସବୁ ସୀମା ରେଖା ଟପି ଏମିତି ଶାରୀରିକ ଓ ମାନସିକ ସ୍ତର ରେ ନିର୍ଯ୍ୟାତିତ କରାଗଲା ।
କଣ ପାଇଁ ନିରୀହ ପଶୁ ମାନେ ମଧ୍ୟ ଏଥିରୁ ବାଦ୍ ପଡିଲେଣି ।
କଣ ପାଇଁ ପୁଲିସ ସବୁ କାଗଜ ପତ୍ର ତନଖି କରି ସରକାରୀ ବ୍ୟବସ୍ଥା ଅନୁସାରେ ଅନୁମତି ଦେଉଥିବା ଜାଣିଲା ପରେ ଏପରିକି ସେହି ଦିନ ରାତି ରେ ପଶୁଧନ ଅଧିକାରୀ ଓ ପଶୁ ଡ଼ାକ୍ତର ଙ୍କୁ ଜେରା କରି ପ୍ରକୃତ ତଥ୍ୟ ପାଇଲା ପରେ ବି ଗାଈ ବାଛୁରୀ ଗୁଡ଼ିକୁ ବିଲମ୍ୱିତ ରାତି ରେ ଅନ୍ୟ ଏକ ଜିଲ୍ଲା ର ଗୋ ଶାଳ କୁ ପଠେଇ ଦେଲା ।
କଣ ପାଇଁ ସବୁ କିଛି ପରିଷ୍କାର ହୋଇ ଗଲା ପରେ ବି ନିଜ ତ୍ରୁଟି କୁ ସୁଧାରି ସମ୍ମାନ ଜନକ ଭାବ ରେ ଗାଈ ଗୁଡ଼ିକୁ ଜଗତ ସିଂହପୁର ର ଗୋ ଆଶ୍ରମ ରୁ ଆଣି ପୁଣି ନିର୍ଦ୍ଧାରିତ ସ୍ଥାନ କୁ ଯିବା ଲାଗି ବ୍ୟବସ୍ଥା କରା ଗଲା ନାହିଁ ।
ବେଆଇନ ଚାଲାଣ ଅଭିଯୋଗ ସତ୍ୟ ହୋଇ ନଥିବାରୁ ଯଦି ପୁଲିସ ଦ୍ୱାରା ଜବତ ହୋଇଥିବା ଥିବା ଗାଡ଼ି ଗୁଡ଼ିକ ଛାଡ଼ି ଦିଆଗଲା ତେବେ ଗୋ ଧନ କୁ କାହିଁକି ଜିଲ୍ଲା ବାହାରେ ଅଟକ ରଖାଗଲା ? ଜଣେ ବରିଷ୍ଠ ନାଗରିକ ଙ୍କୁ କୌଣସି ଦୋଷ ନ କରି ଯେଉଁ ମାନସିକ ଶାରୀରିକ ନିର୍ଯ୍ୟାତନା ଦିଆଗଲା ସେଥିପାଇଁ ଦାୟୀ କିଏ ?
ଏବେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଏହି ମାନବିକ ଅଧିକାର ଉଲ୍ଲଙ୍ଘନ ଅଭିଯୋଗ ଟି ପହଞ୍ଚି ସାରିଥିଲା ବେଳେ ଏମିତି ଆଉ ଏକ ଘଟଣା ନ ଘଟିବା ପାଇଁ ଏହାର ତଦନ୍ତ ଠିକ୍ ଭାବେ ନିହାତି ହେବା ଦରକାର ।
ଖବର କାଗଜ ପୃଷ୍ଠା ରେ
ସୌଜନ୍ୟ ଦୈନିକ ସମାଜ