ଭଏସ ଅଫ କମନ୍ସ
ଗୋମାତା ର ଘାସ ମାରୁଛି କିଏ, ପ୍ଲାଷ୍ଟିକ ଘାସ କିଣୁଛି କିଏ ?
ବୃତ୍ତିରେ ସୁଧାଂଶୁ ରାଉତ୍ ଜଣେ ବରିଷ୍ଟ ବ୍ୟlଙ୍କ ପରିଚାଳକ ହେଲେ ପ୍ରବୃତ୍ତିରେ ଜଣେ ସମାଜସେବୀ ।ନୀରବ ରେ ସମାଜ ପାଇଁ ବହୁକ୍ଷେତ୍ର ରେ ମୁଖର ସେ । ନିସର୍ତ୍ତ ନିଶ୍ଵlର୍ଥ ତାଙ୍କ ସେବାର ର ବିନ୍ଦୁ ବଳୟ । ନିରୋଳା ସେବା ଦେଉଥିବା ଏକାଧିକ ଅନୁଷ୍ଠାନ ସହ ଆବେଗିକ ସ୍ତର ରେ ସେ ଜଡ଼ିତ ହୋଇଥିଲା ବେଳେ ବନ୍ଧୁ ସଂଗଠନ ସେ ର ଅନ୍ୟତମ ସଂସ୍ଥାପକ ।ତାଙ୍କ ଚିନ୍ତା ର ଚୌହଦିରେ ଭିନ୍ନ ଭିନ୍ନ ଚେତନା କୁ ଆଧାର କରି ସମାଜର ବହୁ ଛୋଟ ଛୋଟ ଘଟଣା ଦୁର୍ଘଟଣା ରୁ ଅନୁଭବ ସାଉଁଟି ବାର୍ତ୍ତା ଟିକୁ ସରଲ ଅଥଚ ହୃଦୟ ସ୍ପର୍ଶ ଶବ୍ଦ ରେ ସେ ପରସି ଦିଅନ୍ତି ଯାହା ସଂକ୍ଷିପ୍ତ ହୋଇପାରେ କିନ୍ତୁ ଶାଣୀତ ସେହିପରି କିଛି ଅନ୍ତରଙ୍ଗ ଆଲେଖ୍ୟ ରେ ,ସୁଧାଂଶୁ ମୋହନ ରାଉତ୍ ,
ସହର, ଗାଁ , ପାର୍କ, ଚଲାପଥ ସବୁଆଡେ ଘାସଉପରେ କଂକ୍ରିଟ ଓ ଟାଇଲ ପଡୁଛି l ଘାସ ନ ଓପାଡି ବିଷ ପଡୁଛି ବ୍ୟାପକ ଭାବେ l କେନାଲ ଘାସ ସଫା ନକରି ବିଷରେ ମରାଯାଉଛି l ହଜାର ହଜାର ଲିଟର ଅତ୍ୟନ୍ତ ବିଷାକ୍ତ ଘାସ ମରା ବିଷ ପ୍ରୟୋଗ ଚାଲିଛି l ଘାସ ଅଭାବରୁ କେବଳ ଗୋଖାଦ୍ୟ କିଣିବା ଖର୍ଚ୍ଚ କ୍ଷୀର ଉତ୍ପାଦନ ର 70 %- 80% ରେ ପହଞ୍ଚିଲାଣି l ଅଣ୍ଡିରା ବାଛୁରୀ ଟିକୁ 15 – 20 ଦିନରେ ଘରୁ ତଡ଼ିଦେବା ଛଡା ଚାଷୀ ପାଖରେ ଉପାୟ ନାହିଁ l ବୁଢ଼ୀ ଗାଈ ବିକିଦେବା ଛଡା ବିକଳ୍ପ ନାହିଁ l ଗୋମାତା ଭକ୍ତ ସେ ବୁଢ଼ୀ ଗାଈ ବା କଅଁଳା ବାଛୁରୀ ଗୋଟାଏ ଲେଖାଏଁ କିଣି ପକାନ୍ତେନି ! ଚୀନରୁ ଗୋଖାଦ୍ୟ ବି ଆମଦାନୀ ହେଲାଣି l ସେପଟେ ପ୍ଲାଷ୍ଟିକ ଘାସ ବ୍ୟବହାର ପାପୋଛ ରୁ ସୋରୁମ, ବାହାଘର ଷ୍ଟେଜ, ଠାକୁର ଘର କାନ୍ଥ ଯାଏଁ ପହଞ୍ଚିଲାଣି l
ଯେଉଁ ସହରରୁ ଘାସ ମାରିଦେଲେ ସେହି, ସହରରେ ଛକ ଉପର ମୂର୍ତ୍ତି ରେ ପ୍ଲାଷ୍ଟିକ ଘାସର ଆବରଣ l ପ୍ଲାଷ୍ଟିକ ଘାସ ର ଗାଲିଚା, ପାପୋଛ କୁ recycle କରିବା ଅସମ୍ଭବ l କପିଳାସ ମନ୍ଦିର ରେ ମରିଥିବା ଗାଈ ପେଟରୁ ବାହାରିଛି ଟୋକେଇଏ ପଲିଥିନ l
ଯିଏ ଘାସ କାଟି ଗାଈକୁ ଦେଇ କ୍ଷୀର କୁ ଶସ୍ତାରେ ବିକିଲା ସିଏ ଗାଉଁଲି , ଆଉ ଯିଏ ବିଷ ପକେଇ ଘାସ ମାରିଲା, ଘର ଚାରିପଟେ ଘାସ ଉପରେ କଂକ୍ରିଟବା ଟାଇଲ ପକେଇଲା,ପ୍ଲାଷ୍ଟିକ ଘାସ କିଣି ଘର ସଜେଇଲା ସିଏ ହେଲା ମଧ୍ୟବିତ୍ତ, ମାନେ Middle class.
ବିଡମ୍ବନା l
ବନ୍ଧୁଘର, ଲଙ୍କାପଡା, ଜଗତସିଂହପୁର
ଅଗଷ୍ଟ 18 ର ସୁଭାଷ ବୋଷ
ସୁଧାଂଶୁ ମୋହନ ରାଉତ୍
ବନ୍ଧୁଘର ଲଙ୍କାପଡା, ଜଗତସିଂପୂର୍
କଲିକତା ଏଲଗୀନ ରୋଡ଼ ଘରୁ ମହମ୍ମଦ ଜିଆଉଦ୍ଦିନ ନାଁରେ ଯେଉଁ ବ୍ୟକ୍ତି ବାହାରି ଗମୁ, ଆଫଘାନିସ୍ତାନ ଦେଇ ୟୁରୋପ ଓ ଜାପାନ ଛୁଇଁ ସ୍ୱାଧୀନ ଭାରତର ଆନ୍ତରୀଣ ସରକାର ସିଙ୍ଗାପୁରରେ ଗଠନ କଲେ, 1945 ଅଗଷ୍ଟ 18 ରେ ବିମାନ ଦୁର୍ଘଟଣା ହେଲା ବେଳେ ସେହି ବ୍ୟକ୍ତିଙ୍କ ପାଖରେ ଥିଲେ ଜଣେ ହବିବୁର ରହମନ l
ଧର୍ମ ଠାରୁ ଅଲଗାରହି ଭାରତର ସ୍ୱାଧୀନତା ପାଇଁ ସବୁଧର୍ମର ଲୋକଙ୍କୁ ନେଇ ଯେଉଁ ପଟୁଆର ଭାରତ ଆଡେ ପୂର୍ବପଟୁ ମାଡିଆସୁଥିଲା,ଅଗଷ୍ଟ 18, 1945 ରେ ତା’ର ନେତାଜୀଙ୍କୁ ଚିରନିଦ୍ରାରେ ଶୋଇଯିବାର ଦେଖି ପୁରା ଭାଙ୍ଗିପଡ଼ିଲା l
ଯିଏ ଧର୍ମ ଭିତ୍ତିରେ ନୂଆ ଦେଶ ପାଇଁ ଜିଦି ଧରି ନିରୀହ ମଣିଷଙ୍କୁ ପଶୁ କରିଦେଲା, ସିଏ ବୁଝିପାରୁନଥିଲା ସେହି ଧର୍ମାନ୍ଧ ମଣିଷ ସେ ଦେଶକୁ ପୁଣି ଭାଗ ଭାଗ କରିଦେବେ, ଅଣ୍ଟାରେ ବୋମା ବାନ୍ଧି ଅସଂଖ୍ୟ ଯୁବକ ନିଜେ ନିଜେ ଫୁଟିଯିବେ ବା ଉଡ଼ାଜାହାଜ ସହ ଜଳିଯିବେ l ସେଥିପାଇଁ ଆଉ ଇଂରେଜ ଙ୍କୁ ଦୋଷ ଦେଇହେଉନଥିବ l ତାଙ୍କ ଜିଦିକୁ ଦେଖି ଏପଟେ ଆଉ ଦଳେ ଇଂରେଜ ବିରୁଦ୍ଧରେ ନ ଲଢ଼ି ଭାରତୀୟଙ୍କ ବିରୋଧ କଲେ l ନା ଗାନ୍ଧୀଙ୍କ ସହ ମିଶିଲେ ନା ସୁବାଷଙ୍କ ସହ l ଗାନ୍ଧୀଙ୍କ ମତ କୁ କେମିତି ବିରୋଧ କରାହୁଏ ସୁଭାଷ ଙ୍କ ଠାରୁ ଶିଖିଲେନି, ନା ସୁଭାଷ ଙ୍କୁ ପଢିଲେ l 1934 ର ସୁଭାଷଙ୍କ ଦ୍ୱାରା ଲିଖିତ The Indian Struggle ପଢିଲେନି ଏଇଥିପାଇଁ ଯେ ସେଥିରେ ସମସ୍ତଙ୍କୁ ଯୋଡିବା ଓ ଇଂରେଜ ଙ୍କୁ ହଟେଇବା କଥା ଥିଲା l
ଯେତିକି ଶ୍ରମ ଓ ପ୍ରସ୍ତୁତିରେ ପାର୍ଥନା ସଭାରେ ଗୁଳି ଫୁଟିଲା ସେତିକି ଶ୍ରମକରି ଯଦି ଆଉ କେଇ ଜଣ ସାଣ୍ଡାୟାର କି ଡାୟାର ଛାତିରେ ଗୁଳି ବାଜିଥାନ୍ତା ତେବେ ଦୃଶ୍ୟ ପଟ ଅଲଗା ହୋଇଥାନ୍ତା l ଆଉ କେତୋଟି କାକୋରୀ, ଚଉରୀ ଚଉରା ହୋଇଥିଲେ ବା ଆଉ କେତେ ବିଧାନସଭା ରେ ବୋମା ପକେଇଥିଲେ ପରିଣତି ଅଲଗା ହୋଇଥାନ୍ତା l
ହେ ସୁଭାଷ ! “ମୋତେ ରକ୍ତ ଦିଅ ” ଡାକରା ଦେଲାବେଳେ କଣ ଜାଣିଥିଲ,କେଇ ବର୍ଷ ପରେ ଏ ଜାତି ତୁମରି ପରିବାର କୁ କେଇ ମିଲିଲିଟର ରକ୍ତ ମାଗିବ DNA ଟେଷ୍ଟ ପାଇଁ ? ଏମିତି ନୁହଁ ଏ ଗୋଷ୍ଠୀ ତୁମକୁ ବୁଝୁନଥିଲେ l ସେମାନେ ଠିକ ଜାଣୁଥିଲେ ତୁମ ଭଳି ଗାନ୍ଧୀଙ୍କୁ ବିରୋଧ କଲେ, ତୁମ ଭଳି ଗାନ୍ଧୀଙ୍କୁ “ଜାତିର ପିତା ” କହିବାକୁ ପଡିବ ବା ଆଜାଦ ହିନ୍ଦ ଫୌଜରେ ଗାନ୍ଧୀ ରେଜିମେଣ୍ଟ ନାମକରଣକୁ ସମର୍ଥନ କରିବାକୁ ପଡିବ l ଭାରତ ଛାଡିଲା ବେଳେ ସେଦିନ ଯେଉଁ Frontier Mail ଟ୍ରେନରେ ଦିଲ୍ଲୀ ରୁ ପେଶାୱାର ଯାଇଥିଲ, ଆଉଥରେ ସେ ଟ୍ରେନ ଚାଲି ଦୁଇ ପଟର ଲୋକଙ୍କୁ ଯୋଡିବ, ଘୃଣା ହଟିବ l ଅଗଷ୍ଟ 18 ରେ ଆମର ଏତିକି ପାର୍ଥନା l
ବନ୍ଧୁ ଘର, ଲଙ୍କାପଡା, ଜଗତସିଂହପୁର