ବଙ୍ଗୋପସାଗର ରେ। ଦାନା ବାନ୍ଧୁଛି ଲଘୁଚାପ +ଆଜି ଗଗ ନାୟାନ ର ପରୀକ୍ଷା ମୂଳକ ଉତକ୍ଷେପଣ

ଜହ୍ନ ମାମୁଁ ଘର ଆଉ ନୁହେଁ ଦୂର,,

ଜହ୍ନ ମାମୁଁ ସହିତ ଶୈଶବ ରୁ କେମିତି ଏକ ଆବେଗିକ ସମ୍ପର୍କ ଆମର । ବୋଉ କୋଳ ହେଉ କି ବାପା ଙ୍କ କlନ୍ଧ । ସେଇଠୁ ଦୂର ଆକାଶ ରେ ଏଇ ମାମୁଁ ଙ୍କୁ ଦେଖିବାର ଅଭୁଲା ଅନୁଭବ ବଡ ହେଲା ପରେ ବି ଆନ୍ଦୋଳିତ କରେ ପ୍ରତିଟି ହୃଦୟ । ଅଝଟ ହେଲେ ଏଇ ଜହ୍ନ ମାମୁ ଙ୍କୁ ଦେଖେଇ ବୋଉ ଖୁଏଇ ଦିଏ ।ଜେଜି ମା ସଂଜ ହେଲେ ତା କାହାଣୀ ପେଡିରୁ ଜହ୍ନ ମାମୁଁ ଙ୍କୁ ନେଇ କେତେ କାହାଣୀ କୁହେ । ଆଦ୍ୟ ଯଉବନ ରେ କୁଆରିଁ କିଶୋରୀ ଛନ ଛାନିଆ ତୋଫା ଜନ୍ମ ପରି ବର୍ ଟିଏ ପାଇବାକୁ କୁଆଁର ପୁନେଇ ରେ ଚାନ୍ଦ ପୂଜା କରେ । ଆଜି ସେଇ ଚନ୍ଦ୍ର ଆଉ ଅପହଞ୍ଚ ହେଇ ନାହିଁ । ପ୍ରଜ୍ଞାନ ଜହ୍ନ ମାମୁଁ ର ଛାତି ଉପରେ ଠୁକୁ ଠକୁ ପାଦ ପକେଇ ଚଉଦ ଦିନ ଚଲବୁଲା କଲଣି ।

ମାମୁଁ ଘରୁ କେତେ ଖବର ପୃଥିବୀ କୁ ପଥେଲାନି ।

କେବଳ ଦେଶ କୁ ନୁହେଁ ବରଂ ସାରା ବିଶ୍ବ , ଅଗଷ୍ଟ ୨୩ ଓ ତା ପର ଚଉଦ ଦିନର ଐତିହାସିକ କ୍ଷଣଙ୍କୁ ଚା ତ କ ପରି ଚାହିଁ ବସିଥିଲା ବେଳେ ପ୍ରତି ଟି ଭାରତୀୟ ଏଇ ମୁହୂର୍ତ୍ତ କୁ ଗଭୀର ଉତ୍କଣ୍ଠା ଓ ଆତ୍ମବିଶ୍ବାସ ଦେଇଛି ।

ଫୋଟୋ ଇସ୍ରୋ
ଭାରତୀୟ ମହାକାଶ ବିଜ୍ଞାନ ପାଇଁ ଏହା ହୋଇଛି ଏକ ସ୍ମରଣୀୟ ଐତିହାସିକ ସନ୍ଧିକ୍ଷଣ୍,,
ଚନ୍ଦ୍ର ର ଦକ୍ଷିଣ ମେରୁ ଅଞ୍ଚଳ ରେ ବିଶ୍ବ ର ପ୍ରଥମ୍ ରାଷ୍ଟ୍ର ଭାବେ ଇସ୍ରୋ ତାର ଚନ୍ଦ୍ର ଯାନ ୩ କୁ ସ୍ଥାପନ କରିବା ସହ ହଲିଉଡ୍ ସିନେମା ଠାରୁ କମ୍ ଖର୍ଚ୍ଚ ରେ ଏହି ଅଭିଯାନକୁ ସଫଲ କରି ପାରିଛି ।ତେବେ ଅଗଷ୍ଟ ,୨୩ ର ସଂଧ୍ୟା ପାଖାପାଖି ୬ ଟା ରେ ବିକ୍ରମ ର ସଫ୍ଟ୍ ଲ୍ୟଣ୍ଡିଙ୍ଗ କରିଛି ।
ପୃଥିବି ର ଅନ୍ୟତମ ମହାଶକ୍ତି
ଋଷିଆ ସଦ୍ୟ ପ୍ରେରଣ କରିଥିବା ଚନ୍ଦ୍ର ଯାନ ଲୁନା -୨୫ ଅଗଷ୍ଟ ୨୧ ରେ ଲlଣ୍ଡିଂ କରିବାକୁ ଥିଲା ବେଳେ ଏହା କକ୍ଷ ପଥ ପରିବର୍ତ୍ତନ କଲାବେଳେ ଏହା ଅସଫଳ ହୋଇ ଥିଲା ବେଳେ ବିଶ୍ଵ ର ସମସ୍ତ ଦେଶ ଭାରତ ର ସଫଳତା କୁ ଚାହିଁ
ଥିଲେ ।ମାତ୍ର ୬୧୭ କୋଟି ଟଙ୍କା ବ୍ୟୟ ରେ ଭାରତ ଏକ ସିନେମା ରେ ହେଉଥିବା ଖର୍ଚ୍ଚ ଠାରୁ କମ୍ ଖର୍ଚ୍ଚ ରେ ଏହି ବିରଳ ସଫଳତା ପାଇ ଥିଲା ବେଳେ ଋଷିଆ ପାଖା ପାଖି ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରି ବିଫଳ ହୋଇଥିବାରୁ ମହାକାଶ ବିଜ୍ଞାନ ର ଏହି ବିଫଳତା ର ଦୁଃଖ କୁ ଭାରତୀୟ ମହାକାଶ ବିଯ୍ୟାନୀ ଙ୍କ ସଫଳତା ରୁ ପାଇବାକୁ ବିଶ୍ଵ ବୈଜ୍ଞାନିକ ମାନେ ଅପେକ୍ଷା କରିଥିଲେ

ବିକ୍ରମ ସଫଳତା ର ପାହାଚ ପରେ ପାହାଚ ଚଢିବା ଆରମ୍ୱ କରିଥିଲା ବେଳେ ଚନ୍ଦ୍ର ପୃଷ୍ଠା ର ବହୁ ଛବି ଏବେ ପ୍ରେରଣ କରିବା ଆରମ୍ଭ କରିଛି ।

ଏବେ ଲ୍ୟାଣ୍ଡର ବିକ୍ରମ ର ଗତି ଶୂନ୍ୟ ହୋଇଗଲା ପରେ ପ୍ରଜ୍ଞାନ୍ନ ଧୀରେ ଧୀରେ ଲ୍ୟଣ୍ଡର ବିକ୍ରମୃ ରୁ ଚନ୍ଦ୍ର ପୃଷ୍ଠାରେ ଅବତରଣ କରିଛି । ପ୍ରଜ୍ଞାମା ଏବେ ତାର ନିଜସ୍ୱ ବୁଦ୍ଧିମତା ର ପ୍ରୟୋଗ ଆରମ୍ଭ କରୁଛି । ବିଗତ ବିଫଳତା ରୁ ଇସ୍ରୋ ଲlଣ୍ଡିଂ
ରେ ଯେ କୌଣସି ତ୍ରୁଟି କୁ ଅର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ଦ୍ଵାରା ସୁଧାରି ପାରିବାର ସାମର୍ଥ୍ୟ ରଖୁଥିବା ବେଳେ ଯେ କୌଣସି ଆଡ଼କୁ ଢଳିଲେ ବି ୩୬୦ ଡିଗ୍ରୀରେ ରେ ଏହା ପୁଣି ଆଗକୁ ବଢ଼ିବାକୁ ସକ୍ଷମ ହୋଇଛି।

୧୪୦ କୋଟି ଭାରତୀୟ ଙ୍କ ବହୁ ପ୍ରତିକ୍ଷୀତ ମୁହୂର୍ତ୍ତ ପାଇଁ ସାରା ଦେଶ ଚାହିଁ ବସିଥିଲା ।ବିଶ୍ଵ ବନ୍ଦନୀୟ ଭାରତ ର ବୈଜ୍ଞାନିକ ମାନଂକ ର ଏହି ପ୍ରୟାସ
ନିଶ୍ଚୟ ଫଳବତୀ ହେବ ବୋଲି ଦେଶବାସୀ ଙ୍କ ର ବିଶ୍ୱାସ ଦୁଢିଭୂତ ହେବାରେ ଲାଗିଥିଲା ବେଳେ ପୁଣି ଭାରତୀୟ ସ୍ବପ୍ନ ର ସୂର୍ଯ୍ୟୋଦୟ ସୁର୍ଯ୍ୟ ଯାନ ପ୍ରେରଣ ରେ ହୋଇଛି । ଆଗକୁ ଚନ୍ଦ୍ର କୁ ରୋବର୍ଟ ପ୍ରେରଣ ର ଲକ୍ଷ ଇସ୍ରୋ ରଖିଥିଲା ବେଳେ ପୁଣି ଶୁକ୍ର ପାଇଁ ଅଭିଯାନ ମଧ୍ୟ ଆରମ୍ଭ ହେବାର ଅଛି ।ସତରେ ଜହ୍ନ ମାମୁଁ ଘର ,,ଆଉ ନୁହେଁ ଦୂର

ଛବିରେ ଛବିରେ ଖବର

ମାମୁ ଘର କେତେ ଦୂର

ଚନ୍ଦ୍ର ଯାନ ପଠାଉଛି ଚନ୍ଦ୍ର ପୃଷ୍ଟ ର ଛବି

ବ୍ରିଟିସ ଅମଳର ଆଇନ ବଦଳାଇବା ପାଇଁ ସଂସଦରେ ଆସିଲା ବିଧେୟକ

ଡେସ୍କ ୧୨/୦୮

ବଦଳିବ ବର୍ଷ ବର୍ଷ ଧରି ଚାଲିଆସିଥିବା ପରାଧୀନ ଭାରତ ର ଆଇନ । ଆଜି ବି ୧୮୬୦ ମସିହା ର ବହୁ ଆଇନ ରେ ବିଚାର ବ୍ୟବସ୍ଥା ପରିଚାଳିତ ହେଉଥିଲା ବେଳେ ଏହା ନିଶ୍ଚୟ ଭାବରେ ଏକ ବହୁ ପ୍ରତିକ୍ଷୀତ ପଦକ୍ଷେପ । ଅଦାଲାତ୍ ରେ ତାରିଖ ମିଳିବା ସହ ବିଲମ୍ୱିତ୍ ନ୍ୟାୟ ପାଇଁ ସାଧାରଣ ଜନତl ବହୁ କ୍ଷେତ୍ରରେ ଶାରୀରିକ ମାନସିକ ଯନ୍ତ୍ରଣା ଅନୁଭବ କରୁଥିଲା ବେଳେ ସରକାର ଙ୍କ ଏହି ବିଲ ଆଗକୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଭାବେ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି ।

ଭାରତ ସ୍ଵାଧିନତା ର ସାତ ଦଶକ ପରେ ବି ବହୁ କ୍ଷେତ୍ର ରେ ବ୍ରିଟିଶ ର ଆଇନ କାନୁନ୍ କୁ ନେଇ ବ୍ୟବସ୍ଥା ପରିଚାଳନା କରୁଥିଲା ବେଳେ ଏବେ ବଦଳିବାକୁ ଯାଉଛି ବ୍ରିଟେନ ସଂସଦରେ ପାଳିତ ଆଇ ପି ସି / ସିଆରପିସ/ ଏଭିଡେନ୍ସ ଆକଟ।


ଆଇ ପି ସି ୧୮୬୦ ଏବେ ପରିବର୍ତ୍ତିତ ରୂପ ରେ ଭାରତୀୟ ନ୍ୟାୟ ସଂହିତା ,ରୂପ ରେ ଆସିବକୁ ଯାଉଥିଲା ବେଳେ ସି ଆର ପି ସି ୧୯୯୮ ବଦଲରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏଭି ଡେ ନ୍ସେ ୧୮୭୨ ବଦଳରେ ଭାରତୀୟ ସାଖ୍ୟ ଅଧିନିୟମ ପ୍ରଣୟନ ହେବାକୁ ଯାଉଚି ।

ପୂର୍ବରୁ ଆଇପିଶି ରେ ଥିବା ୫୧୧ ଧାରା କୁ ଏବେ ୩୫୬ ଟି ଧାରା କୁ ହ୍ରାସ କରାଯାଇଛି । ୧୭୫ ଧାରା ରେ ପରିବର୍ତ୍ତନ ସହ ୮ ଟି ନୂଆ ଧlରା ଯୋଡ଼ା ଯାଇଥିଲା ବେଳେ ୨୨ ଟିକୁ ହଟାଇ ଦିଆ ଯାଇଛି ।ସି ଆର ପି ସି ରେ ଥିବା ୫୩୩ ଧାରା ରୁ ୧୬୦ବଦଳିବ ଓ ୯ ଟି ଯୋଡାଜିବ ଓ ୯ ଟି ଉଚ୍ଛେଦ ହେବ । ପୀଡ଼ିତ କୁ ସର୍ବାଧିକ ୩ ବର୍ଷ ଭିତରେ ନ୍ୟାୟ ମିଳିବାର ବ୍ୟବସ୍ଥା ନୂଆ ବିଲ ରେ ରହିଥିଲା ବେଳେ ନାବାଳିକା ଧର୍ଷଣ କ୍ଷେତ୍ର ରେ ମୃତୁ ଦଣ୍ଡ ର ବ୍ୟବସ୍ଥା ନୂଆ ବିଲ ରେ ରହିଛି ।୧୮ ବର୍ଷ ରୁ କମ ବାଳିକା ଙ୍କ ଦୁଷ୍କର୍ମକାରୀଙ୍କୁ ମୃତୁ ଦଣ୍ଡ ର ବ୍ୟବସ୍ଥା ମଧ୍ୟ ବିଲ ରେ ରହିଛି।ଛୋଟ ଛୋଟ ଅପରାଧ ରେ ସମାଜସେବା ପରି ଦଣ୍ଡ ବିଚାରପତି ଦେଇ ପାରିବା ସହ ଦେଶ ଦ୍ରୋହ ଅପରାଧ ର ନୂତନ ସଂଜ୍ଞା ନିରୂପଣ କରାଯାଇ ଏହାକୁ ଉଠାଇ ଦିଆ ଯାଇଛି ।

ଏଫ୍ ଆଇ ଆର ହେବା ର ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହେବାକୁ ଥିଲା ବେଳେ ଅଦାଲତ ଇଚ୍ଛା କଲେ ଆଉ ୯୦ ଦିନ ଦେଇ ପାରିବେ ।କେ କୌଣସି ସ୍ଥାନରେ ଜିରୋ ଏଫ୍ ଆଇ ଆର ଦାଖଲ କରାଯାଇପାରିବ ଓ ଏହା ୧୫ ଦିନ ମଧ୍ୟରେ ସମ୍ପୃକ୍ତ ଥାନା କୁ ପ୍ରେରଣା କରିବାକୁ ବିଲ ରେ ବ୍ୟବସ୍ଥା ରହିଛି । ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧ ରେ ଅଭିଯୋଗ ର ଉତ୍ତର କର୍ତ୍ତୃପକ୍ଷ ଦେଇ ନ ପାରିଲେ ତାଙ୍କ ବିରୁଦ୍ଧରେ ଆପ୍ରlଧିକ ମାମଲା ରୁଜୁ ହେବ ବୋଲି ଉଲ୍ଲେଖ ଥିଲା ବେଳେ ଗୃହ ମନ୍ତ୍ରୀ ଶ୍ରୀ ଅମିତ୍ ସାହା ଉପସ୍ଥାପିତ କରିଥିବା ଏହି ବିଲ କୁ ସ୍ତାଣ୍ଡିଙ୍ଗ କମିଟି କୁ ପଠା ଯାଇଛି l ଦଣ୍ଡ ପରିବର୍ତ୍ତେ ନ୍ୟାୟ ଦେବା ଏହି ବିଲ ର ଉଦ୍ୟେଶ ବୋଲି ଗୃହ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

୧୯ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ର ମୋହର

୧୯ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ର ମୋହର

ନୂଆ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ର ମୋହର । ୩୮୫ କୋଟି ବ୍ୟୟ ରେ ଏକ ଲକ୍ଷ ଯୁବକ ଯୁବତୀ ୩ ବର୍ଷ ଭିତରେ ତାଲିମ ଦିଆଯିବ ।


ସ୍ଵତନ୍ତ୍ର ଯୋଜନା ଅଧୀନରେ ମାଣ୍ଡିଆ ମିଶନ ଆଗେଇବ ।
ଅସ୍ତରଂଗ ଗୋପ କାକଟପୁର ସତ୍ୟବାଦୀ ପୁରୀ ସଦର ଡେଲାଙ୍ଗ n ପାନୀୟ ଜଳ ପ୍ରକଳ୍ପ ହେବ ।

ନାଇଯର୍ ପରିସର ରେ ହେବ ଟାଟା କ୍ୟାନ୍ସର ହସ୍ପିଟାଲ । ଦିଆଯିବ ୪୮.୮୪୨ ଏକର ଜମି

୫୦୦ କୋଟି ଟଙ୍କା ଖର୍ଚ୍ଚରେ
୪୩୭୩ ଗ୍ରାମ ପଞ୍ଚାୟତ ରେ ୬ ରାଷ୍ଟ୍ରାୟତ ବ୍ୟାଙ୍କ ଦ୍ୱାରା ଖୋଲିବା ସି ଏସ ପି ବ୍ୟାଙ୍କିଙ୍ଗ ଆଉଟଲଟ

ସାବଧାନ ସାପ ଧରାଳି
ସାପ ଧରାଳି ଙ୍କ ପାଇଁ ଆସିଲା ଆଇନ ।

କଟକ ୧୦/୦୮ ଡେସ୍କ

ସାପ ଧରାଳି ଙ୍କ ଲାଗି

ପଂଜିକରଣ ବାଧ୍ୟତାମୂଳକ ହେବା ସହ ସେମାନଙ୍କୁ ମିଳିବ ବିମା ସୁବିଧା ଓ ସାପ ଧରିବା ଉପକରଣ । ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ସାପ ଧରାଳି ମାନେ ହିଁ ସାପ ଧରିପାରିବେ ଓ ସାପ ର କୌଣସି କ୍ଷତି କରିବେ ନାହିଁ ବୋଲି ସରକାର ଆଇନ ଆଣିଛନ୍ତି ।


ଉଦ୍ଧାର କରାଯାଇଥିବା ସାପ କୁ ସାପ ଧରାଳି ମାନେ ଅନ୍ୟ କୌଣସି ଠାରେ ନ ଛାଡ଼ି କେବଳ ଜଙ୍ଗଲ ବିଭାଗ କର୍ମ ଚାରି ଙ୍କ ଉପସ୍ଥିତିରେ ଜଙ୍ଗଲ ରେ ଛାଡ଼ି ପାରିବେ ।

ଘରେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ରାଜ୍ୟ ସରକାର ଯୋଗାଇଦେବେ ମାଗଣା ପାଠ୍ୟ ପୁସ୍ତକ

କଟକ ୧୦/୦୮ : ରାଜ୍ୟର ଘରୋଇ ଉଦ୍ୟମରେ ପ୍ରତିଷ୍ଠିତ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବାକୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଅଧିନରେ ଏହି ଯୋଜନା ହାତକୁ ନିଆଯାଇଛି।

ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବା ଦ୍ଵାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବାକୁ ଥିବା ବେଳେ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

Leave A Reply

Your email address will not be published.

six + eight =