ଡେଙ୍ଗୁ ପ୍ରତି ସତର୍କ ରୁହନ୍ତୁ । ରାତିରେ ମଶାରୀ ଟାଙ୍ଗୀ ଶୁଅନ୍ତୁ।

ଡେସ୍କ ୨୭.୦୭.୨୦୨୨

ମଣିଷ ତିଆରି କାରଖାନା ର ମହାନ୍ ମୂର୍ତ୍ତିକlର ମୁରଲୀ ସାର

ଆଉ କେଇଦିନ ପରେ ବୟସ ତାଙ୍କ ର ୮୦ ଛୁଇଁବ। ହେଲେ ତାଙ୍କର
ଧଳା ଧୋତି ପଞ୍ଜାବୀ ପରିହିତ ଦେବସୁଲଭ ଦିବ୍ୟ କାନ୍ତି ର ଶରୀର ଦୀପ୍ତିମାନ ମୁଖ ମଣ୍ଡଳ ଓଠ ରେ ସଦା ଛଳ ଛଳ ହସ ଧାରେ ମୁରଲୀ ର ମଧୁର ସୁର ପରି କଥା ପଦେ ଭିତରେ ଯେମିତି ଥାଏ ଶତ ସତସତିକା ଗୁରୁ ଦେବ ଙ୍କ ର ଦିବ୍ୟ ଚେତନା ।
ମଣିଷ ପଣିଆର ମହମହ
ବାସୁଥିବା ବ୍ରହ୍ମ କମଳ ସେ । ସନ୍ଥ ପ୍ରତିମ ମୁରଲୀ ସାର।

ତାଙ୍କ ନିରୀହ ନିଷ୍କପଟ କଥା ପଦେ ଶୁଣିଲେ କୋଉ ଏକ ଦିବ୍ୟ ଆନନ୍ଦ ରେ ଆନ୍ଦୋଳିତ ହୁଏ ମନ୍ ଆଉ ହୃଦୟ । ଯେମିତି ଲାଗେ ଜନ୍ମ ଜନ୍ମlନ୍ତର ରୁ ପରିଚୟ ଥିବା
ଜଣେ ଆପଣା ମଣିଷ ସେ।

, ଜଣେ ଆଦର୍ଶ ଶିକ୍ଷକ ଭାବେ ବହୁ ବିଦ୍ୟାଳୟ ରେ ଯୋଗ ଦେଇ ତାଙ୍କ ଶିକ୍ଷା ଦାନ ର ମୁରଲୀ ସ୍ଵନ୍ ରେ ହଜାର ହାଜର ଛାତ୍ର ଛାତ୍ରୀ ଙ୍କୁ ଆଜି ବି ଅଛନ୍ନ କରି ରଖିଛନ୍ତି ସେ ।ଆଜି ବି ସିଏ ପଡେଇଥିବା ତିନି ପିଢ଼ି ଦେଖିଲେ ତାଙ୍କ ଗଭୀର ଭକ୍ତିରେ ମୁଣ୍ଡିଆ ମାରି ଲା ବେଳେ ଭକ୍ତି
ଗଦ ଗଦ ହୋଇପାରନ୍ତି ସମସ୍ତେ ।

ବାପା ସ୍ବର୍ଗତ ବିକଳ ବାରିକ ମା
ସ୍ୱର୍ଗତ ଶଶି ବାରିକ ଙ୍କ କୋଳ ମଣ୍ଡନ କରି ୨୦ଡିସେମ୍ବର ୧୯୪୪ ରେ କଟକ ଜିଲ୍ଲାର ମାହାଙ୍ଗା ର ରଣିଗୋଡi ଗାଁ ରେ ଜନ୍ମ ନିଅନ୍ତି ସେ ।

ରାଣୀଗୋଡlଗାଁ ଚାଟ ଶାଳୀ ରେ ଖଡିପାଠ ପରେ ରଣୀଗୋଡl ରେ ପ୍ରାଥମିକ ଶିକ୍ଷା ଭଗବତୀ ବିଦ୍ୟାପୀଠ ସୁକ୍ଲେଶ୍ୱର ରେ ବିଦ୍ୟାଳୟ ଶିକ୍ଷା ସାରି ୧୯୬୨ ରେ ମାଟ୍ରିକ ଶିକ୍ଷା ଶେଷ ପରେ୧୯୬୪। ୧୯୬୫ ୧୯୬୬ ରେ ପରିସଂଖ୍ୟାନ ବିଭାଗ ରେ ଅମଲା ଭାବେ ଯୋଗ ଦିଅନ୍ତି ସେ । ହେଲେ ଛୋଟ ଛୋଟ ପିଲା ଙ୍କୁ ମଣିଷ କରିବାର ଇଚ୍ଛା ଟି ଏତେ ଅଙ୍କୁରିତ ହୁଏ ଯେ ସେ ପୁଣି ଚାକିରି ଛାଡ଼ି
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ
ନେବାକୁ ରାଧାନାଥ ଶିକ୍ଷକ ପ୍ରସିକ୍ଷ ଣ ବିଦ୍ୟାଳୟ ରେ ଯୋଗ ଦିଅନ୍ତି ଓ ୧୯୭୧ ମସିହାରେ ମାହାଙ୍ଗା ର ଗୁଣୁପୁର ଶିକ୍ଷକ ଭାବେ ସି ପୁ ର ରେ ଯୋଗ ଦିଅନ୍ତି ଆଉ ତରି ଭିତରେ ହଜି ଯାଆନ୍ତି ,,୩୦ ବର୍ଷ ରୁ ଅଧିକ ସମୟ ।

ଜଣେ ଆଦର୍ଶ ଶିକ୍ଷକ ଭାବେ ଅନେକ ବିଦ୍ୟାଳୟ ରେ ଶିକ୍ଷା ଦାନ କରି ଶେଷ ରେ ସେ ପ୍ରଧାନଶିକ୍ଷକ ଭାବେ ୨୮.୦୨.୨୦୦୩ ରେ ମାହାଙ୍ଗା ର ନ ହ ଙ୍ଗ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇ ନିଜର ପରୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଜନ ହିଁତକର କାର୍ଯ୍ୟ ରେ ଲାଗିଛନ୍ତି ସେ ।

ଧଳା ଧୋବ ଫର ଫର ଧୋତି ପଞ୍ଜାବୀ ସାଙ୍ଗକୁ ପତଳା ଶରୀର ଉଜ୍ବଳ ମୁଖ ମାଣ୍ଡଲ ରେ ସାଇକେଲ ଟିଏ ଧରି ସାରା ଦିନ ବୁଲୁ ଥିଲା ବେଳେ ଚିହ୍ନା ପରିଚିତ ମୁଁହ କୁ ଦେଖିଲେ ପଚାରି ବସନ୍ତି ଭଲ ମନ୍ଦ । ଲାଗେ ବୟସ ଯେମିତି ହାର ମନିଛି ତାଙ୍କ ପାଖ ରେ ।

କେତେ ଆତ୍ମିୟତା ଥାଏ ସେ ପଚାରିବାରେ ଯିଏ ଅନୁଭବ କରିଥାଏ ସେ ଜଣେ ।

ସମସ୍ତ ଙ୍କ ଦୁଃଖ ସୁଖ ରେ ନିଶ୍ଚୟ ଠିଆ ହେଉଥିବେ ସେ । ପତ୍ନୀ କମଳା ବାରିକ ବି ସ୍ବାମୀ ଙ୍କୁ ସବୁ ବେଳେ ସହଯୋଗ କରି ଆସିଥିଲା ବେଳେ ଦୁଇ ଝିଅ ବିଭାଗ କରି ନିଜ ନିଜ ସଂସାର ରେ ବ୍ୟସ୍ତ ଥିଲା ବେଳେ ଇଂରାଜୀ ରେ ଅଧ୍ୟାପନା କରୁଥିବା ଏକମାତ୍ର ପୁଅ ଅଶୋକ ବାରିକ ବାପା ଙ୍କ ଭଲ ଗୁଣ ତାଙ୍କ ର ଦୁନିଆରେ ସବୁଠାରୁ ବଡ଼ ସମ୍ପତ୍ତି ବୋଲି କୁହନ୍ତି ।

ପତ୍ନୀ ଙ୍କ ସହ ମୁରଲୀ ସର୍

ଶିକ୍ଷକତା କରୁଥିଲା ବେଳେ ସେତେ ବେଳେ ସ୍ୱଳ୍ପ ବେତନ ମିଳୁଥିଲା ବି ସେଥିପ୍ରତି ତାଙ୍କର ନିଘା ନଥିଲା ।ଯୋଉ ବିଦ୍ୟାଳୟ କୁ ଯାଇଛନ୍ତି ତାକୁ ଘର ବୋଲି ଭାବନ୍ତି ।ଛୁଟି ରେ ବି ବିଦ୍ୟାଳୟ କୁ ଆସିବା କୁ ଭୂଳିନ୍ନ୍ତିନି ସେ । ଏପରିକି ପିଲା ଙ୍କ ଅଭିଭାବକ ଙ୍କ ଘର କୁ ଛୁଟି ଯାଇ ସେମାନ ଙ୍କ ଭଲ ମନ୍ଦ୍ ବୁଝି ଆସନ୍ତି ମୁରଲୀ ସାର । ଯେମିତି ତାଙ୍କ ପାଖେ ପଢୁଥିବା ପ୍ରତି ଟି ପିଲା ତାଙ୍କ ନିଜ ପିଲା ।


କହୁ କହୁ ତାଙ୍କ ର ଜଣେ ଛାତ୍ର ଏବେକାର ସି ଏମ ଏ ସନ୍ତୋଷ କୁହନ୍ତି ଯେ ସର୍ ଙ୍କ ମୁଲୁ ବା ଡି ଆ ଖାଇ ସେ ଆଜି ମଣିଷ ହେଈଛନ୍ତି । । କିରାଣୀ ଚାକିରି ଛାଡ଼ି ଶିକ୍ଷକତା କୁ ସେ ପେଟ ପା ଟଣl ପାଇଁ ନୁହେଁ ବରଂ ଶିକ୍ଷା ଦାନ କରି ମଣିଷ ତିଆରି କରିବାକୁ ଆଦରି ନେଇଥିଲେ ମୁରଲୀ ସର୍ । ଜଣେ ସରଲ ନିରଳସ ସ୍ଥିତପ୍ରଜ୍ଞା ବ୍ୟକ୍ତିତ୍ଵ ର ଅଧିକାରୀ ସେ l ଶିକ୍ଷକତା ଥିଲା ତାଙ୍କ ପାଇଁ ସେବା ସାଧନା ସଂକଳ୍ପ ।ଏହା ତାଙ୍କ ପାଇଁ ବୃତ୍ତି ନଥିଲା ଥିଲା ବ୍ରତ ଓ ପ୍ରବୃତ୍ତି ।ସୁଖ ଦୁଃଖ ରେ ଅବିଚଳିତ ମଣିଷ ସେ । ଆଜି ବି

ପରିଣତ ବୟସ ରେ ବି ଗାଆଁ କୁ ଗାଆଁ ବୁଲି ଲୋକ ମାନ ଙ୍କୁ ଭାଗବତ ଶୁଣାଇ ସମାଜ ରେ ଆଧ୍ୟାତ୍ମିକତା ର ଦିବ୍ୟ ଧା ର ଟେ ପ୍ରବାହିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସେ ।

ସବୁବେଳେ ସମସ୍ତ ଙ୍କ ପାଇଁ ଶୁଭ ମନାସୁଥିବା ମୁରଲୀ ସର୍ ସମସ୍ତ ଙ୍କୁ ହସଖିସି ରେ ରହିବା ଦେଖିବାକୁ ଚାହାନ୍ତି । ସମସ୍ତ ଙ୍କ ଖୁସିରେ ତାଙ୍କର ଆନନ୍ଦ । ଏମିତି ସ୍ନେହୀ ଶ୍ରଦ୍ଧାବାନ ସରଳ ମଣିଷ ଟି ସତରେ ଆଜିକାଲିର ସମାଜରେ ବିରଳ ।

Leave A Reply

Your email address will not be published.

6 + twenty =